ଯାଜପୁର, 19/08/2026, ଉତ୍କଳ voice news - utkalvoicenews.com ( ଉମାକାନ୍ତ ବେହେରା ଙ୍କ ରିପୋର୍ଟ ) ତା - ୧୯/୦୮/୨୦୨୬ :

ବଡ଼ଚଣା ବ୍ଲକ ନୂଆହାଟ ସ୍ଥିତ ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟର ୪୭ ତମ ପ୍ରତିଷ୍ଠା ଦିବସ ଆଜି ଅନୁଷ୍ଠିତ ହୋଇଯାଇଛି।ଏହି ପ୍ରତିଷ୍ଠା ଦିବସ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରାଧ୍ୟାପକ ଡ଼ଃ ବେଣୁଧର ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ବଡ଼ଚଣା ବିଧାୟକ ଅମର କୁମାର ନାୟକ ଯୋଗ ଦେଇ ପ୍ରଥମେ ପ୍ରଦୀପ ପ୍ରଜ୍ଜଳନ କରିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ବିଧାୟକ ଶ୍ରୀ ନାୟକ ନିଜ ଅଭିଭାଷଣରେ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ପୂରଣ କରିଥିବାବେଳେ ଆଉ ଯାହା ସମସ୍ୟା ଅଛି ଖୁବ ଶିଘ୍ର ପୂରଣ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ ।ଉକ୍ତ ସଭାରେ ଅଧ୍ୟାପିକା ଡ଼ଃ ଅମ୍ବିକା ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ପ୍ରଦୀପ କୁମାର ବରାଳ ବାର୍ଷିକ ବିବରଣୀ ଓ ସଂକ୍ଷିପ୍ତ ଇତିହାସ ପାଠ କରିଥିଲେ।ଏହି କାଯ୍ୟକ୍ରମରେ ଅଧ୍ୟାପକ ସଞିତ କୁମାର ମହାନ୍ତି ବିଭିନ୍ନ ଦାବି ବିଧାୟକଙ୍କ ପାଖରେ ରଖିଥିଲେ। ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଓ ବନ୍ଦେ ଉତ୍କଳ ଜନନୀ ଗାନ କରିବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା ତାହାସହ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲାଏହି ପୁରସ୍କୃତ କାର୍ଯ୍ୟକ୍ରମକୁ ଅଧ୍ୟାପିକା ରଞିତା ସ୍ୱାଇଁ ଓ ଅଧ୍ୟାପକ ଦିପକ କୁମାର ମିଶ୍ର ମାନପତ୍ର ପଠନ କରିଥିଲେ। ପରି ଶେଷରେ ଅଧ୍ୟାପକ ସାନ୍ତନୁ ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଉତ୍ସବରେ ମହବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଉପସ୍ତିତ ରହି ସହଯୋଗ କରିଥିଲେ।