ରାୟଗଡ଼ା, 14/08/2026, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
୧୪ ଅଗଷ୍ଟ: ରାୟଗଡ଼ା ସଦର ମହକୁମାରେ ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚା ପକ୍ଷରୁ ସହରରେ ଥିବା ବିଭିନ୍ନ ମହାପୁରୁଷଙ୍କ ପ୍ରତିମୂର୍ତ୍ତିର ସଫେଇ ଓ ସମ୍ମାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ରାୟଗଡ଼ାର ଯୁବନେତା ତଥା ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି ପ୍ରିତମ କୁମାରଙ୍କ ନେତୃତ୍ୱରେ ଯୁବମୋର୍ଚ୍ଚାର ବହୁ ଯୁବକ ଏକତ୍ରିତ ହୋଇ ସହରରେ ଥିବା ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତି ସଫାସୁତୁରା କରିବା ସହ ପୁଷ୍ପମାଲ୍ୟ ଅର୍ପଣ କରି ସମ୍ମାନ ଜଣାଇଥିଲେ।
ଏହି ଅବସରରେ ଶ୍ରୀ ପ୍ରିତମ କୁମାର କହିଥିଲେ, “ଆମ ମହାପୁରୁଷମାନଙ୍କ ଆଦର୍ଶ, ତ୍ୟାଗ ଓ ଅବଦାନକୁ ନୂଆ ପିଢ଼ି ପାଖରେ ପହଞ୍ଚାଇବା ଆମ ସମସ୍ତଙ୍କ ଦାୟିତ୍ୱ। ସହରକୁ ସ୍ୱଚ୍ଛ ରଖିବା ସହିତ ମହାନ ବ୍ୟକ୍ତିତ୍ୱମାନଙ୍କ ସ୍ମୃତି ଓ ସମ୍ମାନକୁ ଅକ୍ଷୁଣ୍ଣ ରଖିବା ପାଇଁ ଆଗାମୀ ଦିନରେ ମଧ୍ୟ ଏଭଳି ପ୍ରୟାସ ଜାରି ରହିବ।”
ସେ ଆହୁରି କହିଥିଲେ ଯେ, ମହାପୁରୁଷମାନଙ୍କ ତ୍ୟାଗ, ଆଦର୍ଶ ଓ ଅବଦାନ ସମସ୍ତଙ୍କ ପାଇଁ ସଦା ପ୍ରେରଣାର ଉତ୍ସ। ଏହି ମହତ୍ କାର୍ଯ୍ୟକ୍ରମରେ ସହଯୋଗ କରିଥିବା ସମସ୍ତ ଯୁବବନ୍ଧୁଙ୍କୁ ସେ ଆନ୍ତରିକ ଧନ୍ୟବାଦ ଜଣାଇଥିଲେ।
କାର୍ଯ୍ୟକ୍ରମରେ ରାଜ୍ୟ ଯୁବମୋର୍ଚ୍ଚା ଉପସଭାପତି ଉମେଶ ଖସ୍ଲା, ଅନୁସୂଚିତ ଜନଜାତି ମୋର୍ଚ୍ଚା ଉପସଭାପତି ସଚିତା ନନ୍ଦ ସାମନ୍ତ, ନଗର ସାଧାରଣ ସମ୍ପାଦକ ଅଜୟ ଚୁଲେଟଙ୍କ ସମେତ ଯୁବମୋର୍ଚ୍ଚାର ପୁରୁଷୋତ୍ତମ ଡଙ୍ଗରି, ମାଧବ ଚନ୍ଦ୍ର ମେଲେକା, ନିରଞ୍ଜନ କୌସଲ୍ୟା, ବିକ୍ରମ ଭାତ୍ରା, ଚୈତନ୍ୟ କୁନାକା, ଚନ୍ଦନ ପାଲାକା, ନିଲୁ ଦଣ୍ଡସେନା, ରାହୁଲ ନାୟକ, ସିଦ୍ଧାନ୍ତ ବିଡିକା, ପ୍ରବୀନ୍ କଣ୍ଡାଗରୀ, ଅନିଲ ରେଡ୍ଡୀ ଓ କରନ ଉର୍ଲାକା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିଥିଲେ।