ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ରାୟଗଡା ଜିଲ୍ଲା ଭାରତୀୟ ମଜଦୁର ସଂଘ ପକ୍ଷରୁ ମାନ୍ୟବର ପ୍ରଧାନମନ୍ତ୍ରୀ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ୧୧ ଦଫା ଦାବି ପତ୍ର ପ୍ରଦାନ ।

ରାୟଗଡ଼ା, 18/08/2026, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) ତା - ୧୭/୦୮ :
Article Image
ରାୟଗଡା ଜିଲ୍ଲା ଭାରତୀୟ ମଜଦୂର ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ୧୧ ଦଫା ଦାବି ପତ୍ର ପ୍ରଦାନ କରାଯାଇଛି । ଭାରତୀୟ ମଜଦୂର ସଂଘର ଦୀର୍ଘ ଦିନର ଦାବି ପୁରଣ ହୋଇନଥିବା ଯୋଗୁଁ କେନ୍ଦ୍ର ସଂଗଠନର ନିଷ୍ପତ୍ତି କ୍ରମେ ଆଜି ସାରା ଦେଶରେ ପ୍ରତିବାଦ ଦିଵସ ପାଳନ କରାଯାଇଛି । ଏହି ଅବସରରେ ଶ୍ରମିକ ନେତା ତଥା ଭାରତୀୟ ମଜଦୁର ସଂଘର ରାଜ୍ଯ ଉପସଭାପତି ଶ୍ରୀ ଯୋଗେଶ୍ୱର ଦାସ, ଜିଲ୍ଲା ସଭାପତି ଶ୍ରୀ ମୋହନ ରାଓ ମାଝୀ ଓ ଜିଲ୍ଲା ସମ୍ପାଦକ ଗଣେଶ କୁମାର ସାହୁଙ୍କ ନେତୃତ୍ବରେ ଗାନ୍ଧୀ ପାର୍କ ଠାରେ ଜିଲ୍ଲାର ସମସ୍ତ ସଂଗଠନର କର୍ମକର୍ତ୍ତା ଏକତ୍ରିତ ହୋଇ ଏକ ବିରାଟ ଶୋଭାଯାତ୍ରାରେ ବାହାରି ସହରର ମୁଖ୍ୟ ରାସ୍ତା ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଧାରଣା ଦେଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମାନ୍ୟବର ପ୍ରଧାନମନ୍ତ୍ରୀ , ମାନ୍ୟବର କେନ୍ଦ୍ର ଶ୍ରମ ମନ୍ତ୍ରୀ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୧ ଦଫା ଦାବି ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା । ଉକ୍ତ ଦାବିକୁ ଅତିରିକ୍ତ ଜିଲ୍ଲାପାଳ ନିହାର ରଞ୍ଜନ କଅଁର ଗ୍ରହଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ
Article Image
ଶ୍ରୀମତୀ ଜୟନ୍ତୀ ପଦ୍ମାଳୟା ସାହୁ , ଶ୍ରୀମତୀ ଉଷା ରାଣୀ ଦାଶ , ଗୀତାଞ୍ଜଳି ହିଆଲ, ଧର୍ମ ସିଂ ନାଗ , ଦୂର୍ଗା ମାଧବ ଘୋଷ , ଏସ ଦୁର୍ଗା , ସଞ୍ଜୁକ୍ତା ହେରପାଲ , ସମିର ଖରା,ନେହା ସିଂ, କସ୍ତୁରୀ ନାୟକ, ସୁରେଶ କୁମାର ସାହୁ,ପରମା ନନ୍ଦ ପ୍ରଧାନ, ନିରଞ୍ଜନ ସେନାପତି , ମମତା ବିଶ୍ବାଳ , ସୁନ୍ଦର ରାଓ କାଡ୍ରାକା, କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ୬ ହଜାର ର ଉର୍ଦ୍ଧ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ । ଦାବିଗୁଡିକ ମଧ୍ୟରେ ଇ.ଏସ.ଆଇ.ସି (ESIC) ଦରମା ସୀମାକୁ ୨୧୦୦୦/- ରୁ ୪୨,୦୦୦/- ଟଙ୍କାକୁ ବୃଦ୍ଧି କରିବା , ଇ.ପି.ଏଫ.(EPF) ନ୍ୟୁନତମ ପେନସନକୁ ଟ ୧୦୦୦/- ରୁ ଟ ୭,୫୦୦/- କୁ ବୃଦ୍ଧି କରିବା , EPF ଦରମା ସୀମାକୁ ଟ ୩୦,୦୦୦/- କରିବା , ବୋନସ ଗଣନା ସୀମାକୁ ଟ୧୮,000/-କରିବା , ବୋନସ ଯୋଗ୍ୟତା ସୀମାକୁ ଟ୪୨,୦୦୦/- କରିବା , ସ୍କିମ୍ ଶ୍ରମିକ (ଅଙ୍ଗନୱାଡି, ଆଶା) ମାନଙ୍କ ମାନଦଣ୍ଡ ବୃଦ୍ଧି କରିବା , ଚୁକ୍ତିଭିତ୍ତିକ ଶ୍ରମିକଙ୍କୁ “ସମାନ କାମ କୁ ସମାନ ଦରମା" ସୁନିଶ୍ଚିତ କରିବା , ଶ୍ରମ ଆଇନରୁ ଶ୍ରମିକ ବିରୋଧୀ ଧାରାଗୁଡିକୁ ବିଲୋପ କରିବା , ବ୍ୟାଙ୍କ କର୍ମଚାରୀ ମାନଙ୍କ ପାଇଁ ପାଞ୍ଚ ଦିନିଆ କାର୍ଯ୍ୟ ସପ୍ତାହ ଲାଗୁକରିବା , ଗ୍ରାଟୁଇଟି ସୀମାକୁ ୪୦ ଲକ୍ଷ କୁ ବୃଦ୍ଧି କରିବା, ଜାତୀୟ ନ୍ୟୁନତମ ଦରମାକୁ ଟ୩୦,୦୦୦/- ପ୍ରତିମାସ ନିର୍ଦ୍ଧାରଣ କରିବା ଓ ଜୀବନ ବୀମା ନିଗମ ରେ କାର୍ଯ୍ୟରତ ଡେଭଲପମେଣ୍ଟ ଅଫିସର ମାନଙ୍କ ପାଇଁ ପୂର୍ଣ୍ଣ ଚାକିରି ସୁରକ୍ଷା ଦେବା ଏପରି ୧୧ ଗୋଟି ଦାବି ଅନ୍ତର୍ଭୁକ୍ତ ଥିଲା ।
Article Image
4