ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଏରସମାର ବିଭିନ୍ନ ଅନୁଷ୍ଠାନରେ ସ୍ବାଧୀନତା ଦିବସ ପାଳିତ

ଏରସମା, 16/08/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) : ତା - ୧୫\୮\୨୬
Article Image
ଶାରଳା ଶିଳ୍ପତାଲିମି କେନ୍ଦ୍ରରେ ମୁଖ୍ଯ ଅତିଥି ଭାବେ ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ l ଏହାପୂର୍ବରୁ ମହାନ ସ୍ବାଧୀନତା ସଂଗ୍ରାମୀ ଜାତିର ପିତା ମହାତ୍ମ। ଗାନ୍ଧୀଙ୍କ ଫଟୋ ଚିତ୍ରରେ ପୁଷ୍ପଗୁଛ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ l ଅନ୍ୟ ଅଥିତି ଜିଲ୍ଲାପରିଷଦ ପୀତବାସ ଗଛ।ୟତ , ସରକାରୀ ଓକିଲ ଅକ୍ଷୟକୁମାର ସ୍ୱାଇଁ, ବିଜୟ ସ୍ୱାଇଁ, ସୁଧୀର ସ୍ୱାଇଁ,ଚନ୍ଦନ ମଲିକ ପ୍ରମୁଖ ଯୋଗ ଦେଇଥିଲେ।ବାଳିକା ଉଚ୍ଚ ବିଦ୍ଯାଳୟ ରେ ସମାଜ ସେବୀ ଧୀରେନ୍ଦ୍ର ଚୌଧୂ ରୀ ପତାକା ଉତ୍ତୋଳନ କରିଥିଲେ। ଛାତ୍ରୀଗଣ ଜାତୀୟ ସଂଗୀତ ଗାନ କରିଥିଲେ। ସିହା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ସନ୍ଦୀପ୍ତ ଅଧିକାରୀ ପତାକା ଉତ୍ତୋଳନ କରି ଦେଶ ମାତୃକା ଉଦ୍ଦେଶ୍ଯରେ ସୁଚିନ୍ତିତ ବକ୍ତବ୍ଯ ଦେବା ସହିତ ମହାମନିଷୀମାନଙ୍କର ବଳିଦାନ ଉପରେ ଆଲୋକପାତ କରିଥିଲେ।ତଦପରେ ଛାତ୍ରଛାତ୍ରୀମାନଙ୍କ ଭିତରେ ଦେଶଭକ୍ତି ଉଦ୍ରେକ ବକ୍ତୃତା ,ସ ଙ୍ଗୀତ , ନୃତ୍ଯ ଓ ବିଭିନ୍ନ ମହାପୁରୁଷଙ୍କ ପୋଷାକରେ ଛାତ୍ରଛାତ୍ରୀମାନଙ୍କ ମଧ୍ଯରେ କିଏ କିଏ ସୁବାଷ ବୋଷ, ଶାସ୍ତ୍ରୀଜି, ନେହେରୁ, ଗାନ୍ଧିଜୀ, ଭାରତମାତା ଆଦି ବେଶ ରେ ସଜ୍ଜିତ ହୋଇଥିଲେ। ବିଦ୍ଯାଳୟ ପରିସରରେ ଜାତୀୟତାବାଦର ବହ୍ନି ପ୍ରଜ୍ବଳିତ ହୋଇଥିଲା l ଏଥିରେ ବିଦ୍ଯାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପରିଚାଳନାରେ ସହଯୋଗ କରିଥିଲେ l ପରିଶେଷରେ ଛାତ୍ରଛାତ୍ରୀମାନଙ୍କୁ ମିଷ୍ଠାନ୍ନ ବଣ୍ଟନ କରାଯାଇଥିଲା l ଉକ୍ତ କାର୍ଯ୍ଯକ୍ରମରେ ସମସ୍ତ ଅବିଭାବକ ଅବିଭାବିକା ଉତ୍ସାହ ର ସହ ଉପସ୍ଥିତ ରହି ଉପଭୋଗ କରିଥିଲେ l ସ୍ୱାମୀ ବିବେକାନନ୍ଦ କ୍ଳବ ସିହା ରେ ସଭାପତି ରଞ୍ଜନ ଜେନା ପତାକା ଉତ୍ତୋଳନ କରିଥିଲେ।
Article Image
7