ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଖଡଗେଙ୍କ ଅପମାନ ପ୍ରତିବାଦରେ କଂଗ୍ରେସର ପଦଯାତ୍ରା ଓ ସତ୍ୟାଗ୍ରହ

ଜଗତସିଂହପୁର, 14/08/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରୀତା ସାହୁ ଙ୍କ ରିପୋର୍ଟ ) :
Article Image
ଜଗତସିଂହପୁରରେ କଂଗ୍ରେସ ପକ୍ଷରୁ ପଦଯାତ୍ରା ଓ ସତ୍ୟାଗ୍ରହ। ରାଜ୍ୟସଭା ବିରୋଧୀ ଦଳ ନେତା ତଥା ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ଜାତିଗତ ଭାବେ ଅପମାନ କରାଯାଇଥିବା ଅଭିଯୋଗର ପ୍ରତିବାଦରେ ଏହି କାର୍ଯ୍ୟକ୍ରମ ହୋଇଥିଲା।
Article Image
ଜିଲ୍ଲା କଂଗ୍ରେସ କମିଟି ସଭାପତି ଦେବ ପ୍ରସାଦ ନାୟକଙ୍କ ନେତୃତ୍ୱରେ ଟାଉନ୍ ହଲ୍ ସ୍ଥିତ ନଗର କଂଗ୍ରେସ କାର୍ଯ୍ୟାଳୟରୁ ଜିଲ୍ଲାପାଳ କାର୍ଯ୍ୟାଳୟ ପଡ଼ିଆସ୍ଥିତ ଡ. ବି.ଆର୍. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ପଦଯାତ୍ରା କରାଯାଇଥିଲା। ପରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ନିକଟରେ ସତ୍ୟାଗ୍ରହ କରି ବିଭେଦ, ଅସ୍ପୃଶ୍ୟତା ଓ ଜାତିଗତ ଅପମାନ ବିରୋଧରେ କଂଗ୍ରେସ କର୍ମୀମାନେ ନାରାବାଜି କରିଥିଲେ। ଏହି ଘଟଣା ପାଇଁ ପ୍ରଧାନମନ୍ତ୍ରୀ ଖଡଗେଙ୍କ ନିକଟରେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିବା ସହ ଘଟଣାରେ ସଂଶ୍ଳିଷ୍ଟ ସମସ୍ତଙ୍କୁ ତୁରନ୍ତ ଗିରଫ କରିବାକୁ କଂଗ୍ରେସ ଦାବି କରିଥିଲା। ଜିଲ୍ଲା କଂଗ୍ରେସ ସଭାପତି ଦେବ ପ୍ରସାଦ ନାୟକ କହିଥିଲେ, ଦେଶରେ ସମାନତା, ଭାତୃତ୍ୱ, ସାମାଜିକ ନ୍ୟାୟ ଓ ସାଧାରଣ ଲୋକଙ୍କ ମର୍ଯ୍ୟାଦା ରକ୍ଷା ପାଇଁ କଂଗ୍ରେସର ଲଢ଼େଇ ଆଗକୁ ମଧ୍ୟ ଜାରି ରହିବ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସର ବିଭିନ୍ନ ପଦାଧିକାରୀ, ବ୍ଲକ୍ କଂଗ୍ରେସ ସଭାପତି, ଯୁବ, ଛାତ୍ର ଓ ମହିଳା କଂଗ୍ରେସ କର୍ମୀଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ।
6