ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସମାଜସେବୀ ପୂର୍ଣ୍ଣଚନ୍ଦ୍ର ପାତ୍ରଙ୍କ ଶ୍ରାଦ୍ଧ ଉତ୍ସବ ରଜନୀଦେବୀ ଜରାଶ୍ରମରେ ପାଳିତ

କୁଜଙ୍ଗ, ଦୁଆଡିଆ, 17/08/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ପାଣିଶାଳିଆର ରାଷ୍ଟ୍ରପତି ପୁରସ୍କୃତା,ସୁସାହିତ୍ୟିକା ସୌଭାଗିନୀ ରାୟଙ୍କ ପତି ସମାଜସେବୀ ଇଂ ପୂର୍ଣ୍ଣଚନ୍ଦ୍ର ପାତ୍ରଙ୍କ ଶ୍ରାଦ୍ଧ ଉତ୍ସବ ଉତ୍ସର୍ଗୀକୃତl ସମାଜସେବୀ ଆଇନଜୀବୀ ମଞ୍ଜୁଲତା ରାଉତଙ୍କ ତତ୍ତ୍ୱlବଧାନରେ ରଜନୀଦେବୀ ଜରାଶ୍ରମ ଦୁଆଡିଆରେ ଅନୁଷ୍ଠିତ ହୋଇଥିବାବେଳେ ଆଧ୍ୟାତ୍ମବାଦୀ ଡାକ୍ତର ବନୋଜ ରାୟ ଟାଡିଶାରୁ ମିଶନ ପକ୍ଷରୁ ଭାଗବତ ପାଠର ଆୟୋଜନ କରିଥିଲେ l ଏହି ଆଧ୍ୟାତ୍ମପୂର୍ଣ୍ଣ ଶ୍ରାଦ୍ଧ ଉତ୍ସବରେ ଜରାଶ୍ରମର ଅନ୍ତେବାସୀଙ୍କ ଉପସ୍ଥିତିରେ ଏକ ସଭା ଆୟୋଜନ କରାଯାଇଥିଲା l ଏହି ସଭାକୁ ଶ୍ରୀମତୀ ରାୟ ପରିଚାଳନା କରିଥିବାବେଳେ ସୁଶ୍ରୀ ଶୁଭଶ୍ରୀ ସମ୍ପାଦିକା ଡ଼ଃ ବସନ୍ତ ମଞ୍ଜରୀ ଦାସ,ସମାଜସେବୀ ନିତ୍ୟାନନ୍ଦ ମହାନ୍ତି,ସାହିତ୍ୟିକା ଗୀତା ଦାସ, ଶିଳନ୍ଦୀ -ଖନ୍ଦୋଳ ରଜମହୋତ୍ସବ କମିଟି ସଭାପତି ପ୍ରକାଶ ଚନ୍ଦ୍ର ସାହୁ, ଏରସମା ଆଞ୍ଚଳିକ ପୂଜ୍ୟ ପୂଜା ଅଧ୍ୟକ୍ଷ ଯଯାତି କେଶରୀ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତ ପୂର୍ଣ୍ଣଚନ୍ଦ୍ର ପାତ୍ରଙ୍କର ଆଦର୍ଶମୟ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ l ଏହି ସମସ୍ତ କାର୍ଯ୍ୟକୁ ଅଧ୍ୟକ୍ଷl ଶ୍ରୀମତୀ ରାଉତ, ଆଶ୍ରମ ମୁଖ୍ୟ ଉପଦେଷ୍ଟା ଇଂ ପଦ୍ମନାଭ ରାଉତ ପରିଚାଳନା କରିଥିବାବେଳେ ସ୍ବର୍ଗତ ପାତ୍ରଙ୍କର କନିଷ୍ଠ ପୁତ୍ର ଇଂ ସନ୍ଦୀପ ପାତ୍ର ସମସ୍ତଙ୍କୁ ସଭକ୍ତିକ ପ୍ରଣାମ ଜଣାଇବାସହ ଧନ୍ୟବାଦ ପ୍ରଦାନ କରିଥିଲେ l
3