ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜଗତସିଂହପୁର ଜିଲ୍ଲା ଯାଦବ ମହାସଭା ର ସାଙ୍ଗଠନିକ ବୈଠକ ଅନୁଷ୍ଠିତ।

ଏରସମା, 23/02/2025, ଉତ୍କଳ voice news - utkalvoicenews.com
Article Image
ଜଗତସିଂହପୁର ଜିଲ୍ଲା ଯାଦବ ମହାସଭାର ଏକ ଜିଲ୍ଲା ସ୍ତରୀୟସାଙ୍ଗଠନିକ ବୈଠକ ସିପି ସ୍ଥିତ ମା ସୁବର୍ଣ୍ଣ ବରହୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ମାର୍ଚ୍ଚ ମାସ ଶେଷ ସପ୍ତାହରେ ଜଗତସିଂହପୁର ସଦର ମହକୁମା ରେ ଜିଲ୍ଲା ର ସମସ୍ତ ଯାଦବ ଭାଇ ମାନଙ୍କୁନେଇ ଏକ ଜିଲ୍ଲା ସ୍ତରୀୟ ଯାଦବସମାବେଶ ଅନୁଷ୍ଠିତ ହେବ । ଜିଲ୍ଲା ସଦରମହକୁମା ଠାରେ ଆୟୋଜିତ ହେବାକୁ ଯାଉଥିବା ଏହି ସମାବେଶକୁ ସଫଳ କରିବା ପାଇଁ ଆଜିର ଏହି ବୈଠକରେ ଜିଲ୍ଲା ଯାଦବ ମହାସଭାର ସଭାପତି ଆଇନଜୀବି ନରେଶ ଦାସ ସଭାପତିତ୍ବ କରିଥିଲେ । ପ୍ରାରମ୍ଭରେ ସଂପାଦକ ସୁକାନ୍ତ କୁମାର ଦାସ ବୈଠକର ଆଭିମୁଖ୍ୟ ବିଷୟରେ କହିଥିଲେ । ଜିଲ୍ଲା ସ୍ତରୀୟ ସମାବେଶକୁ ସଫଳ କରିବା ପାଇଁ ଜିଲ୍ଲା ସ୍ତରରେ ଏକ ୩୫ ଜଣିଆ ପ୍ରତିନିଧି ଦଳ ଗଠନ କରାଯାଇଥିଲା । ଏହି ପ୍ରତିନିଧି ଦଳ ଆଗମୀ ଏକ ମାସ ମଧ୍ୟରେ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗ୍ରସ୍ତ କରି ସମାବେଶ ଆୟୋଜନ ପାଇଁ ସଚେତନତା ସୃଷ୍ଟି କରିବେ । ଏମାନଙ୍କୁ ପ୍ରତି ବ୍ଲକ୍ ର ଯାଦବ ନେତୃତ୍ୱ ମାନେ ସହଯୋଗ କରିବେ । ସମାବେଶକୁ ଓଡ଼ିଶା ବିଧାନସଭାର ଯାଦବ ବିଧାୟକମାନଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରାଯିବା ପ୍ରସ୍ତାବ ଗୃହୀତ ହେଲା । ସେହିପରି ଜିଲ୍ଲାରେ ଥିବା ପଞ୍ଚାୟତ/ମ୍ୟୁନିସିପାଲିଟିର ସମସ୍ତ ଯାଦବ ଲୋକ ପ୍ରତିନିଧିମାନଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ସମାବେଶକୁ ସଫଳ କରିବା ପାଇଁ କାର୍ତ୍ତିକ ଚନ୍ଦ୍ର ବେହେରା, ଧର୍ମାନନ୍ଦ ଦାସ,ରବିନ୍ଦ୍ର ନାଥ ସେନାପତି ,ସୁବାଷ ଚନ୍ଦ୍ର ବେହେରା,ଅଜୟ କୁମାର କାଠୁଆ, ଲକ୍ଷ୍ମୀଧର ବେହେରା,ସୁନିଲ କୁମାର ମାଟିଆ,ରମାନାଥ ଦାସ,ଲୋକନାଥ ଦାସ, ସୁବାସ ଚନ୍ଦ୍ର ନାୟକ, ସନ୍ତୋଷ ଦାସ, ଭାଗିରଥି ଦାସ,ଆଶୁତୋଷ ଦାସ, ପ୍ରଣବ କୁମାର ଦାସ,ଶୁଭାଶିଷ ନାୟକ,ତରୁଣ କୁମାର ଦାସ,ବାସୁଦେବ ଦାସ, ନର୍ମଳ ଦାସ,ରମେଶ ଚନ୍ଦ୍ର ଦାସ, ରାଘବାନନ୍ଦ ଦାସ,ସଂଜୀବ ଦାସ ପ୍ରମୁଖ ଜିଲ୍ଲା ମହାସଭା ର ଯାଦବ ସମାବେଶ ସମ୍ପର୍କରେ ମତାମତ ପ୍ରଦାନ କରିଥିଲେ । ଆଜିର ବୈଠକକୁ ଆଶୀଷ କୁମାର ମାଣିଆ ପରିଚାଳନା କରିଥିବା ବେଳେ ଏହି ବୈଠକରେ ଜିଲ୍ଲାର ବିଭିନ୍ନ ବ୍ଲକ୍ ଓ ମ୍ୟୁନିସିପାଲିଟିରୁ ବହୁ ସଂଖ୍ୟକ ଯାଦବ ଛାମୁଆ କର୍ମକର୍ତ୍ତା ଯୋଗ ଦେଇଥିଲେ ।
Article Image
1