ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ରାକ୍ଷୀପୂର୍ଣ୍ଣିମା ପାଇଁ ବୁଗୁଡ଼ା ଚଳଚଞ୍ଚଳ

ବୁଗୁଡ଼ା, 19/08/2026, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
Article Image
ଆଗକୁ ଆସୁଛି ରାକ୍ଷୀ ପୂର୍ଣ୍ଣିମା । ପ୍ରଭୁ ବଳଦେବ ଜିଉଙ୍କର ଜନ୍ମଦିନ ଶ୍ରାବଣ ପୂର୍ଣ୍ଣିମାରେ ପାଳନ ହେଉଥ‌ିବା ରକ୍ଷାବନ୍ଧନ ଉତ୍ସବ ଭାଇ-ଭଉଣୀଙ୍କ ମଧ୍ୟରେ ସ୍ନେହର ବନ୍ଧନକୁ ଆହୁରି ନିବିଡ଼ କରିଥାଏ । ରାକ୍ଷୀ ପୂର୍ଣିମା ଦିନ ଭଉଣୀମାନେ ଚନ୍ଦନ,ହଳଦୀ, ଦୀପ, ଅରୁଆ ଚାଉଳ ରଖି ପୂଜାଥାଳି ପ୍ରସ୍ତୁତ କରି ଭାଇ ହାତରେ ରାକ୍ଷୀ ବାନ୍ଧି ତା’ର ଶୁଭମନାସୀ ଦୀର୍ଘାୟୁ କାମନା କରିଥାନ୍ତି Iଭାଇ ନିଜ ଭଉଣୀର ସୁଖଦୁଃଖରେ ସହଭାଗୀ ହେବା ପାଇଁ ପ୍ରତିଶ୍ରୁତି ଦେଇଥାଏ ।ଅଗଷ୍ଟ ୨୮ ତାରିଖ ଶୁକ୍ରବାର ଦିନ ସହର ଠାରୁ ଆରମ୍ଭକରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସବୁଠି ଆନନ୍ଦ ଉଲ୍ଲାସର ସହ ପାଳିତ ହେବ ପବିତ୍ର ରକ୍ଷାବନ୍ଧନ ଉତ୍ସବ। ରକ୍ଷାବନ୍ଧନ ଉତ୍ସବକୁ ନେଇ ବୁଗୁଡ଼ାର ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଚଳଚଞ୍ଚଳ ହୋଇ ପଡିଥିଲା ବେଳେ ରାକ୍ଷୀ ବ୍ୟବସାୟ ଜୋର୍ ଧରିଛି । ରାକ୍ଷୀ ପୂର୍ଣ୍ଣିମାକୁ ନେଇ ବୁଗୁଡ଼ା ଅଞ୍ଚଳବାସୀଙ୍କ ମଧ୍ୟରେ ରେ ଉତ୍ସାହ ଭରି ରହିଥିବା ବେଳେ ମାଳ ମାଳ ରାକ୍ଷୀ ଦୋକାନ ଦେଖିବାକୁ ମିଳିଛି । ଅଧିକାଂଶ ଦୋକାନରେ ଶତାଧିକ ପ୍ରକାରର ରାକ୍ଷୀ ବିକ୍ରି ହେଉଥିବା ବେଳେ ୫ ଟଙ୍କାରୁ ଆରମ୍ଭକରି ୫୦୦ ଟଙ୍କାର ରାକ୍ଷୀ ବିକ୍ରି ହେଉଛି । ବିଶେଷ କରି ବ୍ରେସଲେଟ୍ ଶୈଳୀର ଷ୍ଟୋନ୍ ରାକ୍ଷୀର ଚାହିଦା ବେଶ୍ ରହିଛି । ଅନ୍ୟପକ୍ଷରେ, ରାକ୍ଷୀ ବିକ୍ରି କରୁଥିବା ବ୍ୟବସାୟୀମାନେ ଏ ବର୍ଷ ରାକ୍ଷୀ ବିକ୍ରି କରି ଭଲ ଦି’ ପଇସା ରୋଜଗାର କରିବେ ବୋଲି ଆଶା ବାନ୍ଧିଥିବା ଜଣାଯାଇଛି ।
6