ତିର୍ତ୍ତୋଲ / ଅରିଲୋ, 17/08/2026, ଉତ୍କଳ voice news - utkalvoicenews.com( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :

ତିର୍ତ୍ତୋଲ ବ୍ଲକ ଅରିଲୋ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଅତ୍ୟନ୍ତ ଉତ୍ସାହ ଏବଂ ଉଦ୍ଦିପନାର ସହିତ ୮ଠତମ ସ୍ୱାଧୀନତା ଦିବସ ପାଳିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ସମାଜସେବୀ ନିରଞ୍ଜନ ଲେଙ୍କାଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ ସହିତ ଏହି ଉତ୍ସବ ଆରମ୍ଭ ହୋଇଥିଲା ସମାବେଶକୁ ସମ୍ବୋଧିତ କରି ଶ୍ରୀ ଲେଙ୍କା ଭାରତର ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନ ଉପରେ ଆଲୋକପାତ କରିଥିଲେ। ଡକ୍ଟର ବିଭୂତି ଭୂଷଣ ଆଚାର୍ଯ୍ୟ, ଛାତ୍ରଛାତ୍ରୀମାନଙ୍କୁ ଶୃଙ୍ଖଳା, ମୂଲ୍ୟବୋଧ ଏବଂ ଶିକ୍ଷା ମାଧ୍ୟମରେ ରାଷ୍ଟ୍ର ନିର୍ମାଣରେ ଗଠନମୂଳକ ଯୋଗଦାନ ଦେବାକୁ ଉତ୍ସାହିତ କରିଥିଲେ।
ବିଶିଷ୍ଟ ଅତିଥିମାନଙ୍କ ମଧ୍ୟରେ ପରିଚାଳନା କମିଟିର ସଦସ୍ୟ ସଦସ୍ୟା ମାନେ ଉତ୍ସବରେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସହ-ଅଧ୍ୟକ୍ଷ ସନ୍ତୋଷ କୁମାର ସ୍ୱାଇଁ, ସମ୍ପାଦକ କ୍ଷିରୋନ କୁମାର ମହାନ୍ତି, ସହ ସମ୍ପାଦକ ଡକ୍ଟର ବିଭୂତି ଭୂଷଣ ଆଚାର୍ଯ୍ୟ, ସଦସ୍ୟ ରାଜେନ୍ଦ୍ର ସାହାଣୀ, ସଦସ୍ୟା ଶ୍ରୀମତୀ ପ୍ରିୟତମା କୁମାରୀ ଆଚାର୍ଯ୍ଯ, ରଶ୍ମିରଞ୍ଜନ ସେଠୀ, ସଦସ୍ୟ ପ୍ରହଲ୍ଲାଦ ସେଠୀ ପ୍ରମୁଖ
ଏହି ଉତ୍ସବରେ ଉପସ୍ଥିତ ରହିଥିଲେ। ପ୍ରଧାନ ଆଚାର୍ଯ୍ୟା ଶୁଶ୍ରୀ ପ୍ରିୟଙ୍କା ଚୌଧୁରୀ ପରିଚୟ ପ୍ରଦାନ କରିଥିଲେ ଓ ବରିଷ୍ଠ ଗୁରୁଜୀ ରାଧାଶ୍ୟାମ ସୂତାର ସଭା ପରିଚାଳନା କରିଥିଲେ।ଗୁରୁମା ପୂର୍ଣ୍ଣିମା ବେହେରା ଧନ୍ୟବାଦ ଅର୍ପଣ କରିବା ସହିତ ସଭା ସମନ୍ୱିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସମସ୍ତ ଛାତ୍ର ଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକଙ୍କ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଜାତୀୟ ସଙ୍ଗୀତ ଗାନ, ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥାପନା ଏବଂ ମିଷ୍ଠାନ ବଣ୍ଟନ କରାଯାଇଥିଲା।