କୁଜଙ୍ଗ , 15/08/2026, ଉତ୍କଳ voice news - utkalvoicenews.com( କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
କୁଜଙ୍ଗ ଗ୍ରାମପଞ୍ଚାୟତ ପରିସରରେ ଆଜି ୮୦ତମ ସ୍ୱାଧୀନତା ଦିବସ ଉତ୍ସାହ ଓ ଗରିମାର ସହ ପାଳିତ ହୋଇଛି। କୁଜଙ୍ଗ ସରପଞ୍ଚ ଶ୍ରୀମତୀ ବନ୍ଦିତା ଦାସ ଜାତୀୟ ପତାକା ଉତ୍ତୋଳନ କରିଥିଲେ।
ଏହି ଅବସରରେ ସରପଞ୍ଚ ଶ୍ରୀମତୀ ଦାସ କହିଥିଲେ ଯେ, ସ୍ୱାଧୀନତା ଦିବସ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ଗୌରବର ଦିନ। ଦେଶକୁ ବ୍ରିଟିଶ ଶାସନରୁ ମୁକ୍ତ କରିବା ପାଇଁ ମହାତ୍ମା ଗାନ୍ଧୀ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଜବାହରଲାଲ ନେହେରୁଙ୍କ ସମେତ ଅନେକ ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ ଓ ସଂଘର୍ଷକୁ ଦେଶବାସୀ ସର୍ବଦା ସ୍ମରଣ କରିବେ।
କାର୍ଯ୍ୟକ୍ରମରେ କୁଜଙ୍ଗ ସମିତି ସଭ୍ୟା ଶ୍ରୀମତୀ ସସ୍ମିତା ନାୟକ, ପିଓ ଶ୍ରୀମତୀ ଦେବସ୍ମିତା ଦାସ, ଚିନ୍ମୟୀ ଦାସ, ନାୟବ ସରପଞ୍ଚ ଶ୍ରୀମତୀ ଶାନ୍ତିଲତା ସ୍ୱାଇଁଙ୍କ ସମେତ ଗୀତାଞ୍ଜଳି ମଲ୍ଲିକ, ସବିତା ମଲ୍ଲିକ, ସବିତା ମହାପାତ୍ର, ପ୍ରିୟଦର୍ଶିନୀ ଦାସ, ସୁକାନ୍ତି ସେଠୀ, ରେବାସ ଖାନ, କଲ୍ୟାଣୀ ଗୁରୁ, ଶିବ ପ୍ରସାଦ ନାୟକ, ଦୀପକ ବେହେରା, ରେଣୁ ପାତ୍ର, ଚିରଞ୍ଜୀବ ନାୟକ, ବିକାଶ ଓ ଟୁକୁନା ବେହେରାଙ୍କ ସମେତ ସମସ୍ତ ୱାର୍ଡ ସଦସ୍ୟ ଓ ଅନ୍ୟମାନେ ଉପସ୍ଥିତ ଥିଲେ।