ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଅଳକା ଆଶ୍ରମର ପରିଚାଳନା କମିଟି ବୈଠକ

ଜଗତସିଂହପୁର, 18/08/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ସରୋଜ ସାହୁ )ତା - ୧୮/୦୮: ଐତିହାସିକ ଅଳକା ଆଶ୍ରମର ପରିଚାଳନା କମିଟିର ଏକ ବୈଠକ ଚାଟ୍ରାସ୍ଥିତ ଆଶ୍ରମ ସଭାଗୃହରେ ଶିକ୍ଷାବିତ ଦେବେନ୍ଦ୍ର ନାଥ ରାଉତଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ଗୌରାଙ୍ଗ ଚରଣ ହୋତା ବୈଠକରେ ଅଧ୍ୟକ୍ଷତା କରିଥିଲେ।
Article Image
ଜିଲ୍ଲାର ଯୁବପିଢ଼ିକୁ ବୌଦ୍ଧିକ, ଶାରୀରିକ ଓ ସୃଜନଶୀଳ ଦୃଷ୍ଟିରୁ ସଶକ୍ତ କରିବା ନେଇ ବୈଠକରେ ବିଭିନ୍ନ ପଦକ୍ଷେପ ଗ୍ରହଣ ପାଇଁ ନିଷ୍ପତ୍ତି ହୋଇଛି। ନିଶାମୁକ୍ତ ଯୁବଶକ୍ତି କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରିବା ସହ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ବକ୍ତୃତା ଓ ସାଧାରଣ ଜ୍ଞାନ ପ୍ରତିଯୋଗିତା ଆୟୋଜନ କରାଯିବ। ସେହିପରି, ମହାପୁରୁଷମାନଙ୍କ ଜୟନ୍ତୀ ଆଶ୍ରମ ପରିସର ପରିବର୍ତ୍ତେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ପାଳନ କରି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଶ, ମାଟି ଓ ସମାଜ ପ୍ରତି ଦାୟିତ୍ୱବୋଧ ସୃଷ୍ଟି କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିସହ ଅଳକା ଆଶ୍ରମର ତ୍ୟାଗ ଓ ତିତିକ୍ଷାର ବାର୍ତ୍ତାକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ବିଭିନ୍ନ ଜନସଚେତନତାମୂଳକ କାର୍ଯ୍ୟକ୍ରମ ହାତକୁ ନେବାକୁ ସର୍ବସମ୍ମତିକ୍ରମେ ମତ ପ୍ରକାଶ ପାଇଛି। ବୈଠକରେ ଜିଲ୍ଲାର ବିଭିନ୍ନ ବ୍ଲକର ସଂଯୋଜକ ଓ କାର୍ଯ୍ୟକାରିଣୀ ସଦସ୍ୟମାନେ ଯୋଗଦେଇ ନିଜ ନିଜର ମୂଲ୍ୟବାନ ମତାମତ ପ୍ରଦାନ କରିଥିଲେ। ପ୍ରେମଳତା ବାରିକ, ସୁଜାତା ମହାରଣା, ନିହାର ରଞ୍ଜନ ସ୍ୱାଇଁ, ଜ୍ୟୋତି ରଞ୍ଜନ ପ୍ରଧାନ, ନଗେନ୍ଦ୍ର ନାଥ ସ୍ୱାଇଁ, ସୁରେଶ କୁମାର ପ୍ରଧାନ, ହେମନ୍ତ କୁମାର ନାୟକ, ସରୋଜ କୁମାର ବେହେରା, ସୁଭାଷ କୁମାର ରାଉତ, ସୋମନାଥ ମହାରଣା, ରାଧାକାନ୍ତ ମିଶ୍ର, ଶାନ୍ତନୁ କୁମାର ମିଶ୍ର, ସରିତ ମହାପାତ୍ର, ଅଜୟ କୁମାର ଗୋଛାୟତ, ଶଶାଙ୍କ ଶେଖର ପଣ୍ଡା ଓ ଅଭିଜିତ କୁମାର ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଅଳକା ଆଶ୍ରମର କୋଷାଧ୍ୟକ୍ଷ ବିଜୟ କୁମାର ରଥ ସଭାପତିଙ୍କ ସମେତ ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।
3