ଜଗତସିଂହପୁର / ବାଲିକୁଦା, 17/08/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରୀତା ସାହୁ ଙ୍କ ରିପୋର୍ଟ ) :

ଜଗତସିଂହପୁର ଜିଲ୍ଲା ବାଲିକୁଦା ଓଳାଶ ଗାଁରେ ଯୁବକଙ୍କୁ ହତ୍ୟା ଅଭିଯୋଗ । ମୃତ ଯୁବକ ଓଳାଶ ଗାଁର ଗୌରାଙ୍ଗ ଦାଶ । 8 ଦିନ ପରେ ମଧ୍ୟ ହତ୍ୟାକାରୀଙ୍କୁ ଗିରଫ କରିବାରେ ପୋଲିସ ବିଫଳ । ପ୍ରତିବାଦରେ ଗ୍ରାମବାସୀଙ୍କ ବାଲିକୁଦା ଥାନା ଘେରାଉ କରିଛନ୍ତି । ଗତ ୯ ତାରିଖ ଦିନ ଗାଁ ନିକଟସ୍ଥ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ମିଳିଥିଲା ଗୌରଙ୍ଗଙ୍କ ମୃତଦେହ । ଘଟଣାର ପୂର୍ବ ଦିନ ସେହି ଗାଁର ତିନି ଜଣ ଯୁବକ ତାଙ୍କୁ ହତ୍ୟା ଧମକ ଦେଇଥିବାର ପରିବାର ଲୋକଙ୍କ ଅଭିଯୋଗ । ସୂଚନାଯୋଗ୍ୟ ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ବାହାରଣା ଅଞ୍ଚଳରେ ଜଣେ ୩୫ ବର୍ଷୀୟ ଯୁବକଙ୍କ ମୃତଦେହ ରାସ୍ତାକଡ଼ ଗଛରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର ହେବା ଘଟଣାକୁ ନେଇ ଚାଞ୍ଚଲ୍ୟ ପ୍ରକାଶ ପାଇଛି। ମୃତକ ଓଳାଷ ଗ୍ରାମର ଗୌରାଙ୍ଗ ଦାସ ବୟସ ୩୫ ବୋଲି ଜଣାପଡ଼ିଛି। ତାଙ୍କୁ ତିନିଜଣ ଅଚିହ୍ନା ଯୁବକ ହତ୍ୟା କରି ଗଛରେ ଟାଙ୍ଗି ଦେଇଥିବା ନେଇ ପରିବାର ପକ୍ଷରୁ ବାଲିକୁଦା ଥାନାରେ ଅଭିଯୋଗ କରାଯାଇଥିଲା ।ଅଭିଯୋଗ ଅନୁଯାୟୀ ଗତ 9 ତାରିଖ ରବିବାର ସନ୍ଧ୍ୟାରେ ତିନିଜଣ ଅଚିହ୍ନା ଯୁବକ ଗୌରାଙ୍ଗଙ୍କ ଘର ଓ ଆଖପାଖ ଅଞ୍ଚଳରେ ତାଙ୍କୁ ଖୋଜି ବୁଲୁ ଥିଲେ। ପରିବାର ଲୋକେ ଗୌରାଙ୍ଗ ବଜାରକୁ ଯାଇଥିବା କହିଥିଲେ। ପରେ ଉକ୍ତ ଯୁବକମାନେ ଆଖପାଖ ଲୋକଙ୍କୁ ଗୌରାଙ୍ଗ କୁଆଡ଼େ ଯାଇଛନ୍ତି ବୋଲି ପଚାରି ବୁଝିଥିବା ଅଭିଯୋଗରେ ଦର୍ଶାଯାଇଛି।

ଏହାପରେ ଗୌରାଙ୍ଗ ରାତିରେ ଆଉ ଘରକୁ ଫେରି ନ ଥିଲେ। 10 ତାରିଖ ସୋମବାର ସକାଳେ ନିକଟସ୍ଥ କଟିଜଙ୍ଗା ଗ୍ରାମର ଏକ ରାସ୍ତାକଡ଼ ଗଛରେ ଗୌରାଙ୍ଗଙ୍କ ମୃତଦେହ ଝୁଲୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ସେମାନେ ତାଙ୍କ ପରିବାରକୁ ଖବର ଦେଇଥିଲେ। ଖବର ପାଇ ଗୌରାଙ୍ଗଙ୍କ ଧର୍ମପତ୍ନୀ ବାଲିକୁଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ବାଲିକୁଦା ପୋଲିସ କେସ୍ ନଂ-୨୯୩/୨୬ ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୋଲିସ ମୃତଦେହକୁ ଜବତ କରି ଜିଲ୍ଲା ଶବ ବ୍ୟବଚ୍ଛେଦ ଗୃହକୁ ପଠାଇଛି। ଘଟଣା ସମ୍ପର୍କରେ ବାଲିକୁଦା ଥାନା ଅଧିକାରୀ ତଦନ୍ତ ଚାଲିଥିବା ସେ କହିଛନ୍ତି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଓ ଘଟଣାର ସତ୍ୟାସତ୍ୟ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।