ତିର୍ତ୍ତୋଲ, 17/08/2026, ଉତ୍କଳ voice news - utkalvoicenews.com( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :

ଇବ୍ରିସିଂ ପଞ୍ଚାୟତ ଶିଳନ୍ଦୀ ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ସ୍ବର୍ଗତ ଅବସରପ୍ରାପ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ରସାନନ୍ଦ ସାହୁ ତାଙ୍କ ପତ୍ନୀଙ୍କ ନାମରେ ଗଠନ କରିଥିବା "ପ୍ରମିଳା ମେଧାବୃତ୍ତି ସମ୍ମାନ କମିଟି " ପକ୍ଷରୁ ଏକ ସଭା କମିଟିର ସଭାପତି ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ସାହୁଙ୍କ ତତ୍ତ୍ୱlବଧାନରେ ଅନୁଷ୍ଠିତ ହୋଇ ଯାଇଛି l ଏହି ସଭାରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଲେଙ୍କା ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅତିଥିଭାବେ ତିର୍ତ୍ତୋଲ ବ୍ଲକ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ସୂର୍ଯ୍ୟରଞ୍ଜନ ଦାଶ ଉପସ୍ଥିତ ରହି ପ୍ରଥମ, ଦ୍ଵିତୀୟ, ଓ ତୃତୀୟ ସ୍ଥାନ ନେଇ ଉତ୍ତୀର୍ଣ୍ଣ ଛାତ୍ର ଛାତ୍ରୀ ମାନଙ୍କୁ କମିଟି ତରଫରୁ ପ୍ରଦତ୍ତ ଅର୍ଥରାଶି, ଟ୍ରଫି ଓ ସାର୍ଟିଫିକେଟ ପ୍ରଦାନ କରିଥିବା ସହ ଆଗାମୀ ଦିନରେ କିପରି ଆହୁରି ପ୍ରତିଭା ବିକଶିତ କରିପାରିବେ ସେଥିପାଇଁ ଉତ୍ସାହପୂର୍ଣ୍ଣ ଅଭିଭାଷଣ ଦେଇଥିଲେ l ପରିଚାଳନା କମିଟିର ସଦସ୍ୟ ଭାବରେ ଯୋଗ ଦେଇଥିଲେ ସୁଶ୍ରୀ ଶୁଭଶ୍ରୀ ସମ୍ପାଦିକା ଡ଼ଃ ବସନ୍ତ ମଞ୍ଜରୀ ଦାସ, କୋଷାଧ୍ୟକ୍ଷ ବାବାଜୀ ମଲ୍ଲିକ, ସୂର୍ଯ୍ୟକାନ୍ତ ମହାନ୍ତି, ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଦେବସ୍ମିତା ଚୌଧୁରୀ, ବଡଖବର ପ୍ରତିନିଧି ଚନ୍ଦ୍ରକାନ୍ତ ବାରିକ ପ୍ରମୁଖ l ଏହି ଅବସରରେ ବିଦ୍ୟାଳୟର ଅବସରପ୍ରାପ୍ତା ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ବନଲତl ପଣ୍ଡା କମିଟିକୁ ଦଶ ହଜାର ଅର୍ଥରାଶି ପ୍ରଦାନ କରିଥିଲେ l ସଭାପତି ଶ୍ରୀଯୁକ୍ତ ସାହୁ ମଧ୍ୟ ପଣ୍ଡା ମହୋଦୟl ଙ୍କୁ ମାନପତ୍ର ଉପଢୌକନ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ l