ବାଲେଶ୍ୱର, 15/08/2026, ଉତ୍କଳ voice news - utkalvoicenews.com
ଖଇରା ବ୍ଳକ ତୁରିଗଡ଼ିଆ ମଣ୍ତଳରେ ବିଜେପି ପକ୍ଷରୁ ୮୦ ତମ ସ୍ଵାଧୀନତା ଦିବସ ପାଳନ ଅବସରରେ "ହର ଘର ତ୍ରିରଙ୍ଗା" ଯାତ୍ରା ଶ୍ୟାମସୁନ୍ଦରପୁର ପଞ୍ଚାୟତ ରେ ଅନୁଷ୍ଟିତ ହୋଇଯାଇଛି ମଣ୍ଡଳ ସଭାପତି ମାନସ ମୁଦୁଲି କ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୁବନେତା ବିଜେପି ରାଜ୍ୟ ପରିଷଦ ସଦସ୍ୟ ଇଂ. ରାଜେଶ ମୋହାକୁଡ, ମଣ୍ଡଳ କୋଷାଧ୍ୟକ୍ଷ କମଳ ଲୋଚନ ପ୍ରଧାନ, ଯୁବନେତା ଦିନେଶ ଜେନା ସମେତ ଶତାଧିକ ମହିଳା ଓ ନେତୃବୃନ୍ଦ ସାମିଲ୍ ହୋଇଥିଲେ. ପତାକା ଉତ୍ତୋଳନ କରିବା ସହିତ ପ୍ରଭାତଫେରୀ କରାଯଇଥିଲା l ଏବଂ ସମସ୍ତ କ ଘର ସମ୍ମୁଖରେ ଜାତୀୟ ପତାକା ଲଗାଯାଇଥିଲା l ଶେଷରେ ମୁଖ୍ୟ ଅତିଥି ଇଂ. ରାଜେଶ ମୋହାକୁଡ ସମସ୍ତଙ୍କୁ ସମ୍ବୋଧନ କରି ନିଜର ବକ୍ତବ୍ୟ ରଖିଥିଲେ l