ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କବଜାରେ ବାସଗୃହ

ତିର୍ତ୍ତୋଲ, 19/08/2026, ଉତ୍କଳ voice news - utkalvoicenews.com( ତିର୍ତ୍ତୋଲ ରୁ ଜଗନ୍ନାଥ ପ୍ରସାଦ ସାହୁ ଙ୍କ ରିପୋର୍ଟ୍ ) :
Article Image
କବଜାରେ ଜୈନିକ ବ୍ୟକ୍ତିର ବାସଗୃହ , ଘଟଣା ସ୍ଥଳରେ ପୋଲିସ ଦଳ ସହ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତି, ଅତିରିକ୍ତ ଜିଲ୍ଲା ପାଳଙ୍କ ନିର୍ଦ୍ଦେଶ କୁ ଫୁ, ସରକାରୀ କାର୍ଯ୍ୟରେ ବାଧା, ,,,,,,,,,,,,,,,,,,,,,,,,,,,,,,,, ଏ ଭଳି ଏକ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅଧୀନ ବଣିତ ପଞ୍ଚାୟତ ବଣିତ ଗ୍ରାମରେ, ଏରସମା ଅଞ୍ଚଳର ଝିଲ୍ଲୀ ସାମଲ ,ସ୍ୱାମୀ ଚନ୍ଦନ କୁମାର ବେହେରା ବଣୀତୋ ଗ୍ରାମର ଶେଷ ଭାଗରେ ଥିବା ଏକ ବାସଗୃହ ଯାହାର ଖାତା ନମ୍ବର 773/345କୁ କିଣି ପଟା ପାଇଥିବା ବେଳେ,ଉକ୍ତ ଘରକୁ ବଣିତ ଗ୍ରାମର ବୁଦ୍ଧଦେବ ଜେନା ନାମକ ବ୍ୟକ୍ତି ଜୋରଜବରଦସ୍ତ କବ୍ଜା କରି ରଖିଥିବା କଥା କହିଛନ୍ତି ଚନ୍ଦନ ବେହେରା, ବୁଦ୍ଧଦେବ ଏହି ଘରକୁ ବେଆଇନ୍ ଭାବେ କବ୍ଜା କରିବା, ବେଆଇନ କାର୍ଯ୍ୟରେ ଲଗାଇବା ଓ ବେସରକାରୀ କାର୍ଯ୍ୟାଳୟ ଖୋଲିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଝିଲି ସାମଲ ଙ୍କ ସ୍ଵାମୀ, ଅନ୍ୟ ପକ୍ଷରେ ଏହାକୁ ଖଣ୍ଡନ କରିଛନ୍ତି ଉକ୍ତ ଘରେ ରହୁଥିବା ବୁଦ୍ଧଦେବ ଜେନା ଓ ତାଙ୍କ ପତ୍ନୀ, ସେ ଗଣମାଧ୍ୟମକୁ କହିଛନ୍ତି କୋର୍ଟରେ କେସ ବିଚାରଧୀନ ଅଛି, ଆମ୍ଭେ ଏହି ଘରବାଡିକୁ କିଣିବା ପାଇଁ ଧରଣୀଧର ଦାସ ଓ ରୋଜାଲିନ ଦଳେଇଙ୍କୁ ଅଗ୍ରୀମ 3ଲକ୍ଷ୍ୟ 50,000 ଟଙ୍କା ଦେଇ ଅବଶିଷ୍ଟ ଦେୟ ରେଜେଷ୍ଟି ସମୟରେ ଦେବା ପାଇଁ କଥା ଦେଇଥିଲୁ,ଓ ଉକ୍ତ ଘରେ ଆମେ ସପରିବାର ଚଳି ଆସୁଛୁ,ଘର ମାଲିକ ଚଞ୍ଚକତା କରି ଅନ୍ୟ ଜଣକୁ ବିକ୍ରି କରିଥିବାରୁ ବିବାଦ ଦେଖା ଦେଇଛି, ଆମକୁ ଅନେକ ସମୟରେ ପୋଲିସ ର ଭୟ ଦେଖାଇ ଧମକ ଦିଆ ଯାଉଛି, କିନ୍ତୁ ପଟା ପାଇଥିବା ଝିଲି ସାମଲ ଓ ତାଙ୍କ ସ୍ୱାମୀ ନ୍ୟାୟ ପାଇଁ ଜିଲ୍ଲା ପାଳଙ୍କ ଦ୍ୱାରସ୍ତ ହୋଇଥିବାବେଳେ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଝିଲି ସାମଲ ଙ୍କୁ ଅଧିକାର ଦେବା ପାଇଁ ତହସିଲଦାର ଓ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଅତିରିକ୍ତ ଜିଲ୍ଲା ପାଳ,ଘଟଣସ୍ଥଳରେ ପୋଲିସ୍ ଅଧିକାରୀ ପୋଲିସ ବଳ ତହସିଲଦାର ପହଞ୍ଚି ଏହାର ସମାଧାନ କରିବାକୁ ଚେଷ୍ଟା କରିଥିଲେ ବି ତାହା ସମ୍ଭବ ହୋଇ ପାରିନଥିଲା, ବୁଦ୍ଧଦେବ ଜେନାଙ୍କ ପତ୍ନୀ ଘର ଭିତର ପଟୁ ତାଲା ପକାଇ ରଖିବା, ଘର ନ ଖୋଲିବା, ଅତିରିକ୍ତ ତହସିଲଦାରଙ୍କୁ ଦୁର୍ବ୍ୟବହାର କରିବାଭଳି ଅଭିଯୋଗ ସାମ୍ନାକୁ ଆସିଛି, ଜବରଦଖଲ କାରି ଘର ନ ଖୋଲିବା ଫଳରେ ପୋଲିସ ଅଧିକାରୀ ଓ ଅତିରିକ୍ତ ତହସିଲଦାର ଘଟଣା ସ୍ଥଳରୁ ଫେରି ଯାଇଥିବା ଦେଖିବାକୁ ମିଳିଛି, ଗୋଟେପଟେ ଘରର ପଟା ପାଇଥିବା ବ୍ୟକ୍ତି ନ୍ୟାୟ ଅପେକ୍ଷାରେ ଥିବା ବେଳେ ପୂର୍ବ ରୁ ଘର ପାଇଁ ଅଗ୍ରୀମ ଅର୍ଥ ଦେଇଥିବା ଦାବୀ କରୁଥିବା ଓ ବର୍ତ୍ତମାନ ଉକ୍ତ ଘରେ ରହୁଥିବା ବ୍ୟକ୍ତି ନିଜର ଅର୍ଥ ଫେରି ପାଇନଥିବାରୁ ଘର ଛାଡ଼ିବା ପାଇଁ ନାରାଜ, ଦେଖିବାକୁ ବାକି ରହିଲା ଘଟଣା ର ନ୍ୟାୟିକ ପ୍ରକ୍ରିୟା କେଉଁଆଡକୁ ଯାଉଛି
6