ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସେଣ୍ଟ ଜାଭିୟରରେ ପାଳିତ ୮୦ତମ ସ୍ୱାଧୀନତା ଦିବସ

ଏରସମା, 15/08/2026, ଉତ୍କଳ voice news - utkalvoicenews.com( ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ ) ତା - ୧୫/୦୮:
Article Image
ଜଗତସିଂହପୁର ଜିଲ୍ଲାର ପ୍ରମୁଖ ବାଣିଜିକ କେନ୍ଦ୍ର ରାହାମା ତାଳପଡ଼ାସ୍ଥିତ ସେଣ୍ଟ ଜାଭିୟର ସି.ଡି.ସି ବିଦ୍ୟାଳୟ ପରିସରରେ ଦେଶର ୮୦ତମ ସ୍ୱାଧୀନତା ଦିବସ ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି। ଶନିବାର ସକାଳ ୮ଟା ସମୟରେ ବିଦ୍ୟାଳୟର ପ୍ରତିଷ୍ଠାତା ସୁଶାନ୍ତ କୁମାର ସ୍ୱାଇଁ ଓ ସମାଜସେବୀ ଆଦିତ୍ୟ ପ୍ରସନ୍ନ ମହାନ୍ତି ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହାପରେ ବିଦ୍ୟାଳୟ ପରିସରରେ ସ୍ୱାଧୀନତା ଦିବସ ସମାରୋହର ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ବିଦ୍ୟାଳୟର ଶିକ୍ଷୟିତ୍ରୀ ଅର୍ଚ୍ଚନା ସାହୁ ସଭା ପରିଚାଳନା କରିଥିଲେ l
Article Image
ସଭାରେ ମୁଖ୍ୟ ଅତିଥି ଭାବେ ରାହାମା ମହାବିଦ୍ୟାଳୟର ଅଧ୍ୟକ୍ଷ ଅରୁଣ କୁମାର ପଣ୍ଡା ଯୋଗଦେଇଥିବା ବେଳେ ବ୍ରହ୍ମ ଜଗନ୍ନାଥ ମିଶନର ପ୍ରତିଷ୍ଠାତା କ୍ୟାପଟେନ ସଞ୍ଜୀବ କୁମାର ମୁଦୁଲି, ସାମ୍ବାଦିକ ତଥା ମାନବାଧିକାର କର୍ମୀ ମନୋଜ କୁମାର ଜେନା ଓ ସମାଜସେବୀ ଆଦିତ୍ୟ ପ୍ରସନ୍ନ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ଅତିଥିମାନଙ୍କ ସହ ବହୁ ଅଭିଭାବକ, ଛାତ୍ରଛାତ୍ରୀ ଓ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ ଉପସ୍ଥିତ ରହି ସମାରୋହକୁ ସଫଳ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା, ଦେଶାତ୍ମବୋଧକ ନୃତ୍ୟ ଓ ଏକକ ଅଭିନୟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଦେଶପ୍ରେମର ଭାବନାରେ ଭିଜିଥିବା ଛାତ୍ରଛାତ୍ରୀମାନେ ଆକର୍ଷଣୀୟ ପୋଷାକ ପରିଧାନ କରି ବିଭିନ୍ନ ନୃତ୍ୟ ଓ ଅଭିନୟ ପରିବେଷଣ କରି ଉପସ୍ଥିତ ଅତିଥି ଓ ଅଭିଭାବକଙ୍କ ମନ ମୋହିଥିଲେ। ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ସଭାର ମୁଖ୍ୟ ଅତିଥି ଅରୁଣ କୁମାର ପଣ୍ଡାଙ୍କ ପ୍ରେରଣାଦାୟକ ବକ୍ତବ୍ୟ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ସେ ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚସ୍ତରୀୟ ଶିକ୍ଷା, ଶୃଙ୍ଖଳା, ଦେଶପ୍ରେମ ଓ ଉତ୍ତମ ଚରିତ୍ର ଗଠନ ଉପରେ ମୂଲ୍ୟବାନ ଉପଦେଶ ଦେଇଥିଲେ। ଉଲ୍ଲେଖନୀୟ ଯେ, ସେଣ୍ଟ ଜାଭିୟର ସି.ଡି.ସି ବିଦ୍ୟାଳୟ ଚଳିତ ବର୍ଷ ୧୦ ବର୍ଷରେ ପଦାର୍ପଣ କରିଛି। ବିଦ୍ୟାଳୟର ଶିକ୍ଷା ଓ ସାମଗ୍ରିକ ଉନ୍ନତିରେ ଶିକ୍ଷୟିତ୍ରୀ ଅର୍ଚ୍ଚନା ସାହୁ, ଶ୍ରାବଣୀ ସମ୍ଭୂତା ସାହାଣୀ, ଲିପ୍ରିୟା ରାଉତ, କ୍ରିଷ୍ଣା କାବେରୀ ପ୍ରିୟଦର୍ଶିନୀ, ଉଷାରାଣୀ ନାୟକ, ମନ୍ଦାକିନୀ ମହାନ୍ତି, ଶୁଭସ୍ମିତା ସ୍ୱାଇଁ, ରୋଜାଲିନ ବେହେରା, ତଦାସା ରାଉତ, ସରିତା ପଶାୟତ, ସୁଭାଷିନୀ ଦାସ ଓ ମଧୁଛନ୍ଦା ନନ୍ଦଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେମାନେ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପ୍ରତିଯୋଗିତାରେ ଭାଗନେବା ପାଇଁ ପ୍ରସ୍ତୁତ କରିବା ସହ ସମାରୋହର ସଫଳତା ପାଇଁ ସମସ୍ତ ପ୍ରକାର ସହଯୋଗ କରିଥିଲେ। ବିଦ୍ୟାଳୟର ଶିକ୍ଷାଗତ ଉନ୍ନତି ସହ ଛାତ୍ରଛାତ୍ରୀଙ୍କ ଜ୍ଞାନ ଆହରଣ ଓ ପ୍ରତିଭା ବିକାଶରେ ଏହି ଶିକ୍ଷୟିତ୍ରୀମାନଙ୍କ ଅବଦାନ ପ୍ରଶଂସନୀୟ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।
4