ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜିଲ୍ଳା ଦଳିତ ମହାସଭା ପକ୍ଷରୁ କର୍ମକର୍ତ୍ତା ଚୟନ ସମାରୋହ।

କୁଜଙ୍ଗ, 23/02/2025, ଉତ୍କଳ voice news - utkalvoicenews.com
Article Image
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ ଗଣ୍ଡକିପୁର ପଞ୍ଚାୟତ ମଠସାହିରେ ଆଜି ଜିଲ୍ଲା ଦଳିତ ମହାସଭା ଜଗତସିଂହପୁର ଆନୁକୁଲ୍ୟରେ କୁଜଙ୍ଗ ବ୍ଲକ ୩ନଂ ଜୋନର କର୍ମକର୍ତ୍ତା ଚୟନ ସମାରୋହ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମଟି ନାରାୟଣ ମଲ୍ଲିକଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଉପଦେଷ୍ଟା ଶିବ ଚରଣ ମଲ୍ଲିକ,ଜିଲ୍ଲା ସାଧାରଣ ସମ୍ପାଦକ ବିଚିତ୍ରା ନନ୍ଦ ମଲ୍ଲିକ,ଜିଲ୍ଲା ମହିଳା ସଭାନେତ୍ରୀ ଶ୍ରଦ୍ଧାଞ୍ଜଳି ସେଠୀ,ଉପସଭାପତି ନିରଞ୍ଜନ ମଲ୍ଲିକ,ଉପଦେଷ୍ଟା ଅଜୟ ମଲ୍ଲିକ,କାର୍ଯ୍ୟପାଳିକା ସଦସ୍ୟ,ବିଜୟ ମଲ୍ଲିକ,ଜଟାଧାରୀ ଦାସ,ଶରତ ଚନ୍ଦ୍ର ମଲ୍ଲିକ,ଅଜୟ କୁମାର ମଲ୍ଲିକ,ଜଗନାଥ ମଲ୍ଲିକ ପ୍ରମୁଖ ଯୋଗଦେଇଥିଲେ।ଏହି ଦଳିତ ମହାସଭାରେ କୁଜଙ୍ଗ ବ୍ଲକ ୩ନଂ ଜୋନର ସଭାପତି ଭାବେ ନାରାୟଣ ମଲ୍ଲିକ,ଉପସଭାପତି ଜୟୀରାମ ମଲ୍ଲିକ,କୋଷାଧ୍ୟକ୍ଷ ମାନସ କୁମାର ମଲ୍ଲିକ,ସହ ସମ୍ପାଦକ ଅଜୟ କୁମାର ମଲ୍ଲିକଙ୍କୁ ଚୟନ କରାଯାଇଥିଲା।ଅନ୍ୟ ମାନଙ୍କ ମଧ୍ୟରେ ସରୋଜ ସେଠୀ,ସୁର୍ମିଳା ମଲ୍ଲିକ,ସସ୍ମିତା ମଲ୍ଲିକ,ସାବି ମଲ୍ଲିକ,ସାଗରିକା ମଲ୍ଲିକ,ଗୀତାଞ୍ଜଳୀ ମଲ୍ଲିକ,କାଞ୍ଚନ ମଲ୍ଲିକ ପ୍ରମୁଖ ଏହି ଚୟନ ପ୍ରକ୍ରିୟାକୁ ସମର୍ଥନ ଜଣାଇଥିଲେ।ଏଥିସହିତ ଦଳିତ ମାନଙ୍କର ହକ,ଅଧିକାର,ସରକାରଙ୍କ ଦ୍ୱାରା ଜନହିତକର କାର୍ଯ୍ୟକ୍ରମର ଉପଯୁକ୍ତ ସାହାଯ୍ୟ ଏବଂ ସହଯୋଗ ସମାଜର ପଛ ଧାଡ଼ିରେ ଥିବା ଦଳିତ ମାନଙ୍କୁ ଉପଲବ୍ଧି କରାଇବା ପାଇଁ ଉକ୍ତ ସଂଗଠନ କରାଗଲା।
Article Image
Article Image
1