ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଚଟୁଆ ଦୂର୍ଗାତ୍ସବ କମିଟି ପକ୍ଷରୁ ସ୍ୱାଧୀନତା ଦିବସ ପାଳନ

ଏରସମା / ଚଟୁଆ, 16/08/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ସ୍ୱ।ଧୀନତା ପ୍ରାପ୍ତ କରିବାରେ ଯେଉଁ ଆନନ୍ଦ, ଉଲ୍ଲାସ ଓ ଅନୁଭୂତି ଥାଏ ତାହା କେବେ ଭାରତ ବାସୀ ଭୁଲି ପାରିବେ ନାହିଁ ।ପ୍ରତିଟି ଭାରତୀୟଙ୍କ ମନରେ ଅଗଷ୍ଟ ପନ୍ଦର ଏକ ପବିତ୍ର ଦିବସ। ଏହି ପବିତ୍ର ଦିବସରେ ସାରା ଭାରତ ବର୍ଷ ୮୦ ତମ ସ୍ୱାଧୀନତା ଦିବସ ପାଳନ କରୁଛି। ଏହି ଅବସରରେ ଏରସମା ବ୍ଲକର ବିଭିନ୍ନ ସ୍ଥାନରେ ଆନନ୍ଦର ସହିତ ସ୍ବାଧୀନତା ଦିବସ ପାଳନ କରାଯାଇଛି। ଚଟୁଆ ଦୂର୍ଗାତ୍ସବ ସମିତି ପକ୍ଷରୁ ୮୦ ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି। ଚଟୁଆ ଦୂର୍ଗାତ୍ସବ ସମିତିର ସଭାପତି ମନୋଜ କୁମାର ମହାନ୍ତି ପତ୍ତକା ଉତ୍ତୋଳନ କରିଥିଲେ। ଦୂର୍ଗାତ୍ସବ ସମିତିର ସଂପାଦକ ବସନ୍ତ ନାୟକ, ଉପସଭାପତି ଭରତ ଚନ୍ଦ୍ର ବରାଳ, ସହସଂପାଦକ ଅକ୍ଷୟ କୁମାର ସ୍ୱାଇଁ, ପୂର୍ବତନ ସଂପାଦକ ସୁଧାକର ବିଶ୍ଵାଳ, କୁଳମଣୀ ବିଶ୍ଵାଳ, କଳ୍ପତରୁ ବିଶ୍ଵାଳ ,ନିଗମାନନ୍ଦ ମଲ୍ଲ, ଯୋଗେନ୍ଦ୍ର ପରିଜା, ସୁକାନ୍ତ ରାଉତ ଉପସ୍ଥିତ ଥିଲେ।
5