ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ABVP ତରଫରୁ ରାଜ୍ୟବ୍ୟାପୀ କ୍ୟାମ୍ପସ୍‌ ସ୍ତରୀୟ ତ୍ରିରଙ୍ଗା ଶୋଭାଯାତ୍ରା

ଢେଙ୍କାନାଳ, 14/08/2026, ଉତ୍କଳ voice news - utkalvoicenews.com( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :
Article Image
‘ବନ୍ଦେ ମାତରମ୍‌’ର ୧୫୦ତମ ବର୍ଷ ପାଳନ ଅବସରରେ ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ଦେଶଭକ୍ତିର ଭାବନା ଜାଗ୍ରତ କରିବା, ଜାତୀୟ ଏକତା ଓ ରାଷ୍ଟ୍ରୀୟ ଚେତନାକୁ ସୁଦୃଢ଼ କରିବା ଏବଂ ରାଷ୍ଟ୍ର ପୁନଃନିର୍ମାଣର ଲକ୍ଷ୍ୟକୁ ସାକାର କରିବା ଉଦ୍ଦେଶ୍ୟରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) ପକ୍ଷରୁ ସାରା ଓଡ଼ିଶାରେ ରାଜ୍ୟବ୍ୟାପୀ କ୍ୟାମ୍ପସ୍‌ ସ୍ତରୀୟ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ଢ଼େଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟ କ୍ୟାମ୍ପସ୍‌ରେ ଏକ ଭବ୍ୟ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଏଥିରେ ୧୫୦ ସଂଖ୍ୟକ ବିଦ୍ୟାର୍ଥୀ ଉତ୍ସାହର ସହିତ ଯୋଗଦେଇ ହାତରେ ଜାତୀୟ ପତାକା ଧରି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଶୋଭାଯାତ୍ରା ମାଧ୍ୟମରେ ବିଦ୍ୟାର୍ଥୀମାନେ ଦେଶ ପ୍ରତି ନିଜର ଭଲପାଇବା, ରାଷ୍ଟ୍ର ପ୍ରତି ଦାୟିତ୍ୱବୋଧ ଏବଂ ଭାରତର ଏକତା ଓ ଅଖଣ୍ଡତା ପ୍ରତି ନିଜର ସଂକଳ୍ପକୁ ପ୍ରକାଶ କରିଥିଲେ। ଏହି ତ୍ରିରଙ୍ଗା ଶୋଭାଯାତ୍ରା ମାଧ୍ୟମରେ ବିଦ୍ୟାର୍ଥୀ ସମାଜ ମଧ୍ୟରେ ରାଷ୍ଟ୍ରୀୟ ଚେତନାକୁ ଅଧିକ ବ୍ୟାପକ କରିବା ସହ ଯୁବଶକ୍ତିକୁ ରାଷ୍ଟ୍ର ପୁନଃନିର୍ମାଣର ମହତ୍‌ କାର୍ଯ୍ୟରେ ସକ୍ରିୟ ଭାବେ ଯୋଡ଼ିବାର ବାର୍ତ୍ତା ଦିଆଯାଇଛି। ଉକ୍ତ ଶୋଭାଯାତ୍ରା ରେ ଢ଼େଙ୍କାନାଳ ବିଭାଗ ସଂଯୋଜକ ଅରୂପ ପଟ୍ଟନାୟକ , ଢ଼େଙ୍କାନାଳ ଜିଲ୍ଲା ସଂଯୋଜକ ଅରମାନ ସାହୁ ,ଢ଼େଙ୍କାନାଳ ନଗର ସମ୍ପାଦକ ବିବେକ ବିଶ୍ୱାସ ସୁବିଧିରାୟ,କ୍ୟାମ୍ପସ ପ୍ରେସିଡେଣ୍ଟ ସତ୍ୟପ୍ରିୟ ପଟ୍ଟନାୟକ ,ମିଡିଆ ସଂଯୋଜକ ଶକ୍ତିପ୍ରସାଦ୍,କ୍ରୀଡ଼ା ସଂଯୋଜକ ଗୌରୀ ଶଙ୍କର ,ସୌମ୍ୟରଞ୍ଜନ ଙ୍କ ସହ ଅନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।
15