ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ରାଜନୀତି ବିଜ୍ଞାନ ବିଭାଗର ଅଭିଭାବକ-ଶିକ୍ଷକ ସମ୍ମିଳନୀ

ବୁଗୁଡ଼ା, 19/08/2026, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) : ସ୍ଥାନୀୟ ପିପୁଲସ୍ କଲେଜ ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ପ୍ରଥମ ସେମିଷ୍ଟାର ଅଭିଭାବକ-ଶିକ୍ଷକ ସମ୍ମିଳନୀ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି।କଲେଜର ଅଧ୍ୟକ୍ଷ ଶ୍ରୀ ଭଗବାନ ଶତପଥୀ ପ୍ରଦୀପ ପ୍ରଜ୍ୱଳନ କରି ସଭାକାର୍ଯ୍ୟର ଶୁଭାରମ୍ଭ କରିବା ସହ ଏଥିରେ ଅଧ୍ୟକ୍ଷତା କରିଥିଲେ। ଉପାଧ୍ୟକ୍ଷ ଶ୍ରୀ ହରେକୃଷ୍ଣ ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଜୀବନରେ ମୂଲ୍ୟବୋଧ ଭିତ୍ତିକ ଓ ନୈତିକ ଶିକ୍ଷାର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ। ବିଭାଗୀୟ ମୁଖ୍ୟ ଶ୍ରୀଯୁକ୍ତ ଅକ୍ଷୟ କୁମାର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ଲୋକନାଥ ବେହେରା ସମ୍ମିଳନୀର ଉଦ୍ଦେଶ୍ୟ ଓ ନୀତି-ନିୟମ ସମ୍ପର୍କରେ ସୂଚନା ଦେଇଥିଲେ।ଅଧ୍ୟାପକ ପବିତ୍ର ଖଣ୍ଡୁଆଳ ବିଭାଗର ସମୃଦ୍ଧ ଇତିହାସ ଏବଂ ପ୍ରାକ୍ତନ ଛାତ୍ରଛାତ୍ରୀଙ୍କ ସଫଳତା ବାବଦରେ ବିଶଦ ଆଲୋଚନା କରିଥିଲେ। ସରକାରୀ ନିୟମାନୁସାରେ ଛାତ୍ରଛାତ୍ରୀଙ୍କ ୭୫ ଶତାଂଶ ଉପସ୍ଥାପନ ବାଧ୍ୟତାମୂଳକ ହୋଇଥିବାରୁ ଏହା ଉପରେ ଗୁରୁତ୍ବ ଦିଆଯାଇଥିଲା। ଏଥିସହ ଶିକ୍ଷାଦାନର ଉତ୍ତମ ବାତାବରଣ ବଜାୟ ରଖିବା ପାଇଁ ଅଭିଭାବକ ଓ ଶିକ୍ଷକମାନଙ୍କ ମଧ୍ୟରେ ଗଠନମୂଳକ ଆଲୋଚନା ହୋଇଥିଲା।ଏହି କାର୍ଯ୍ୟକ୍ରମରେ ବିଭାଗର ପ୍ରାକ୍ତନ ଛାତ୍ରୀ ସୁତ୍ତସ୍ମିତା ସାହୁ ତାଙ୍କ ନିଜ ସଫଳତା ପଛରେ ବିଭାଗୀୟ ଅଧ୍ୟାପକମାନଙ୍କ ମାର୍ଗଦର୍ଶନ ଓ ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏହି ସମ୍ମିଳନୀରେ ୨୫ ଜଣ ଅଭିଭାବକଙ୍କ ସମେତ ୫୦ ଜଣରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।
Article Image
15