ଯାଜପୁର, 18/08/2026, ଉତ୍କଳ voice news - utkalvoicenews.com ( ଯାଜପୁର ରୁ ଉମାକାନ୍ତ ବେହେରା ଙ୍କ ରିପୋର୍ଟ ) : ବଡ଼ଚଣା ବ୍ଲକ୍ ଅନ୍ତର୍ଗତ ବନ୍ତଳା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ବନ୍ଦ ଥିବାରୁ ଆଖପାଖ ଅଞ୍ଚଳରୁ ଚିକିତ୍ସା ପାଇଁ ଆସିଥିବା ବହୁ ରୋଗୀ ନିରାଶ ହୋଇ ଫେରିକି ଯାଇଛନ୍ତି। ଫଳରେ ସାଧାରଣ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।ମିଳିଥିବା

ସୂଚନା ଅନୁଯାଇ ୧୦ ରୁ ଅଧିକ ଗ୍ରାମର ଲୋକ ମାନେ ଏହି ଆରୋଗ୍ୟ ମନ୍ଦିର ଉପରେ ନିର୍ଭର କରିଥାଆନ୍ତି। ଆଜି ୧୧ ଟା ସମୟରେ ମେଡ଼ିକାଲ ଆଗରେ ଲମ୍ବା ଲାଇନ୍ ଲାଗିଥିବାର ଦେଖିବାକୁ ମିଳିଥିଲା । ମାତ୍ର ମେଡ଼ିକାଲର ମୁଖ୍ୟ ଗେଟ୍ ରେ ତାଲା ପଡିଥିବା ଦେଖି ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କର୍ମଚାରୀ କିମ୍ବା ଡାକ୍ତର କେହି ମଧ୍ୟ ଉପସ୍ଥିତ ନଥିଲେ।ଜଣେ ବୃଦ୍ଧା ରୋଗୀ କହିଥିଲେକି ଘରୁ 5 କି.ମି କଷ୍ଟ କରି ଚାଲିକି ଆସିଲୁ। ଏଠି ଆସି ଦେଖୁଛୁ ମେଡ଼ିକାଲରେ ତାଲା ପଡ଼ିଛି । ଏବେ କୁଆଡେ ଯିବୁ,ସେହିପରି ଅନ୍ୟ ରୋଗୀ ମାନେ ମଧ୍ୟ ଫେରିକି ଯିବାର ଦେଖିବାକୁ ମିଳିଥିଲା,ସ୍ଥାନୀୟ ଲୋକଙ୍କ ଅଭିଯୋଗ ଯେ, ଗତ କିଛି ଦିନ ହେବ ଆରୋଗ୍ୟ ମନ୍ଦିର ଅନିୟମିତତା ଭାବେ ଖୋଲୁଛି ଓ ବନ୍ଦ ହେଉଛି। ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଅନୁପସ୍ଥିତି ସାଧାରଣ କଥା ପାଲଟିଛି। ଏଥିପାଇଁ ଗରିବ ଲୋକେ ବାଧ୍ୟ ହୋଇ ଘରୋଇ କ୍ଲିନିକ୍ କିମ୍ବା ବଡ଼ଚଣା ଡାକ୍ତରଖାନାକୁ ଦୌଡୁଛନ୍ତି। ଯାହା ଫଳରେ ସେମାନଙ୍କର ଅତିରିକ୍ତ ଖର୍ଚ୍ଚ ଓ ହଇରାଣ ମଧ୍ୟ ହେଉଛନ୍ତି।ଏନେଇ ବନ୍ତଳା ସରପଞ୍ଚ ସମୀର ରାଉତଙ୍କୁ ପଚାରିବାରୁ ସେ କହିଛନ୍ତିକି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଖୋଲା ହେବା ପରେ ଲୋକେ ଉପକୃତ ହେଉଥିଲେ। କିନ୍ତୁ କର୍ମଚାରୀ ଅଭାବ ଓ ଅବ୍ୟବସ୍ଥା ଯୋଗୁଁ ଏବେ ଏହା ବନ୍ଦ ପଡୁଛି। ଆମେ ଏନେଇ ବିଡିଓ ଓ ସିଡିଏମ୍ଓଙ୍କୁ ଜଣାଇଛୁ।ସ୍ଥାନୀୟ ବାସିନ୍ଦାମାନେ ଦାବି କରିଛନ୍ତି ଯେ ତୁରନ୍ତ ଆରୋଗ୍ୟ ମନ୍ଦିରକୁ ନିୟମିତ ଭାବେ ଖୋଲିବା ସହ ପର୍ଯ୍ୟାପ୍ତ ଡାକ୍ତର ଓ ଔଷଧ ଯୋଗାଇ ଦିଆଯାଉ। ନଚେତ୍ ସେମାନେ ବାଧ୍ୟ ହୋଇ ଆନ୍ଦୋଳନକୁ ଓଲ୍ହାଇବେ ବୋଲି ଚେତାବନୀ ଦେଇଛନ୍ତି।