ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

୮୦ତମ ସ୍ୱାଧୀନତା ଦିବସ ପାଳିତ

କୁଜଙ୍ଗ , 16/08/2026, ଉତ୍କଳ voice news - utkalvoicenews.com( କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) ତା - 15/08/2026 :
Article Image
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ସମେତ ପାରାଦ୍ୱୀପଗଡ଼ ଅଞ୍ଚଳର ବିଭିନ୍ନ ସ୍ଥାନରେ ଉତ୍ସାହ ଓ ଉଦ୍ଦୀପନାର ସହ ୮୦ତମ ସ୍ୱାଧୀନତା ଦିବସ ପାଳିତ ହୋଇଛି। ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ଜାତୀୟ ପତାକା ଉତ୍ତୋଳନ ସହ ଦେଶର ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ମହାନ ସ୍ୱାଧୀନତା ସଂଗ୍ରାମୀଙ୍କୁ ସ୍ମରଣ କରାଯାଇଛି।
Article Image
କୁଜଙ୍ଗ ବ୍ଲକ କାର୍ଯ୍ୟାଳୟରେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ରିନାରାଣୀ ସାହୁ ଓ ବିଡିଓ ଶ୍ରୀ ଦୀପକ ସ୍ୱାଇଁଙ୍କ ଉପସ୍ଥିତିରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା।
Article Image
ସେହିପରି କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅଧୀକ୍ଷକା ଶ୍ରୀମତୀ ଚେତନା ପୁରୋହିତ ଜାତୀୟ ପତାକା ଉତ୍ତୋଳନ କରି ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଥିଲେ।
Article Image
କୁଜଙ୍ଗ ବନ ବିଭାଗ କାର୍ଯ୍ୟାଳୟରେ ରେଞ୍ଜର ଶ୍ରୀ ସଞ୍ଜୟ କୁମାର ପ୍ରଧାନଙ୍କ ସମେତ ଫରେଷ୍ଟର ଶ୍ରୀ ମହନ୍ତ କୁମାର ମଲ୍ଲିକ, ରୋଜାଲିନ ଦାସ, ଚିନ୍ମୟୀ ସାହୁ ଓ ବିଭାଗୀୟ କର୍ମଚାରୀମାନେ ଉପସ୍ଥିତ ରହି ସ୍ୱାଧୀନତା ଦିବସ ପାଳନ କରିଥିଲେ।
Article Image
ଅନ୍ୟପକ୍ଷରେ ପାରାଦ୍ୱୀପଗଡ଼ ଅଞ୍ଚଳରେ ମଧ୍ୟ ବିଭିନ୍ନ ସ୍ଥାନରେ ସ୍ୱାଧୀନତା ଦିବସ ପାଳନ ହୋଇଥିଲା। କୁଜଙ୍ଗ ଓକିଲ ସଂଘ ପକ୍ଷରୁ ସଭାପତି ତଥା ବରିଷ୍ଠ ଆଇନଜୀବୀ ଶ୍ରୀ ସଞ୍ଜୟ କୁମାର ବେହେରା ଶୁଭେଚ୍ଛା ବାର୍ତ୍ତା ଦେଇଥିଲେ। କୁଜଙ୍ଗ ତହସିଲ କାର୍ଯ୍ୟାଳୟରେ ମଧ୍ୟ ଜାତୀୟ ପତାକା ଉତ୍ତୋଳନ ସହ ୮୦ତମ ସ୍ୱାଧୀନତା ଦିବସ ପାଳିତ ହୋଇଛି। ଏହି ଅବସରରେ ଦେଶର ସ୍ୱାଧୀନତା ପାଇଁ ତ୍ୟାଗ ଓ ବଳିଦାନ ଦେଇଥିବା ସମସ୍ତ ବୀର ସ୍ୱାଧୀନତା ସଂଗ୍ରାମୀଙ୍କୁ ସ୍ମରଣ କରାଯିବା ସହ ଦେଶର ଏକତା, ଅଖଣ୍ଡତା ଓ ଉନ୍ନତି ପାଇଁ ସମସ୍ତେ ଏକାଠି ହୋଇ କାମ କରିବାକୁ ଆହ୍ୱାନ ଦିଆଯାଇଛି।
6