ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଆମ୍ ଆଦମୀ ପାର୍ଟି ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ପାଳନ

ଢେଙ୍କାନାଳ, 15/08/2026, ଉତ୍କଳ voice news - utkalvoicenews.com
Article Image
ଆମ୍ ଆଦମୀ ପାର୍ଟି ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ଜିଲ୍ଲା ସଭାପତି ପଙ୍କଜ ନାୟକଙ୍କ ନେତୃତ୍ୱରେ ସ୍ଥାନୀୟ କଚେରୀ ରୋଡ଼ ସ୍ଥିତ ଜିଲ୍ଲା କାର୍ଯ୍ୟାଳୟ ଠାରେ ଏବଂ ପୂର୍ବତନ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ରାସୋଳ ଠାରେ ବହୁ ହର୍ଷୋଲ୍ଲସରେ ପାଳିତ ହୋଇଯାଇଛି। ଜିଲ୍ଲା କାର୍ଯ୍ୟାଳୟରେ ସଭାପତିଙ୍କ ସହିତ ଉପସଭାପତି ପ୍ରସନ୍ନ ବରାଳ, ମହିଳା ନେତ୍ରୀ ରୁକ୍ମିଣୀ ଦଳେଇ, ଓ କବିଜ୍ୟୋତି ନିରଞ୍ଜନ ପତି ମିଳିତ ଭାବେ ଧ୍ବଜାରୋହଣ କରିଥିଲେ। ସେହିପରି ରାସୋଳ ଠାରେ ଶ୍ରୀ ପଣ୍ଡା ଧ୍ବଜାରୋହଣ କରିଥିଲେ। ତତ୍ପରେ ସ୍କୁଲ ପିଲା ଏବଂ ପଥଚାରୀ ମାନଙ୍କୁ ମିଷ୍ଟାନ୍ନ ଓ ବିସ୍କୁଟ ବଣ୍ଟନ କରାଯାଇଥିଲା। ଜିଲ୍ଲା କାର୍ଯ୍ୟାଳୟରେ ଏକ ଆଲୋଚନା ଚକ୍ରରେ କବିଜ୍ୟୋତି ଶ୍ରୀ ପତି ଦେଶାତ୍ମବୋଧକ କବିତା ପାଠ କରିଥିଲେ ଏବଂ ଜିଲ୍ଲା ସଭାପତି ଶ୍ରୀ ନାୟକ କହିଥିଲେ "ସ୍ୱାଧୀନତା କେବଳ ଏକ ଦିନର ଉତ୍ସବ ନୁହେଁ; ଏହା ଆମ ସହିଦମାନଙ୍କ ତ୍ୟାଗର ଅମୂଲ୍ୟ ଉତ୍ତରାଧିକାର, ଏହା ଆମ ସମସ୍ତଙ୍କର ଏକ ଦାୟୀତ୍ୱ, ଯାହାକୁ ଆମେ ସମ୍ମାନର ସହିତ ପାଳନ କରୁଛେ। ଆସନ୍ତୁ ଏହି ସ୍ୱାଧୀନତାକୁ ସୁରକ୍ଷିତ ରଖିବା ଏବଂ ଦେଶର ପ୍ରତ୍ୟେକ ନାଗରିକଙ୍କ ସେବା, ଏକତା, ରାଷ୍ଟ୍ର ଗଠନ, ସମ୍ମାନ, ସମାନତା ଓ ଅଧିକାର ପାଇଁ କାମ କରିବା"। ସଦସ୍ୟ କଳାକାର ଯୁଧିଷ୍ଠିର ଦାସ କହିଥିଲେ ଜାତି, ଧର୍ମ, ଭାଷା ଓ ଅଞ୍ଚଳର ଭେଦଭାବ ଭୁଲି ଏକତାର ସୂତ୍ରରେ ବାନ୍ଧି ହେବା। ଦେଶର ଦୁର୍ବଳ, ଗରିବ, କୃଷକ, ଶ୍ରମିକ, ଯୁବକ ଓ ମହିଳାଙ୍କ ଉନ୍ନତି ପାଇଁ ଏକାଠି କାମ କରିବା। ଆମର ସଂକଳ୍ପ ହେଉ -ଏକ ନ୍ୟାୟପୂର୍ଣ୍ଣ, ସମୃଦ୍ଧ, ଶକ୍ତିଶାଳୀ ଓ ମାନବିକ ଭାରତ ଗଢ଼ିବା। ଏହି କାର୍ଯ୍ୟକ୍ରମରେ ସଦର ନିର୍ବାଚନ ମଣ୍ଡଳୀ ସଭାପତି ଚିତ୍ତରଞ୍ଜନ ପାଣି, ସଦସ୍ୟ ସୁନୀଲ ସାହୁ, ଅନିଲ ନାଥ, ନିରାକାର ସାହୁ, ସୁଧନ୍ୟ ନାଏକ, ଦୁର୍ଯ୍ୟୋଧନ ବେହେରା, କୁଞ୍ଜବିହାରୀ ଲେଙ୍କା, ଅନ୍ତର୍ଯ୍ୟାମୀ ସାହୁ, କବି ନାଏକ ପ୍ରମୁଖ ଯୋଗଦେଇଥିଲେ। ଜୟ ହିନ୍ଦ!
6