ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପୁରୀ ସି ବିଚ ଫଟୋଗ୍ରାଫର ମହାସଂଘ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ l

ପୁରୀ , 17/08/2026, ଉତ୍କଳ voice news - utkalvoicenews.com
Article Image
ପୁରୀ ସି ବିଚ ଫୋଟଗ୍ରାଫର ମହାସଂଘ ତରଫରୁ ସମୁଦ୍ର ବେଳାଭୂମି ରେ ଥିବା ୯ଗୋଟି ସଂଘରୁ ସଭ୍ୟ ମାନଙ୍କୁ ନେଇ ଆଜି ସକାଳ ୯ଘଟିକା ସମୟରେ ପୁରୀ ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାର ରେ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମକୁ ଡ଼ଃ ଭୀମଲ କୁମାର ସାହୁ ,ମହାସଂଘ ଉପଦେଷ୍ଟା ଶ୍ରୀଯୁକ୍ତ ସିଦ୍ଧାର୍ଥ ରାୟ ଓ ଶ୍ରୀକାନ୍ତ ପରିଜା ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ।ମହାସଂଘ ସଭାପତି ରଞ୍ଜନ କୁମାର ଦାସ,ଉପସଭାପତି ଶ୍ରୀଧର ପଣ୍ଡା ,ସମ୍ପାଦକ ସିଙ୍ଗିଲ ଶିବା ,ସହ ସମ୍ପାଦକ ଡି. ଲୋକନାଥ ବେହେରା ,ଯୁଗ୍ମ ସମ୍ପାଦକ ମାର୍କଣ୍ଡ ମିଶ୍ର, କୋଷାଧ୍ୟକ୍ଷ ପ୍ରଭାତ ସେଠି ଓ କାର୍ଯ୍ୟ ନିରୀକ୍ଷକ ଜି.ମୋହନ ଙ୍କ ସହିତ ମହାସଂଘ ରେ ଜଡିତ ସଂଘ ମାନଙ୍କର ମୁଖ୍ୟ ପ୍ରତିନିଧି ମାନେ ପରିଚାଳନା କରିଥିଲେ।ଆସନ୍ତା ତା ୧୯.୮.୨୦୨୬ରିଖ ବିଶ୍ୱ ଫୋଟଗ୍ରାଫି ଦିବସରେ ସମୁଦ୍ର ବେଳାଭୂମି ରେ ସକାଳ ୯ଘଟିକା ସମୟରେ ପର୍ଯ୍ୟଟକ ଓ ଜନସାଧାରଣ ଙ୍କ ନିମନ୍ତେ ସଚେତନତା ଶୋଭା ଯାତ୍ରା ସଭା ଓ ଅପରାହ୍ନରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ,ପର୍ଯ୍ୟଟନ, ମହିଳା ଓ ଶିଶୁ ବିକାଶ ବିଭାଗ ଓଡିଶା ,ମାନ୍ୟବର ଲୋକସଭା ସାଂସଦ ଡ଼ଃ ସମ୍ବିତ ପାତ୍ର ପୁରୀ ପୌର ସଦନରେ ମହାସଂଘ ର ୧୮ତମ ବାର୍ଷିକ ଉତ୍ସବ ବିଶ୍ୱ ଫୋଟଗ୍ରାଫି ଦିବସ ପାଳନ କରାଯିବ।
3