କୁଜଙ୍ଗ / ପାଟପୁର , 17/08/2026, ଉତ୍କଳ voice news - utkalvoicenews.com( ରାହାମା ରୁ ଜଗନ୍ନାଥ ପ୍ରସାଦ ସାହୁ ଙ୍କ ରିପୋର୍ଟ )

ଜଗତସିଂହପୁର ଜିଲ୍ଲା କୁଜଙ୍ଗ ପାଟପୁର ପଞ୍ଚାୟତରେ ଅଶି ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି, ସ୍ଥାନୀୟ ଅଞ୍ଚଳର ଜଣାଶୁଣା ସମାଜସେବୀ ତଥା ସମିତି ସଭ୍ୟ ଜୋତିପ୍ରକାଶ ପାଣିଙ୍କ ତତ୍ତ୍ୱବଧାନରେ ପ୍ରତିବର୍ଷ ଏହି ଭବ୍ୟ ଉର୍ତ୍ସବ ସ୍ୱାଧୀନତା ଦିବସ ଅବସରରେ ପାଳିତ ହୁଏ. ଏହି ଉର୍ତ୍ସବରେ ସ୍ୱାଧୀନଭାରତ ପାଇଁ ଯେଉଁମାନଙ୍କ ବଳିଦାନ, ଚିର ନମସ୍ୟ, ସେମାନଙ୍କ ବଳିଦାନକୁ ମନେ ପକାଇ ସଙ୍ଗୀତ ଓ ନାଟ୍ୟ ମାଧ୍ୟମରେ ଲୋକମାନଙ୍କ ଆଗରେ ଉପସ୍ଥାପନା କରାଯାଏ. ବିଭିନ୍ନ ସାମାଜିକ କର୍ମି ସମାଜସେବୀ ପ୍ରତିଭା ସମ୍ମାନ ଛାତ୍ର ଛାତ୍ରୀ, ଗୁଣିଜ୍ଞାନୀ ବ୍ୟକ୍ତିଙ୍କୁ ଚିହ୍ନଟ କରି ସେବା ସମ୍ମାନ ଓ ପ୍ରତିଭା ସମ୍ମାନରେ ପୁରସ୍କୃତ କରାଯାଏ. ଏହି ଅଶି ତମ ସ୍ୱାଧୀନତା ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ
କୁଜଙ୍ଗ ବ୍ଲକ ବିଡ଼ିଓ ଶ୍ରୀ ଦୀପକ କୁମାର ସ୍ୱାଇଁ, ମୁଖ୍ୟ ବକ୍ତା ଅକ୍ଷୟ ସାମନ୍ତରାୟ, ସଭାପତି, ଶ୍ରୀ ସାଗର ଚରଣ ସ୍ୱାଇଁ, ସମାଜସେବୀ ତୃପ୍ତି ମୟୀ ବସନ୍ତିଆ, ଜିତେନ୍ଦ୍ରିୟ କର,ପ୍ରମୁଖ ଯୋଗ ଦେଇଥିବା ବେଳେ ସଭାପରିଚାଳନା କରିଥିଲେ ସୂବେନ୍ଦୁ କୁମାର ନାୟକ, ବିଭିନ୍ନ କ୍ଷେତ୍ରରେ ସମାଜପାଇଁ ଅହରହ କର୍ତବ୍ୟ କରିଥିବା ବ୍ୟକ୍ତି ବିଶେଷଙ୍କୁ ସେବା ସମ୍ମାନ ପ୍ରଦାନ କରା ଯାଇଥିଲା. ସେମାଙ୍କ ଭିତରେ -ଶୈଳବାଳା ନାୟକ, ଉଷାରାଣୀ ସେନାପତି, ରତ୍ନମଣୀ ମହାପାତ୍ର, ପୁଷ୍ପଲତା ନାୟକ, ଜୟପ୍ରଭା ନାୟକ, କୁନି ପାତ୍ର, ନିର୍ମଳା ସ୍ୱାଇଁ, ଉଷାରାଣୀ ସାମଲ ଓ ଅନ୍ୟାନ୍ୟ ବ୍ୟକ୍ତି ବିଶେଷ, ପ୍ରତିଭା ସମ୍ମାନ ଚଳିତ ମାଟ୍ରିକ ପରୀକ୍ଷାରେ କୃତିତ ଅର୍ଜନ କରିଥିବା ପିଲାମାନଙ୍କୁ ପ୍ରଦାନ କରାଯାଇଥିଲା. ମେଧାବୀ ସମ୍ମାନିତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅଭିପସା ମହାପାତ୍ର, ଡ଼ି, ଏ, ଭି ସ୍କୁଲ ପାରାଦ୍ୱୀପ, ସାହିଲ ଗୋଛାୟତ,ସରକାରୀ ଉଚ୍ଚବିଦ୍ୟାଳୟ ବୋରିଖୀ,ସାଇ ଶାନ୍ତନୁ ନାୟକ, ଶୁଭସ୍ମିତା ଦାସ, ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର କରତୁଠା, ମଧୁସ୍ମିତା ବିଶ୍ୱାଳ, ସତ୍ୟଜିତ ବାରିକ, ଦେବସ୍ମିତା ସୁତାର, ସରକାରୀ ଉଚ୍ଚବିଦ୍ୟାଳୟ ଚଟୁଆ, ସ୍ମୁତିରଞ୍ଜନ ଦାସ, ସରକାରୀ ଉଚ୍ଚାବିଦ୍ୟାକୟ ବଉଳାଙ୍ଗ, ସ୍ଥିତିପ୍ରଜ୍ଞା ମହାନ୍ତୀ, ସୁରବାଳା ଉଚ୍ଚବିଦ୍ୟାଳୟ, ଦୀର୍ଘ ପାଞ୍ଚ ବର୍ଷ ଧରି ସ୍ୱାଧୀନତା ଦିବସ ଅବସରରେ ଏହି ସେବା ସମ୍ମାନ ଓ ମେଧା ସମ୍ମାନ ମୁଖ୍ୟ ଆୟୋଜକ ,ସମାଜସେବୀ ଜୋତିପ୍ରକାଶ ପାଣିଙ୍କ ତତ୍ୱାବଧାନ ରେ ଆୟୋଜିତ ହୋଇ ଆସୁଛି
