କୁଜଙ୍ଗ , 23/02/2025, ଉତ୍କଳ voice news - utkalvoicenews.com
୧୮/୦୨/୨୦୨୫ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ବାଲିଆ ପଞ୍ଚାୟତରେ ଏକ ନୂତନ ନାଗେଶ୍ଵର ଶିବ ମନ୍ଦିର ନିର୍ମାଣ କରାଯାଉଥିଲା , ଯାହାର କି ପ୍ରତିଷ୍ଠା ଯଜ୍ଞ ୧୮ ତାରିଖ ଦିନ ଆରମ୍ଭ ହୋଇଥିଲା। ଏବଂ ଏହି ଯଞ୍ଜ ଦୀର୍ଘ ୫ ଦିନ ଧରି ହୋଇଆସୁଥିବା ବେଳେ ୨୩/୦୨/୨୦୨୫ ତାରିଖ ଦିନ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ବଡ ଧୁମଧାମରେ ପାଳନ ହୋଇଥିଲା। ପ୍ରତିଦିନ ସନ୍ଧ୍ୟାରେ ଗୀତାଞ୍ଜାନ, ପ୍ରବଚନ, କାର୍ଯ୍ୟକ୍ରମ ସହିତ ଶେଷଦିନ ବାଜିଗର ମେଜିକ୍ ସୋ କାର୍ଯ୍ୟକ୍ରମରେ ଘଣ୍ଟାଉଡି ମନ୍ଦିରକୁ ପଳାଇବା, ଏହା ଯଞ୍ଜ ପ୍ରେମି ଦର୍ଶକ ମାନଙ୍କ ମନକୁ ଅନେକ ଆନନ୍ଦ ଦେବା ସହିତ ରଶ୍ମୀ ରଂଞ୍ଜନ ଦାସ ଏବଂ ପ୍ରଶାନ୍ତ କୁମାର ଲେଙ୍କା ଙ୍କର ଯାଦୁବିଦ୍ୟା ଖେଳ ଲୋକମାନଙ୍କ ମନକୁ ଛୁଇଁଥଲା। ଫାଷ୍ଟସିଲେକ୍ସନ୍ ତରଫରୁ ଏହି ସବୁ କାର୍ଯ୍ୟକ୍ରମ ସୁଚାର ରୂପେରେ ସମ୍ପାଦନ କରାଯାଇଥିଲା। ଅହରାତ୍ର ପ୍ରସାଦ ସେବନ କରି ଯଞ୍ଜ ପ୍ରେମି ଦର୍ଶକ ମାନେ ଚାରୁ ଅନ୍ନ ନେଇ ନିଜନିଜର ଗୃହକୁ ପ୍ରତ୍ୟାବର୍ତ୍ତନ କରିଥିଲେ।