ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପ୍ରଧାମନ୍ତ୍ରୀ ମତ୍ସ୍ୟଚାଷୀ ସମୃଦ୍ଧି ସହ ଯୋଜନା ଶୁଭାରମ୍ଭ।

ଏରସମା, 22/02/2025, ଉତ୍କଳ voice news - utkalvoicenews.com ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ଷଣ୍ଢପୁର ସ୍ଥିତ ମୁକ୍ତେଶ୍ଵର ମଣ୍ଡପ ପରିସରରେ ଆଜି ମତ୍ସ୍ୟବିଭାଗ ଓଡ଼ିଶା ତରଫରୁ ଜାତୀୟ ମତ୍ସ୍ୟ ଡ଼ିଜିଟାଲ୍ ପ୍ଲାଟଫର୍ମରେ ପଞ୍ଜିକରଣ ନିମନ୍ତେ ସମସ୍ତ ମତ୍ସ୍ୟ କ୍ଷେତ୍ରରେ କାର୍ଯ୍ୟରତ ଅଣସଂଗଠିତ ମତ୍ସ୍ୟଜିବୀ,ମାଛ ଧରାଳି,ମତ୍ସ୍ୟ ପାଳକ,ବ୍ୟବସାୟୀ,ପ୍ରକ୍ରିୟା କରଣ କାରି,ମତ୍ସ୍ୟ ଉତ୍ପାଦନ କରୀ ଓ ମତ୍ସ୍ୟ ବିଭାଗର ହିତାଧାଧିକରି ମାନଙ୍କୁ ଏକତ୍ରିତ କରି ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ ସୁଶ୍ରୀ ରେଶମା ରାଣୀ ସିଂ,ଜିଲ୍ଲା ମତ୍ସ୍ୟ ଅଧିକାରିଣୀ,ଜଗତସିଂହପୁର ପରିଚାଳନା କରିଥିଲେ।ଶ୍ରୀମତୀ ବବିତା ମହନ୍ତ,ଉପମତ୍ସ୍ୟ ନିର୍ଦ୍ଦେଶକ(କଟକ ଅଞ୍ଚଳ)କଟକ ସଭାରେ ସମସ୍ତ ମତ୍ସ୍ୟଜୀବୀ ଓ ମତ୍ସ୍ୟ ଚାଷୀଙ୍କୁ ଜାତୀୟ ମତ୍ସ୍ୟ ଡିଜିଟାଲ ପ୍ଲାଟଫର୍ମରେ ପଞ୍ଜିକରଣ ବିଷୟରେ ଆଲୋକ ପାତ କରିଥିଲେ।ଏହି ସଭାରେ ମୁଖ୍ୟ ଅତିଥି ଭାବେ ଶ୍ରୀମତୀ ବବିତା ମହନ୍ତ,ଉପ ମତ୍ସ୍ୟ ନିର୍ଦ୍ଦେଶକ(କଟକ ଅଞ୍ଚଳ)କଟକ ଉପସ୍ଥିତ ଥିଲେ ଏବଂ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଶ୍ରୀ ତୁଷାର କାନ୍ତ ମହାପାତ୍ର,ଅତିରିକ୍ତ ମତ୍ସ୍ୟ ଅଧିକାରୀ(ସାମୁଦ୍ରିକ) କୁଜଙ୍ଗ,ଶ୍ରୀମତୀ ସ୍ମୃତି ରେଖା ପତି,oic,Nffbb,ଶ୍ରୀ ସୌମ୍ୟ ରଞ୍ଜନ ପଣ୍ଡା,consultant,Nfdb,ଶ୍ରୀ ସୌମ୍ୟ ରଞ୍ଜନ ଶାସ୍ମଲ୍,aicବିମା ସଂଯୋଜକ ଉପସ୍ଥିତ ଥିଲେ।ଉକ୍ତ କାର୍ଯ୍ୟକ୍ରମରେ ଶତାଧିକ ମତ୍ସ୍ୟଜିବୀ,ମତ୍ସ୍ୟଚାଷୀ ମାନଙ୍କ ସହିତ ଜିଲ୍ଲା ମତ୍ସ୍ୟ କାର୍ଯ୍ୟାଳୟ,ଜଗତସିଂହପୁର ଏବଂ ଅତିରିକ୍ତ ମତ୍ସ୍ୟ ଅଧିକାରୀ,କୁଜଙ୍ଗ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଏବଂ ବୈଷୟିକ କର୍ମଚାରୀଙ୍କ ସମେତ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ।ଏହାପରେ ଅତିଥି ମାନଙ୍କ ଦ୍ବାରା ପଞ୍ଜିକରଣ କରିବା ଦ୍ଵାରା ମିଳୁଥିବା ଲାଭ ଗୁଡ଼ିକ ବିଷୟରେ ସଚେତନ କରାଗଲା ଓ ଗଣମାଧ୍ୟମ ପ୍ରତିନିଧିଙ୍କ ମାଧ୍ୟମରେ ଅନ୍ୟ ମତ୍ସ୍ୟଜିବୀ ମାନଙ୍କୁ ନିକଟସ୍ତ ଜନସେବା କେନ୍ଦ୍ର(csc)ରେ ପଞ୍ଜିକରଣ କରିବା ନିମନ୍ତେ ଅନୁରୋଧ କରାଗଲା।ଶ୍ରୀ ସୌମ୍ୟ ରଞ୍ଜନ ଶାସ୍ମଲ୍,aicବୀମା ସଂଯୋଜକଙ୍କ ଦ୍ଵାରା ବୀମା ସମ୍ବଦ୍ଧିୟ ସମସ୍ତ ସୂଚନା ପ୍ରଦାନ କରାଗଲା।ଜନସେବା କେନ୍ଦ୍ର(csc)ସହାୟତାରେ ୧୦୬ଜଣ ମତ୍ସ୍ୟଜିବୀଙ୍କୁ ଉକ୍ତ ପ୍ଲାଟଫର୍ମରେ ରେଜିଷ୍ଟେସନ କରାଗଲା ଏବଂ ମୁଖ୍ୟ ଅତିଥିଙ୍କ ଦ୍ଵାରା ପଞ୍ଜିକରଣ କାରୀଙ୍କୁ ପ୍ରମାଣ ପତ୍ର ବଣ୍ଟନ କରାଗଲା।ଏହାପରେ ସୁଶ୍ରୀ ରେଶମା ରାଣୀ ସିଂ,ଜିଲ୍ଲା ମତ୍ସ୍ୟ ଅଧିକାରୀ ଜଗତସିଂହପୁରଙ୍କ ଦ୍ଵାରା ଧନ୍ୟବାଦ୍ ଅର୍ପଣ ପୂର୍ବକ ସଭା ସାଙ୍ଗ କରାଗଲା।
Article Image
1