ଯାଜପୁର, 18/08/2026, ଉତ୍କଳ voice news - utkalvoicenews.com ( ଯାଜପୁର ରୁ ଉମାକାନ୍ତ ବେହେରା ଙ୍କ ରିପୋର୍ଟ ) :

ବଡ଼ଚଣା ବ୍ଲକ୍ ବନ୍ତଳା ପଞ୍ଚାୟତ ଅନ୍ତର୍ଗତ ଡ଼ଗରପଡ଼ା,ବନ୍ତଳା ଗ୍ରାମର ମଧ୍ୟ ଭାଗରେ ଅବସ୍ଥିତ ମା ବ୍ରାହ୍ମଣୀ ଦେବୀଙ୍କ ମଠର ମହନ୍ତ ଭରତ ଚନ୍ଦ୍ର ବେହେରା (୬୮)ଙ୍କ ଆଜି ଟାଙ୍ଗୀ ସ୍ଥିତ ପଦ୍ମିନୀ କେୟାର ହସ୍ପିଟାଲ ରେ ଚିକିତ୍ସା ଧିନ ଅବସ୍ଥାରେ ଦେହାନ୍ତ ଘଟିଛି,ସେ ଜଣେ ଶାନ୍ତ,ନମ୍ର, ମିଷ୍ଟଭାଷୀ,ପରୋପକାରୀ ସମାଜସେବୀ,ଓ ଅମାୟିକ ସ୍ୱଭାବର ବ୍ୟକ୍ତି ଭାବେ ବଡ଼ଚଣା ଅଞ୍ଚଳରେ ବେଶ ପରିଚିତ। ତାଙ୍କ ମୃତ୍ୟୁ ଖବର ପ୍ରସାରିତ ହେବା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା। ତାଙ୍କ ମରଶରୀର କୁ ଏକ ବିରାଟ ଶୋଭାଯାତ୍ରା ମାଧ୍ୟମରେ ଗ୍ରାମ ପରିକ୍ରମା କରି ନିଜ ଗ୍ରାମ ସ୍ମଶାନରେ ଶେଷ କୃତ୍ୟସମ୍ପନ୍ନ କରାଯାଇ ଥିଲା।ଏହି ଖବର ପାଇବା ପରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଗାଁ ସ୍ମଶାନ ରେ ପହଞ୍ଚି ପାର୍ଥିବ ଶରୀରକୁ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଶୋକ ସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇ ଥିଲେ।ତାଙ୍କ ଜ୍ୟେଷ୍ଠ ପୁତ୍ର ମାନସ ବେହେରା ମୁଖାଗ୍ନି ଦେଇଥିଲେ।ଏହି ବିୟୋଗ ଖବର ଶୁଣିବା ପରେ ବଡ଼ଚଣା ବିଧାୟକ ଅମର କୁମାର ନାୟକ, ଯାଜପୁର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗଣେଶ୍ୱର ବରାଳ,ପୂର୍ବତ୍ତନ ବ୍ଲକ ଅଧ୍ୟକ୍ଷ କୌଳାସ ରାଉତ ଓ ବନ୍ତଳା ସରପଞ୍ଚ ସମୀର ରାଉତ, ସମିତି ସଭ୍ୟ ସୌମ୍ୟରଞ୍ଜନ ବିଶ୍ୱାଳ,ଚଣ୍ଡିଖୋଲ କୋଟ ବାର ଆଶୋସିଏସନ ର ସଭାପତି ଆଇନ ଜୀବି ଦେବରାଜ ବେହେରା,ବରିଷ୍ଠ ସାମ୍ବାଦିକ ଦିଗମ୍ବାର ମହାପାତ୍ର,ପୂର୍ବତ୍ତନ ସରପଞ୍ଚ ମିନାକ୍ଷୀ ମିଶ୍ର, ସମିତିସଭ୍ୟ ଲଲାଟେନ୍ଦୁ ମହାପାତ୍ର,ଯୁବ ସାମ୍ବାଦିକ ମନୋଜ କୁମାର ପଣ୍ଡା ପ୍ରମୁଖ ଶୋକପ୍ରକଟ କରିଛନ୍ତି।