ତିର୍ତ୍ତୋଲ, 18/08/2026, ଉତ୍କଳ voice news - utkalvoicenews.com( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
ଜଗତସିଂହପୁର ଜିଲ୍ଲା ବିଜେପି ଯୁବମୋର୍ଚ୍ଚାର ପୂର୍ବତନ ସଭାପତି ସୁଧୀର କୁମାର ମଲ୍ଲିକଙ୍କ ନେତୃତ୍ୱରେ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶାରଳା ରୋଡ ଛକ ଠାରୁ ମଣିଜଙ୍ଗା ବଜାର ପର୍ଯ୍ୟନ୍ତ ଏହି ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ଯକ୍ରମରେ ଜଗତସିଂହପୁର ଜିଲ୍ଲା ବିଜେପି ଓବିସି ମୋର୍ଚ୍ଚା ସଭାପତି ଶ୍ରୀ ସୁବୋଧ କୁମାର ବାରିକ, ବରିଷ୍ଟ ବିଜେପି ନେତା ଶ୍ରୀ ଦେବୀ ପ୍ରସାଦ ତ୍ରିପାଠୀ, ନେତ୍ରାନନ୍ଦ ପାତ୍ର, ପ୍ରକାଶ ଦାସ, ସୁଦୀପ୍ତ ନାଥ ମଣିଜଙ୍ଗା ମଣ୍ଡଳ ସଭାପତି ପ୍ରତ୍ୟୁଷ ଦାସ, ବିଶିଷ୍ଟ ଯୁବ ନେତା ବିଭୁପଦାରବିନ୍ଦ ବେହେରା, ହରିଶଙ୍କର ମହାନ୍ତି, ଅଶୋକ ସାହୁ ରାକେଶ ଦାସ, ଲିଟୁ ସେଠୀ, ସମର୍ପଣ ଓଝା, ପ୍ରମୋଦ ସ୍ଵାଇଁ, ବାଦଲ ପରିଜା, ରମେଶ ପୃଷ୍ଟି ରଶ୍ମି ରଞ୍ଜନ ମଲ୍ଲିକ , ସଂଗ୍ରାମ ପୁହାଣ , ଦୀପକ ହୋତା ଜ୍ଯୋତି ନାୟକ, ଦୀପ୍ତି ରଞ୍ଜନ ଦାସଙ୍କ ସମେତ ଶତାଧିକ ଯୁବକ ଏଥିରେ ଯୋଗ ଦେଇ ଥିଲେ।