ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କର୍କଟ ପୀଡିତା ଅହଲ୍ୟା ଦେଇଙ୍କୁ ଆର୍ଥିକ ସହାୟତା

ଏରସମା, 23/02/2025, ଉତ୍କଳ voice news - utkalvoicenews.com ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ କୁଞ୍ଜକୋଠି ଗ୍ରାମପଞ୍ଚାୟତ ଅନ୍ତର୍ଗତ କନାଗୁଳି ଗ୍ରାମର କର୍କଟ ରୋଗରେ ପୀଡିତା ଅହଲ୍ୟା ଦେଇଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ଓଡ଼ିଶାର ପ୍ରମୁଖ ଦାତବ୍ୟ ଟ୍ରଷ୍ଟ ମା' ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସ | ସୂଚନା ଯୋଗ୍ୟ କି, ଅହଲ୍ୟା ଅତ୍ୟନ୍ତ ଗରିବ
Article Image
ଶ୍ରେଣୀର ବ୍ୟକ୍ତି, ଗତ କିଛି ମାସ ହେବ କର୍କଟ ରୋଗରେ ପୀଡିତ ହୋଇ ବର୍ତ୍ତମାନ ଜୀବନ ମୃତ୍ୟୁ ସହ ସଙ୍ଘର୍ଷ କରୁଛନ୍ତି |ସ୍ବାମୀ ଜଣେ ଦିନ ମଜୁରିଆ। ପୁଅ ମଧ୍ୟ ମାନସିକ ରୋଗୀ| ସ୍ବାମୀ ଯାହା ମୁଲ ମଜୁରୀ କରିକି ଦୁଇ ପଇସା ଆଣନ୍ତି ତାହା ଦୁଇ ଓଳି ଦୁଇ ମୁଠା ଖାଇବାକୁ ନିଅଣ୍ଟ | ଅର୍ଥାଭାବରୁ ଚିକିସ୍ଥାରେ ଅର୍ଥ ସାଜିଛି ବାଧକ | ବିଭିନ୍ନ ଗଣମାଧ୍ୟମରୁ ଏହି ଦୁଃଖଦ ଖବର ପାଇ ମା' ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସର ସଭାପତି ତଥା ସମାଜସେବୀ ଇଂ ଶଙ୍ଖେଶ୍ଵର ପ୍ରସାଦ ମହାନ୍ତିଙ୍କ ପରାମର୍ଶ କ୍ରମେ ବରିଷ୍ଠ ସଦସ୍ୟ ଜୀବନଜ୍ୟୋତି ଜୟସିଂ, ସୁଧାକର ମହାନ୍ତି, ବାବାଜୀ ରାଉତ, ସତ୍ୟବ୍ରତ ଦାସ ଏବଂ ସମ୍ବିତ ଦାସ ପ୍ରମୁଖ ଅହଲ୍ୟାଙ୍କ ବାସଭବନରେ ପହଞ୍ଚି ତାଙ୍କୁ ଦଶ ହଜାର (୧୦,୦୦୦/-) ଟଙ୍କାର ଆର୍ଥିକ ସହାୟତା ଦେବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ | ମା' ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସର ବଦାନ୍ୟତା ପାଇଁ ଅହଲ୍ୟା ଏବଂ ତାଙ୍କ ପରିବାର କୃତଜ୍ଞତା ଜଣାଇଥିବା ବେଳେ ଅନୁଷ୍ଠାନର ଏହି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ଭୁୟୀୟସୀ ପ୍ରଶଂସା କରାଯାଇଛି |
Article Image
1