କୁଜଙ୍ଗ , 18/08/2026, ଉତ୍କଳ voice news - utkalvoicenews.com( କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) : ତା - 17/08/2026 : ବାଲିଆ ପଞ୍ଚାୟତ ମହାସଂଘର ସଭାନେତ୍ରୀ, ଇସି ସଭ୍ୟା ଓ ପାନପଲ୍ଲୀ ଏ ଆଞ୍ଚଳିକ ମଞ୍ଚର ସିଆରପି ସୁଲୋଚନା ସ୍ୱାଇଁଙ୍କୁ ବିନା ବୈଠକ ଓ ବିନା କାଗଜପତ୍ରରେ ନିଲମ୍ବନ କରାଯାଇଥିବା ଅଭିଯୋଗରେ ଆଜି କୁଜଙ୍ଗ ବ୍ଲକ୍ ଫାଟକ ସମ୍ମୁଖରେ ଶତାଧିକ ମହିଳା ଧାରଣାରେ ବସିଛନ୍ତି।

ଧାରଣାରତ ମହିଳାଙ୍କ ଅଭିଯୋଗ ଅନୁଯାୟୀ, ବାଲିଆ ପଞ୍ଚାୟତ ମହାସଂଘର ସମସ୍ତ କାଗଜପତ୍ର ଭିଜିଲାନ୍ସ ହାତରେ ଥିବା ସମୟରେ ବିନା ବୈଠକ ଓ ବିନା ଦସ୍ତାବିଜରେ ନିଲମ୍ବନ କରାଯାଇଛି। ଏନେଇ କୁଜଙ୍ଗ ବିଡିଓଙ୍କ ଜରିଆରେ ଜିଲ୍ଲାପାଳ, ଡିଷ୍ଟ୍ରିକ୍ଟ ପ୍ରୋଜେକ୍ଟ ମ୍ୟାନେଜର, କୁଜଙ୍ଗ ଥାନା ଏବଂ ଜିଲ୍ଲାପାଳଙ୍କ ଜନଅଭିଯୋଗ ଶୁଣାଣିରେ ଅଭିଯୋଗ କରାଯାଇଥିଲେ ମଧ୍ୟ ସମାଧାନ ହୋଇନଥିବା ମହିଳାମାନେ କହିଛନ୍ତି।
ଅଭିଯୋଗକାରୀଙ୍କ କହିବା ଅନୁସାରେ, ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ପକ୍ଷରୁ ୨୪ ସେପ୍ଟେମ୍ବର ୨୦୨୫ର ଚିଠି ନମ୍ବର ୫୯୬୧ରେ ଇସି ସଭ୍ୟାଙ୍କ ପରିବର୍ତ୍ତନ ସମ୍ପର୍କରେ ନିର୍ଦ୍ଦେଶ ଥିବା ସତ୍ତ୍ୱେ, ବାଲିଆ ପଞ୍ଚାୟତ ମହାସଂଘର ଚିଠି ନମ୍ବର ୦୧ ଅନୁଯାୟୀ ୧୯ ଡିସେମ୍ବର ୨୦୨୫ରେ ସଭାନେତ୍ରୀ, ଇସି ସଭ୍ୟା ଓ ସିଆରପିଙ୍କୁ କିପରି ନିଲମ୍ବିତ କରାଗଲା, ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ମହିଳାମାନେ।
ଘଟଣାର ସଠିକ୍ ଉତ୍ତର ଓ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ମହିଳାମାନେ ଚେତାବନୀ ଦେଇଛନ୍ତି। ଏପରିକି ଦାବି ପୂରଣ ନହେଲେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ସେମାନେ କହିଛନ୍ତି।
ତେବେ ଏହି ନିଲମ୍ବନ ଘଟଣା ନେଇ ପ୍ରଶାସନର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।