ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବନ ବିଭାଗ ନିୟମ କୁ ମାନୁ ନାହାନ୍ତି ବୋଧେଇ ଶିଳ୍ପ ପୁଞ୍ଜ ମାଲିକ ମାନେ

ତିର୍ତ୍ତୋଲ, 07/12/2024, ଉତ୍କଳ voice news - utkalvoicenews.comଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଏବେ ସାରା ଜିଲ୍ଲା ରେ ଏକ ଚରଚିତ ବ୍ଲକ ଭାବେ ପରିଗଣିତ।କାହିଁକି ନାଁ ଦୁର୍ନୀତି ର ଗନ୍ତା ଘର ପାଲଟିଛି ଏବେ ତିର୍ତ୍ତୋଲ ବ୍ଲକ। ସେ ପିସି କାର ବାର ହଉ ବା ଭତା ଏବେ ସମିଲ ଗୁଡିକ ସେଥିରେ ଯୋଡି ହେଇ ଗଲେଣି। ତିର୍ତ୍ତୋଲ ବ୍ଲକ ଅଧୀନ ରେ ବୋଧେଇ ଠାରେ ଥିବା ସମିଲ ଶିଳ୍ପ ପୁଞ୍ଜ ର ମାଲିକ ମାନେ ଏବେ ବନ ବିଭାଗ ଆଇନ କୁ ବେଖାତିର କରିଥିବା ଦେଖିବାକୁ ମିଳିଛି ତା ସହିତ ନିଜ ମର୍ଜୀରେ ସମିଲ ଚଳାଉଛନ୍ତି ନଜର କୁ ଆସିଛି। ସକାଳ ୬ଟା ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସମିଲ ଚାଲିବା ସରକାରୀ ନିୟମ ଥିଲେ ମଧ୍ୟ ବିଳମ୍ବିତ ରାତ୍ରି ସମୟ ପର୍ଯ୍ୟନ୍ତ ସମିଲ ଚାଲୁ ରଖୁଥିବା ଦେଖିବାକୁ ମିଳିଛି।ଏହା କଣ ବନ ବିଭାଗ ର ଅଧିକାରୀ ଙ୍କୁ ଦେଖା ଯାଉନାହିଁକି ? ବେଆଇନ ଭାବେ ଅଣ ପଞ୍ଜିକୃତ କାଠ କୁ ଗଛିତ ରଖିବା ପାଇଁ ବନ ବିଭାଗ ହବନ ବିଭାଗ ଅନୁମତି ଦେଇଛି କି ? ଏରସମା ମଣିଜଙ୍ଗା ରାସ୍ତାରେ ଟ୍ରାକଟର ଓ ହାଇଡ୍ରା ମେସିନ ଯାମକରି ସାଧାରଣ ଜନତା ଙ୍କୁ ହଇରାଣ ହରକତ କରିବା ପାଇଁ ସମିଲ ଶିଳ୍ପ ପୁଞ୍ଜ ମାଲିକ ମାନେ ତତ୍ପର ଦେଖାଉଛନ୍ତି। ଏମିତି କରିବା ପାଇଁ ତାଙ୍କର ସାହସ ହେଲା କେମିତି ? ଏଥିରେ ବନ ବିଭାଗ ର କିଛି ହାତ ନାହିଁ ତ ? ବନ ବିଭାଗ ନିୟମ ର କୁ ଅବମାନନା କରୁଛନ୍ତି ସମିଲ ଶିଳ୍ପପୁଞ୍ଜ ମାଲିକ ମାନେ। କାହିଁକି ନାଁ ପରିବେଶ ସନ୍ତୁଳନ ପାଇଁ ପ୍ରତିବର୍ଷ ଚାରାଲଗାଇବା ନିୟମ ଥିଲେ ମଧ୍ୟ କାର୍ଯ୍ୟ କାରୀ ହେଉ ନ ଥିବା ଦେଖିବାକୁ ମିଳିଛି। ବନ ବିଭାଗ ନିୟମ ବିରୁଦ୍ଧ ଓ ଏହାର ପ୍ରଭାବ ପରିବେଶ ଉପରେ ପଡୁଛି।ଏଥି ପାଇଁ ଦାଇ କିଏ ବନ ବିଭାଗ ନାଁ ସମିଲ ଶିଳ୍ପ ପୁଞ୍ଜ ର ମାଲିକ ମାନେ ନିଜ ମର୍ଜିର ମାଲିକ ? ସମିଲ ଶିଳ୍ପ ପୁଞ୍ଜ ମାନଙ୍କୁ କେତେ କାଠ ଆସୁଛି,କେଉଁଠୁ ଆସୁଛି କେଉଁଠା କୁ ଯାଉଛି,ଗୋଟିଏ ସମିଲ କେତେ କାଠ ଗଛିତ ରଖିପାରିବ,କେତେ କାଠ ଚିରଟ କରିପାରିବ ତାହାର ସଠିକ ତଥ୍ୟ ବନ ବିଭାଗ ପାଖରେ ନାହିଁ ନାଁ ଥାଇ ମଧ୍ୟ୍ୟ ଦେଉନାହାନ୍ତି।ଏଥିରେ ବନ ବିଭାଗ ଅଧିକାରୀଙ୍କ ହାତ ନାହିଁତ ?ଏଥି ଯୋଗୁ ସରକାର ଙ୍କ ରାଜ୍ଵସ ହାନି ଘଟୁଛି। ଅଣ ପଞ୍ଜି କୃତ ଶ୍ରମିକ ମାନଙ୍କୁ କାର୍ଯ୍ୟରେ ନିୟୋଜିତ କରିବା କେତେ ଦୂର ଯୁକ୍ତି ଯୁକ୍ତ । ରାତି ଅଧ ରେ ଆମ୍ବ, ପଣସ,ଶାଗୁଆନ,ଗମ୍ଭାରୀ,ତାଳ ଇତ୍ୟାଦି କାଠ ସବୁ ଚିରଟ ହେଉଥିବା ଏବେ ଲୋକ ଲୋଚନ ରେ ପ୍ରକାଶ ପାଇଛି।ଏସବୁ କାମ ବନ ବିଭାଗ ଅଧିକାରୀ ଙ୍କ ଜ୍ଞାତ ସାରରେ ହେଉଛି ବୋଲି ସ୍ଥାନିୟ ବାସିନ୍ଦା ମାନେ ପରି ପ୍ରକାଶ କରିଛନ୍ତି। ବନ ବିଭାଗ ପଦସ୍ଥ ଅଧିକାରି ମାନେ ମୋଟା ଅଙ୍କ ର ହାତଗୁଞ୍ଜା ନେଇ ଏଭଳି ବେଆଇନ କାର୍ଯ୍ୟକୁ ପ୍ରୋଛାହିତ କରୁନାହାନ୍ତି ତ ? । (ଏ ବିଷୟ ରେ ଗଣମାଧ୍ୟମ ପ୍ରତିନିଧି ମାନେ ତଥ୍ୟ ସଂଗ୍ରହ କଲା ବେଳେ ସେମାନଙ୍କୁ ହତ୍ୟା ଧମକ ଓ ଅଜଣା ଫୋନ ରେ ଅଶାଳୀନ ଭାଷା ରେ ଗାଳି ଗୁଲଜ କରୁଛନ୍ତି) ଦେଖିବାକୁ ବାକି ରହିଲା ଗଣ ମାଧ୍ୟମ ରେ ଖବର ପ୍ରସାରଣ ପରେ ସରକାର କିଭଳି ପଦକ୍ଷେପ ନେଉଛନ୍ତି।
Article Image
Article Image
Article Image
1