ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ୮୦ ତମ ସ୍ୱାଧୀନତା ଦିବସ ପାଳିତ

ଢେଙ୍କାନାଳ, 15/08/2026, ଉତ୍କଳ voice news - utkalvoicenews.com( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :
Article Image
ଅଦ୍ୟ ତା ୧୫/୦୮/୨୦୨୬ ରେ ଢେଙ୍କାନାଳ ମୁଖ୍ୟ ଶାଖା ତରଫରୁ ୮୦ ତମ ସ୍ୱାଧୀନତା ଦିବସ ମହା ସମାରୋହରେ ପାଳିତ ହୋଇ ଯାଇଛି । ମୁଖ୍ୟ ଅତିଥି ଭାବେ ସତ୍ୟ ନାରାୟଣ ମାଝୀ ଯୋଗ ଦେଇ ପତାକା ଉତ୍ତୋଳନ କରି ରାଷ୍ଟ୍ରୀୟ ସଙ୍ଗୀତ ଗାନ ସହିତ ନାରା ବାଜି କଲେ । ଅନ୍ୟ ସହଯୋଗୀ ଜୋନାଲ ସେକ୍ରେଟାରୀ ଗୋପାଳ ଚନ୍ଦ୍ର ସାହୁ, କ୍ୟାସ ଅଫିସର ଅମରେନ୍ଦ୍ର ସାହୁ, ସହଯୋଗୀ ସୁବ୍ରହ୍ମଣ୍ୟ ବିଶ୍ୱାଳ, ଆସିଷ୍ଟାଣ୍ଟ ମ୍ୟାନେଜର ଜିତେନ୍ଦ୍ର କୁମାର ଦାସ, ସହାୟକ ଅନ୍ତର୍ଯ୍ୟାମୀ ନାୟକ ଏବଂ ବ୍ୟାଙ୍କ ସୁରକ୍ଷା କର୍ମୀ ଉପସ୍ଥିତ ରହି ସ୍ୱାଧୀନତା ଦିବସ କୁ ସୁଚାରୁରୂପେ ପାଳନ କଲେ । ମୁଖ୍ୟ ପ୍ରବନ୍ଧକ ସମସ୍ତଙ୍କୁ ଶୁଭ କାମନା ଦେବା ସହିତ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପରାମର୍ଶ ଦେଲେ ।
15