ପୁରୀ , 17/08/2026, ଉତ୍କଳ voice news - utkalvoicenews.com
ପୁରୀର ଅନନ୍ୟା ଗ୍ରୁପର ବିଭିନ୍ନ ହୋଟେଲ ମାନଙ୍କରେ ନାଚଗୀତ ର ମାହୋଲ ରେ ପାଳନ କରାଗଲା ୮୦ତମ ସ୍ୱାଧୀନତା ଦିବସ l ଅନୁଷ୍ଠାନର ଚେୟାରମ୍ୟାନ ମହାପ୍ରଭୁଙ୍କ ଶ୍ରୀଅଙ୍ଗଲାଗି ସେବକ ତଥା ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସଦସ୍ୟ ମଧୁସୂଦନ ସିଂହାରୀ ସମସ୍ତ ହୋଟେଲ ରେ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଜାତୀୟ ସଂଗୀତ ଗାନକରି ହୋଟେଲ ମାନଙ୍କ ମ୍ୟାନେଜରଙ୍କ ଠାରୁ ଆରମ୍ଭ କରି ସମସ୍ତ
କର୍ମଚାରୀ ମାନଙ୍କ ସହିତ ଖୁସି ବାଣ୍ଟିଥିଲେ l ପରେପରେ ଦେଶାତ୍ମକ ଗୀତରେ ନୃତ୍ୟ ପରିବେଷଣ କରିଥିଲେ କାର୍ଯ୍ୟରତ ଯୁବତୀମାନେ l ଏହି କାର୍ଯ୍ୟକ୍ରମକୁ ଭୁୟସୀ ପ୍ରଶଂସା କରିଥିଲେ ଚେୟାରମ୍ୟାନ ମଧୁସୂଦନ ସିଂହାରୀ l