ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପି ଏମ ଶ୍ରୀ ସର୍ଦ୍ଦାର ଅନ୍ତର୍ଯ୍ୟାମୀ ଉଚ୍ଚ ବିଦ୍ୟାଳୟରେ ୧୦କୋଟି ନିଶା ମୁକ୍ତି ଅଭିଯାନ କାର୍ଯ୍ୟକ୍ରମ

ବୁଗୁଡ଼ା, 17/08/2026, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ):
Article Image
ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବି.କରଡ଼ାବାଡ଼ି ସ୍ଥିତ ପି ଏମ ଶ୍ରୀ ସର୍ଦ୍ଦାର ଅନ୍ତର୍ଯ୍ୟାମୀ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବ୍ରହ୍ମ କୁମାରୀ ଜ୍ଞାନ ବିଜ୍ଞାନ ଭବନ ବୁଗୁଡ଼ାର ମିଳିତ ସହଯୋଗରେ ୧୦ କୋଟି ନିଶା ମୁକ୍ତ ପ୍ରତିଜ୍ଞା ମହା ଅଭିଯାନ ବିଦ୍ୟାଳୟର ଆଦର୍ଶ ତଥା ନିଷ୍ଠାପର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସରୋଜିନୀ ହାଁସଦାଙ୍କ ସଭାପତିତ୍ୱରେ ଏକ ଦିବସୀୟ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଓଁ ଶାନ୍ତିର ବୁଗୁଡ଼ା ଶାଖାର ପରିଚାଳିକା ବ୍ରହ୍ମ କୁମାରୀ ବିଷ୍ନୁ ପ୍ରିୟା, ବି କରଡ଼ାବାଡ଼ିର ସଖା ପରିଚାଳିକା ବ୍ରହ୍ମ କୁମାରୀ ଲକ୍ଷ୍ମୀ,ସଂଚାଳିକା ବାସନ୍ତୀ କୁମାରୀ ପ୍ରଧାନ ଓ ବାଲିପଦର ଶାଖା ପରିଚାଳିକା ବ୍ରହ୍ମ କୁମାରୀ ବନିତା, ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀ ବଂଶୀଧର ନାୟକଙ୍କ ସମେତ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ନିଶା ଠାରୁ ଦୁରେଇ ରହି ନିଜର ଭବିଷ୍ୟତ ଗଠନ,ସମାଜ ଗଠନ ତଥା ଆଦର୍ଶ ଓ ଆଧ୍ୟାତ୍ମିକ ଜୀବନ ଶୈଳି ଉପରେ ବକ୍ତବ୍ୟ ପ୍ରଦାନ କରି ଛାତ୍ର ଓ ଛାତ୍ରୀ ମାନ ଙ୍କୁ ଅନୁପ୍ରାଣିତ ହେବାକୁ ଦିଗଦର୍ଶନ ଦେଇଥିଲେ। ବ୍ରହ୍ମକୁମାରୀଙ୍କ ଦ୍ୱାରା ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଥିରେ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ସମୂହ ସହଯୋଗ ଓ ପରିଚାଳନା କରିଥିଲେ । ଶେଷରେ କ୍ରୀଡ଼ା ଶିକ୍ଷକ ବିଭୁ ପ୍ରସାଦ ନନ୍ଦ ଧନ୍ୟବାଦ୍ ଅର୍ପଣ କରିଥିଲେ ।
4