ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ସାରଦା ପ୍ରସାଦ ମହାନ୍ତିଙ୍କ ପରଲୋକ

ତିର୍ତ୍ତୋଲ, 17/08/2026, ଉତ୍କଳ voice news - utkalvoicenews.com( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ତିର୍ତ୍ତୋଲ ବ୍ଲକ ତେନ୍ତୁଳିପଦା ଗ୍ରାମର ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ସାରଦା ପ୍ରସାଦ ମହାନ୍ତି ଙ୍କର କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ହୃଦଘାତରେ ପରଲୋକ ହୋଇଯାଇଛି। ସ୍ବର୍ଗତ ମହାନ୍ତିଙ୍କ ପିତା ଦୁର୍ଯ୍ୟୋଧନ ମହାନ୍ତି ( ମହନି ବାବୁ ) ଦୀର୍ଘ ଚାରି ଦଶନ୍ଧି ଧରି ଝଙ୍କଡ଼ ଶାରଳା ମନ୍ଦିରର ପ୍ରଶାସନିକ ଅଧିକାରୀ ଭାବେ ଦାୟିତ୍ୱବହନ କରିଥିଲେ l ତେନ୍ତୁଳିପଦା ମା ବିଲ୍ଵ ଶାରଳା ମନ୍ଦିରର ଉନ୍ନତିକରଣ, ଗ୍ରାମଦେବତୀ ଓ ଦୋଳମଣ୍ଡପର ପୁନଃରୁଦ୍ଧାର କ୍ଷେତ୍ରରେ ସାରଦା ପ୍ରସାଦଙ୍କ ଅବଦାନ ଅତୁଳନୀୟ l ମୃତ୍ୟୁ ସମୟରେ ତାଙ୍କର ପତ୍ନୀ ସୁପର୍ଣ୍ଣା ମହାନ୍ତି, ପୁତ୍ରବଧୂ କ୍ଷୀରାବ୍ଧି ତନୟା ମହାନ୍ତି, ଭାଇ ବରଦା ପ୍ରସାଦ ମହାନ୍ତି, ବିରଜା ପ୍ରସାଦ ମହାନ୍ତି, ଶୁଭ୍ରା ମହାନ୍ତି, ଶୁଭଶ୍ରୀ ମହାନ୍ତି ଓ ଜ୍ୟୋତିରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ lପୁରୀ ସ୍ୱର୍ଗଦ୍ୱାର ରେ ଅନ୍ତେଷ୍ଟକ୍ରିୟା ସମୟରେ ଏକମାତ୍ର ପୁତ୍ର ବେଦାନ୍ତବଲ୍ଲଭ ମହାନ୍ତି ମୁଖାଗ୍ନି ଦେଇଥିଲେ l ଏହି ଅନ୍ତିମ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ଅମୀୟ ରଞ୍ଜନ ମହାନ୍ତି, ସଚ୍ଚିଦାନନ୍ଦ ମହାନ୍ତି, ପ୍ରୟିସ ମହାନ୍ତି, ଅମୀୟ ମହାନ୍ତି, ଅଭୟ କୁମାର ମହାନ୍ତି ଓ ପ୍ରଶାନ୍ତ କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ଶେଷଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ତେବେ ସେ ଜଣେ ସରଳ, ମିଷ୍ଟଭାଷି, ବନ୍ଧୁପ୍ରିୟ, ଓ ଆଧ୍ୟାତ୍ମିକବାଦୀ ଥିବାରୁ ତାଙ୍କର ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l
3