ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ରେ ୮୦ ତମ ସ୍ୱାଧୀନତା ଦିବସ ପାଳନ l

ପାରାଦୀପ ଗଡ , 15/08/2026, ଉତ୍କଳ voice news - utkalvoicenews.com( କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) ତା :୧୫.୦୮.୨୦୨୬ ରିଖ : ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ରେ ୮୦ ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳନ କରାଯାଇଛି l ପୂର୍ବାହ୍ନ ରେ ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା ଙ୍କ ନେତୃତ୍ୱ ରେ ଶତାଧିକ ଲୋକ ମାନେ ଜାତୀୟ ପତାକା ଧରି ଗ୍ରାମ ପରିକ୍ରମା କରିବା ପରେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସର ରେ ଜାତୀୟ ପତାକା ଉତ୍ବଳନ କରିଥିଲେ l
Article Image
ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା ଙ୍କ ସଭାପତିତ୍ବ ରେ ଆୟୋଜିତ ଏକ ସ୍ଵତନ୍ତ୍ର ସଭାରେ ମୁଖ୍ୟ ଅତିଥି ଭାବେ ପାରାଦୀପ ଲକ୍ ଥାନା ଅଧିକାରୀ ଶ୍ରୀଯୁକ୍ତ ରଶ୍ମି ରଞ୍ଜନ ଦାଶ, ମୁଖ୍ୟ ବକ୍ତା ଭାବେ କୁଜଙ୍ଗ ଓକିଲ ସଂଘ ସଭାପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା, ସମ୍ମାନିତ ଏମ୍.ବି.କେ. କଳ୍ପନା ମହାପାତ୍ର, ଜନ କଲ୍ୟାଣ ମହିଳା ସମିତି ସମ୍ପାଦିକା ଲକ୍ଷ୍ମୀପ୍ରିୟା ସ୍ଵାଇଁ ପ୍ରମୁଖ ଯୋଗଦେଇ ସ୍ୱାଧୀନତା ଆନ୍ଦୋଳନ ଓ ସ୍ୱାଧୀନତା ଦିବସ ସମ୍ପର୍କ ରେ ଆଲୋଚନା କରିଥିଲେ l ପଞ୍ଚାୟତ ପାଇଁ ସୁନାମ ଆଣିଥିବା ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା l ଫିନାଇଲି ଓ ଧୂପକାଠି ଉତ୍ପାଦନ କରି ସ୍ବାବଲମ୍ବୀ ହୋଇଥିବା ତ୍ରିନାଥ ସ୍ଵୟଂ ସହାୟକ ଗୋଷ୍ଟି, ରଂଗିଆଗଡ, ରେ ଗ୍ରାମାଂଚଳ ରେ ସୁଲଭ ମୂଲ୍ୟରେ ଲୁଗା ଓ ପ୍ରସାଧନ ସାମଗ୍ରୀ ବିକ୍ରୟ କରି ନିଜେ ସ୍ବାବଲମ୍ବୀ ହେବା ସହିତ ମହିଳା ମାନଙ୍କୁ କର୍ମସଂସ୍ଥାନ ଯୋଗାଇ ଦେଇଥିବା "ସଂକଟ ତାରିଣୀ ସ୍ଵୟଂ ସହାୟକ ଗୋଷ୍ଠୀ" ପାରାଦୀପ ଗଡ କୁ ପ୍ରମାଣ ପତ୍ର, ଟ୍ରଫି ସହିତ ସମ୍ବର୍ଦ୍ଧିତ କରାଯାଇଥିଲା l ବୋଇତ ବନ୍ଦାଣ ଉତ୍ସବ ରେ ଶ୍ରେଷ୍ଟ ସ୍ଥାନ ଅଧିକାର କରିଥିବା ପାରାଦୀପ ଗଡ ର ଶିବଶକ୍ତି ୟୁଥ୍ କ୍ଲବ୍, ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଜଗତସାହି ବୋଇତ ବନ୍ଦାଣ କମିଟି ଓ ତୃତୀୟ ସ୍ଥାନ ଅଧିକାର କରିଥିବା ବ୍ୟାସଦେବ ଜୀଉ ୟୁଥ୍ କ୍ଲବ୍ କୁ ପ୍ରମାଣପତ୍ର, ଟ୍ରଫି ସହିତ ସମ୍ବର୍ଦ୍ଧିତ l ଶ୍ରେଷ୍ଟ ଶିଶୁ କଳାକାର ଆଶୁତୋଷ ମହାରଥା ଓ ଦଶମ ଓ ଦ୍ଵାଦଶ ପରୀକ୍ଷା ରେ ଶ୍ରେଷ୍ଟ ସ୍ଥାନ ଅଧିକାର କରିଥିବା କୃତି ଛାତ୍ର, ଛାତ୍ରୀ ମାନଙ୍କୁ ପ୍ରମାଣପତ୍ର, ଟ୍ରଫି ସହିତ ସମ୍ବର୍ଦ୍ଧନା ପ୍ରଦାନ କରା ଯାଇଥିଲା l ଦେବ ଦୁଲଭ କର ପୁରସ୍କାର ବିତରଣ ଉତ୍ସଵ କୁ ସଞ୍ଚାଳନ କରିଥିଲେ l ଚନ୍ଦ୍ର ଶେଖର ଚୌଧୁରୀ, ବିଚିତ୍ର ପ୍ରଧାନ, ଅଲେଖ ମହାରଥା, ରମେଶ ଚନ୍ଦ୍ର ବେହେରା, ରଞ୍ଜନ ସାମଲ, ରବିଦ୍ର ସାହୁ, ସନାତନ ମାଝୀ, ପ୍ରଭାତ ସାହୁ, ପ୍ରକାଶ ମଙ୍ଗରାଜ (ପପୁ) , ପ୍ରକାଶ ସ୍ଵାଇଁ, ସଂଗ୍ରାମ ବେହେରା, ପ୍ରମୁଖ ସଭା କାର୍ଯ୍ୟ ପରିଚାଳନା କରିଥିଲେ l
Article Image
Article Image
4