ଏରସମା, 15/08/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
ଏରସମା ସ୍ବାଧୀନତା ପ୍ରାପ୍ତ କରିବାରେ ଯେଉଁ ଆନନ୍ଦ,ଉଲ୍ଲସ ଓ ଅନୁଭୁତି ଥାଏ ତାହା କେବେ ଭାରତବାସି ଭୁଲି ପାରିବେ ନାହିଁ।ପ୍ରତିଟି ଭାରତୀୟ ମନରେ ଅଗଷ୍ଟ ପନ୍ଦର ଏକ ପବିତ୍ର ଦିବସ। ଏହି ପବିତ୍ର ଦିବସରେ ସାରା ଭାରତ ବର୍ଷ ୮୦ତମ ସ୍ବାଧୀନତା ଦିବସ ପାଳନ କରୁଛି। ଏହି ଅବସରରେ ଏରସମାର ବିଭିନ୍ନ ସ୍ଥାନରେ ଆନନ୍ଦର ସହିତ ସ୍ବାଧୀନତା ଦିବସ ପାଳନ କରାଯାଇଛି। ଆଞ୍ଚଳିକ ଯୁବ ପରିଷଦ, ଅଭିଜିତ ସ୍ମାରକ ପାଠାଗାର , ଶାରଳା ଶିଳ୍ପତାଲିମ କେନ୍ଦ୍ର ଓ ମକରଧ୍ୱଜ ଶିଳ୍ପ ତାମିଲ କେନ୍ଦ୍ର ଠାରେ ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା ପତାକା ଉତ୍ତୋଳନ କରିଥିଲେ। ଏରସମା ବ୍ଲକ ପରିସରରେ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ମହାପାତ୍ର ଓ ଏରସମା ବିଡିଓ ଦାସରଥି ଜେନା ପତ୍ତକା ଉତ୍ତୋଳନ କରିଥିଲେ।ସେହିପରି ଏରସମା ଥାନା ପରିସରରେ ଥାନା ଭାରପ୍ରାପ୍ତ ଅଧିକାରୀ ପାର୍ଥ ପ୍ରିତମ ବେଉରା,ପ୍ରେଣ୍ଡସ କ୍ଳବରେ ଅଧ୍ୟାପକ ଡକ୍ଟର ସଞ୍ଜୟ ବିଶ୍ୱାଳ ପାତାକା ଉତ୍ତୋଳନ କରିଥିଲେ।ବିଜେଡି କାର୍ଯ୍ୟାଳୟରେ ବ୍ଲକ ସଭାପତି ପିତବାସ ଗଛାୟତ, ଜାତୀୟ କଂଗ୍ରେସ କାର୍ଯ୍ୟାଳୟରେ ଏରସମା ବ୍ଲକ କଂଗ୍ରେସ ସଭାପତି ପିନାକୀ ନାରାୟଣ ଦାସ ପତ୍ତକା ଉତ୍ତୋଳନ କରିଥିଲେ।
....