ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କଟକ ରେ ରିକୋନେକ୍ସ ଲାଇଫ କେୟାରର ପ୍ରଥମ ‘କଳିଙ୍ଗ ଉତ୍ସବ’

କଟକ, 18/08/2026, ଉତ୍କଳ voice news - utkalvoicenews.com( ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ ) :
Article Image
କଟକସ୍ଥିତ ସହିଦ୍ ଭବନ ପରିସରରେ ରିକୋନେକ୍ସ ଲାଇଫ କେୟାର ପକ୍ଷରୁ ପ୍ରଥମ ‘କଳିଙ୍ଗ ଉତ୍ସବ’ ଉତ୍ସାହ ଓ ଆନନ୍ଦର ସହ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ କମ୍ପାନୀର ଏକ ହଜାରରୁ ଊର୍ଦ୍ଧ୍ୱ ଆସୋସିଏଟ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।
Article Image
ଓଡ଼ିଶା ଲିଡର ଅନନ୍ତ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ କମ୍ପାନୀର ଚେୟାରମ୍ୟାନ ଶୁଭମ ଖେତରୀ ମୁଖ୍ୟ ଅତିଥି, ବାରାଣସୀର ଦୀପକ କୁମାର ସିଂ ବରେଣ୍ୟ ଅତିଥି ଏବଂ ବାସୁଦେବ ସ୍ୱାଇଁ ଓ ଅମିତ କୁମାର ସିଂ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆସୋସିଏଟମାନଙ୍କୁ ମାର୍ଗଦର୍ଶନ କରିଥିଲେ। ଏହି ଅବସରରେ କମ୍ପାନୀର କାର୍ଯ୍ୟପ୍ରଣାଳୀ, ବ୍ୟବସାୟିକ ଅଭିବୃଦ୍ଧି ଓ ନୂତନ ଉତ୍ପାଦ ସମ୍ପର୍କରେ ଆଲୋଚନା ହୋଇଥିଲା। ନୂତନ ପ୍ରଡକ୍ଟର ଗୁଣବତ୍ତା ଓ ବ୍ୟବହାରିକ ଦିଗ ନେଇ ମଧ୍ୟ ଅତିଥିମାନେ ଆସୋସିଏଟମାନଙ୍କୁ ସୂଚନା ଦେଇଥିଲେ। ଉତ୍ସବ ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଆଚିଭମେଣ୍ଟ ହାସଲ କରିଥିବା ଆସୋସିଏଟମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିସହ କମ୍ପାନୀର ଆଗାମୀ ଯୋଜନା, ଟିମ୍‌ୱର୍କ, ଦକ୍ଷତା ବିକାଶ ଓ ସଫଳତାର ନୂତନ ମାର୍ଗ ନେଇ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସାଗର ନାୟକ, ତପନ କୁମାର ନାୟକ, ବିଶ୍ୱଭୂଷଣ ପ୍ରାଣିଗ୍ରାହୀ ଓ ସୂର୍ଯ୍ୟ ନାରାୟଣ ସାହୁଙ୍କ ସମେତ ଅନ୍ୟାନ୍ୟ ଆସୋସିଏଟ ଓ ସହଯୋଗୀମାନେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ଶେଷରେ ଆୟୋଜକଙ୍କ ପକ୍ଷରୁ ଉପସ୍ଥିତ ସମସ୍ତ ଅତିଥି, ଆସୋସିଏଟ ଓ ସହଯୋଗୀଙ୍କୁ କୃତଜ୍ଞତା ଜଣାଯାଇଥିଲା।
4