ଜଗତସିଂହପୁର, 14/08/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରୀତା ସାହୁ ଙ୍କ ରିପୋର୍ଟ ) :
ଜଗତସିଂହପୁର ଠାରେ ଜିଲ୍ଲା ବିଜେପି ପକ୍ଷରୁ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ ହୋଇ ଯାଇଛି । ଏହି ଅବସରରେ ଜିଲ୍ଲା ବିଜେପି ସଭାପତି ପ୍ରତାପ ମିଶ୍ର ଙ୍କ ନେତୃତ୍ୱରେ ବହୁ ବିଜେପି ନେତା ଓ କର୍ମୀ ମାନେ ଯୋଗଦେଇ ମଶାଲ ଶୋଭାଯାତ୍ରାରେ ସହର ପରିକ୍ରମା କରି ଥିଲେ । ଭାରତ ବିଭାଜନ ସମୟରେ ଘଟିଥିବା ଦୁଃଖଦ ଘଟଣା ଓ ଅସଂଖ୍ୟ ଲୋକଙ୍କ ବଳିଦାନକୁ ସ୍ମରଣ କରି ଅଗଷ୍ଟ ୧୪ ତାରିଖରେ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ପାଳିତ ହୋଇଛି। ଏହି ଅବସରରେ ଭାରତୀୟ ଜନତା ପାର୍ଟି, ଜଗତସିଂହପୁର ପକ୍ଷରୁ ବିଭାଜନ ସମୟରେ ପ୍ରାଣ ହରାଇଥିବା ଓ ନିଜ ଘରଦ୍ୱାର ଛାଡ଼ିବାକୁ ବାଧ୍ୟ ହୋଇଥିବା ଲକ୍ଷ ଲକ୍ଷ ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ବିଜେପି ନେତା ସତ୍ୟବ୍ରତ ମହାପାତ୍ର, ଗଣେଶ ପ୍ରସାଦ ମହାନ୍ତି, ପୋୖରା ଉପାଧକ୍ଷ ରାଜେନ୍ଦ୍ର କୁମାର ବିଶୋଇ ପ୍ରମୁଖ ଶତାଧିକ କର୍ମୀ ମାନେ ଯୋଗ ଦେଇଥିଲେ ।