ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଷ୍ଟଡି ଲାଇଫ୍ ଇନଷ୍ଟିଚ୍ୟୁଟ୍‌ର ୪ର୍ଥ ବାର୍ଷିକ ଉତ୍ସବ ‘ ସ୍ଲାଇ ଫେଷ୍ଟ୍ ୨୦୨୬ ’ ଧୁମଧାମରେ ପାଳିତ

ଢେଙ୍କାନାଳ, 16/08/2026, ଉତ୍କଳ voice news - utkalvoicenews.com( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :
Article Image
ତା - ୧୬/୦୮/୨୦୨୬: ଢେଙ୍କାନାଳ ସହରସ୍ଥିତ ଷ୍ଟଡି ଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ କମ୍ପ୍ୟୁଟର ଏଜୁକେସନ୍ ର ୪ର୍ଥ ବାର୍ଷିକ ଉତ୍ସବ ‘ସ୍ଲାଇ ଫେଷ୍ଟ ୨୦୨୬’ ରବିବାର ଦିନ ବହୁ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ଢେଙ୍କାନାଳ ତହସିଲ ଅଫିସ୍ ନିକଟସ୍ଥ ଆର୍ଟ ଆଣ୍ଡ କ୍ରାଫ୍ଟ ଅଡିଟୋରିଅମ ହଲ୍ ରେ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ଶିକ୍ଷା, ପ୍ରଯୁକ୍ତି, ପ୍ରତିଭା ଓ ସଂସ୍କୃତିର ଅପୂର୍ବ ସମନ୍ୱୟ ଦେଖିବାକୁ ମିଳିଥିଲା। ଅନୁଷ୍ଠାନରେ ମୁଖ୍ୟ ଅତିଥି ଭାବେ ଡଃ ପ୍ରବୋଧ କୁମାର ମହାରଣା, ଜିଲ୍ଲାସ୍ତରୀୟ ସଂଯୋଜକ, ଓକେସିଏଲ୍, ଢେଙ୍କାନାଳ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଡିଜିଟାଲ୍ ଶିକ୍ଷା ଓ ଦକ୍ଷତା ବିକାଶର ଗୁରୁତ୍ୱ ଉପରେ ମୂଲ୍ୟବାନ ମତବ୍ୟକ୍ତ କରିଥିଲେ। ମୁଖ୍ୟ ବକ୍ତା ଭାବେ ଡଃ ଶୁଭଶ୍ରୀ ଅବିନାଶ ସାହୁ, ଏଚ୍‌ଓଡି, କମ୍ପ୍ୟୁଟର ସାଇନ୍ସ, ସିନର୍ଜି ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ଢେଙ୍କାନାଳ ଯୋଗଦେଇ ଛାତ୍ରଛାତ୍ରୀମାନେ ପାଠପଢ଼ା ସହିତ ପ୍ରଯୁକ୍ତିଭିତ୍ତିକ ଜ୍ଞାନ, ସାଇବର କ୍ରାଇମ୍ ଓ ନାନୋ ଟେକ୍ନୋଲୋଜି ସମ୍ଭଦ୍ଧରେ ସୁଚନା ଦେଇଥିଲେ ।ସୃଜନଶୀଳତା ଓ ନୂତନ ଚିନ୍ତାଧାରାକୁ ଆପଣାଇବା ଆବଶ୍ୟକ ବୋଲି କହିଥିଲେ। ତାଙ୍କ ପ୍ରେରଣାଦାୟକ ବକ୍ତବ୍ୟ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ବେଶ୍ ପ୍ରଭାବିତ କରିଥିଲା। ସମ୍ମାନିତ ଅତିଥି ଭାବେ ଶ୍ରୀ ପ୍ରଦୀପ କୁମାର ମିଶ୍ର, ପ୍ରିନ୍ସିପାଲ୍ କମ୍ ସେକ୍ରେଟାରୀ, ସଚ୍ଚିଦାନନ୍ଦ ହାୟର ସେକେଣ୍ଡାରୀ ସ୍କୁଲ୍, ଇନ୍ଦିପୁର ଯୋଗଦେଇ ଷ୍ଟଡି ଲାଇଫ୍ ଇନଷ୍ଟିଚ୍ୟୁଟ୍‌ର ଶିକ୍ଷାମୂଳକ ପ୍ରୟାସକୁ ପ୍ରଶଂସା କରିଥିଲେ। ସେ କହିଥିଲେ କି ଆଜିର ଛାତ୍ର ଛାତ୍ରୀ ଜେନ୍ ଜୀ ଭଳି ହେବା ଦରକାର ଯାହାଫଳରେ ଶିକ୍ଷା ବ୍ୟବସ୍ଥାରେ ଦେଖାଦେଉଥିବା ରାଜନୀତିକରଣକୁ ଆଦୌ ପ୍ରୋତ୍ସାହନ ଦେବା