ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜାଭିୟର୍ସ ସ୍କୁଲରେ ସ୍ଵାଧୀନତା ଦିବସ ପାଳିତ।

ତିର୍ତ୍ତୋଲ, 15/08/2026, ଉତ୍କଳ voice news - utkalvoicenews.com( ତିର୍ତୋଲରୁ ଜଗନ୍ନାଥ ପ୍ରସାଦ ସାହୁଙ୍କ ରିପୋର୍ଟ ) :
Article Image
ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ମଣିଜଙ୍ଗା-ଏରସମା ରାସ୍ତାର ଜଗନ୍ନାଥପୁର ଠାରେ ଥିବା ଜାଭିୟର୍ସ ହାଇ ସ୍କୁଲରେ ୮୦ ତମ ସ୍ଵାଧୀନତା ଦିବସ ମହା ଆଡ଼ମ୍ବର ରେ ପାଳିତ ହୋଇ ଯାଇଛି। ଏହି ସ୍କୁଲ୍ ରେ ପ୍ରାୟ ୮୦ ରୁ ଅଧିକ ଛାତ୍ର ଛାତ୍ରୀ ମାନଙ୍କ ସମେତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକ ମାନେ ଏହି ଭାରତ ମାତାର ୮୦ ତମ ସ୍ୱାଧୀନତା ଦିବସ ରେ ଅଂଶଗ୍ରହଣ କରିଥିଲେ। ସ୍କୁଲ ର ବରିଷ୍ଟ ଶିକ୍ଷକ ଶ୍ୟାମସୁନ୍ଦର ବେହେରା ଙ୍କ ତତ୍ତ୍ଵାବଧାନରେ ଜାତୀୟ ପତାକା ଉତ୍ତଳୋନ କରାଯାଇଥିଲା। ଶ୍ରୀ ବେହେରା ଏହି ସମୟରେ ଭାରତ ୮୦ ତମ ସ୍ୱାଧୀନତା ଦିବସର ରେ ପୂର୍ବର ଭାରତ ଓ ଆଜିର ଭାରତ ଉପରେ ଆଲୋଚନା କରିଥିଲେ । ସେହିପରି ଶିକ୍ଷୟିତ୍ରୀ ମାନଙ୍କ ସମେତ ଛାତ୍ର ଛାତ୍ରୀ ମାନେ ଦେଶାତ୍ମକ ଜାତୀୟ ସଙ୍ଗୀତ ଗାନ କରିଥିଲେ ଓ ଛାତ୍ର ଛାତ୍ରୀ ମାନେ ଜାତୀୟ ଧ୍ୱନିଏବଂ ସଙ୍ଗୀତ ଗାନକରି ଶିକ୍ଷକ ମାନଙ୍କ ସହ ନିକଟସ୍ଥ ନରୁଆ ବଜାର ପରିକ୍ରମା କରିଥିଲେ । ପରେ ପରେ ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ନେଇ ଭାରତ ମାତାର ର ବିଭିନ୍ନ ଦିଗକୁ ନେଇ ଏକ ଶ୍ରେଣୀ ଗୃହରେ କୁଇଜ୍ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା , କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁଷ୍ପ ଗୁଚ୍ଛ ସହିତ ସାଠିପିକେଟ ପ୍ରଦାନ କରାଯାଇଥିଲା,ଓ ସର୍ବ ଶେଷରେ ଛାତ୍ରଛାତ୍ରୀ ଙ୍କ ସମେତ ଅଭିଭାବକ ମାନଙ୍କୁ ଏହି ଜାଭିୟର୍ସ ହାଇ ସ୍କୁଲର ସ୍ଵାଧୀନତା ଦିବସ ଆୟୋଜନ ଅବସରରେ ମିଷ୍ଟାନ ବଣ୍ଟନ କରାଯାଇଥିଲା। ସେହିପରି ନିକଟସ୍ତ ଜଗନ୍ନାଥପୁର ଉଚ୍ଚ ବିଦ୍ୟାଳୟ, ସରସ୍ୱତୀ ଶିଶୁ ମନ୍ଦିର,ବାପୁଜୀ ଉପ୍ରା ବିଦ୍ୟାଳୟରେ ସ୍ବାଧୀନତା ଦିବସ ଆଡ଼ମ୍ବର ରେ ପାଳିତ ହୋଇ ଯାଇଛି।
Article Image
8