ନାହିଁ । ସ୍ୱତନ୍ତ୍ର ଅତିଥି ଭାବେ ଶ୍ରୀ ପ୍ରକାଶ ଚନ୍ଦ୍ର କୁଅଁର, ଭାଇସ୍-ଚେୟାରମ୍ୟାନ୍, ଢେଙ୍କାନାଳ ମ୍ୟୁନିସିପାଲିଟି ଏବଂ ଶ୍ରୀମତୀ ଲଳିତା ସାହୁ, ସରପଞ୍ଚ, ଇନ୍ଦିପୁର ଗ୍ରାମ ଯୋଗଦେଇ ଅନୁଷ୍ଠାନର ଶୋଭା ବଢ଼ାଇଥିଲେ। ଉଭୟ ଅତିଥି ଛାତ୍ରଛାତ୍ରୀଙ୍କୁ ଜୀବନରେ ସଫଳତା ପାଇବା ପାଇଁ କେହି ନା କେହି ଜଣେ ମହାନ ବ୍ୟକ୍ତିଙ୍କର ସମର୍ଥନ ରହିଛି ଓ ନିଜ ପ୍ରତିଭାର ବିକାଶ ସହିତ ସମାଜ ପ୍ରତି ଦାୟିତ୍ୱବୋଧ ରଖି ଆଗକୁ ବଢ଼ିବାକୁ ପ୍ରେରଣା ଦେଇଥିଲେ। ଏହି ଅବସରରେ ଷ୍ଟଡି ଲାଇଫ୍ ଇନଷ୍ଟିଚ୍ୟୁଟ୍‌ର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ଶ୍ରୀ ଆଶିଷ କୁମାର ପଣ୍ଡା ଅନୁଷ୍ଠାନର ଉଦ୍ଦେଶ୍ୟ, ଶିକ୍ଷା ପ୍ରତିଷ୍ଠାନର ଭବିଷ୍ୟତ ଯୋଜନା ଏବଂ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ସେ ଛାତ୍ରଛାତ୍ରୀଙ୍କୁ ଜ୍ଞାନ, ଶୃଙ୍ଖଳା ଓ ଦକ୍ଷତାକୁ ଜୀବନର ସଫଳତାର ମୁଖ୍ୟ ଆଧାର କରିବାକୁ ଆହ୍ୱାନ ଦେଇଥିଲେ। ଅନୁଷ୍ଠାନର ଅନ୍ୟତମ ଆକର୍ଷଣ ଥିଲା ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ନୃତ୍ୟ, ସଙ୍ଗୀତ ଓ ପ୍ରତିଭା ପ୍ରଦର୍ଶନ। ଛାତ୍ରଛାତ୍ରୀଙ୍କ ମନୋଜ୍ଞ ପରିବେଷଣ ଉପସ୍ଥିତ ଅତିଥି, ଅଭିଭାବକ ଓ ଦର୍ଶକଙ୍କ ମନ ଜିଣିଥିଲା। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା ଓ ଶିକ୍ଷାମୂଳକ କାର୍ଯ୍ୟକ୍ରମରେ କୃତିତ୍ୱ ହାସଲ କରିଥିବା ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ‘ଷ୍ଟଡି ଲାଇଫ୍ ମୋ ପ୍ରତିଭା ଆୱାର୍ଡ-୨୦୨୬’ ଓ ଅନ୍ୟାନ୍ୟ ସମ୍ମାନ ପ୍ରଦାନ କରାଯାଇଥିଲା। ଅତିଥିମାନେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରି ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। କାର୍ଯ୍ୟକ୍ରମରେ ଷ୍ଟଡି ଲାଇଫ୍ ଅନୁଷ୍ଠାନର ସେକ୍ରେଟାରୀ ତଥା ଶିକ୍ଷାଗତ ସମନ୍ଵୟକାରି ଶ୍ରୀଯୁକ୍ତ ଅବିନାଶ ପଣ୍ଡା ,ଶିକ୍ଷକ, କର୍ମଚାରୀ, ଛାତ୍ରଛାତ୍ରୀ, ଅଭିଭାବକ ଓ ବହୁ ଶୁଭେଚ୍ଛୁ ଉପସ୍ଥିତ ଥିଲେ। ଶେଷରେ ଆୟୋଜକଙ୍କ ପକ୍ଷରୁ ସମସ୍ତ ଅତିଥି, ଅଭିଭାବକ, ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ କୃତଜ୍ଞତା ଜଣାଯାଇଥିଲା। ଶିକ୍ଷା, ପ୍ରଯୁକ୍ତି, ପ୍ରତିଭା ଓ ସଂସ୍କୃତିର ଏହି ଭବ୍ୟ ମିଳନ ‘ସ୍ଲାଇଫେଷ୍ଟ ୨୦୨୬’ ଷ୍ଟଡି ଲାଇଫ୍ ପରିବାର ପାଇଁ ଏକ ଅବିସ୍ମରଣୀୟ ଓ ସ୍ମରଣୀୟ ଅନୁଭୂତି ହୋଇରହିଛି।
7