ଯାଜପୁର, 19/08/2026, ଉତ୍କଳ voice news - utkalvoicenews.com ( ଉମାକାନ୍ତ ବେହେରା ଙ୍କ ରିପୋର୍ଟ ) : ପ୍ରଶାସନ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶଶକ୍ତିକରଣ ବିଭାଗ ଓଡ଼ିଶା ସରକାରଙ୍କ ମିଳିତ ଆନୁକୁଲ୍ୟ ଓ ବଡଚଣା ପଞ୍ଚାୟତ ସମିତି ସହଯୋଗରେ ଆଜି ବଡଚଣା ବ୍ଲକ୍ ଅନ୍ତର୍ଗତ ପିଏମଶ୍ରୀ ବଡଚଣା ସରକାରୀ ଉଚ୍ଚ ବିଦ୍ୟାଳୟ ଖଇରା ଠାରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି।

ଏହି ଶିବିରକୁ ବଡଚଣା ବିଧାୟକ ଅମର କୁମାର ନାୟକ ଉଦଘାଟନ କରିବା ସହ ଭିନ୍ନକ୍ଷମ ମାନଙ୍କୁ ସେମାନଙ୍କ ସମସ୍ୟା ବିଷୟରେ ପଚାରି ବୁଝିଥିଲେ। ଏହି ଶିବିରରେ ମୋଟ ୭୦୦ ଲୋକଙ୍କ ସମାଗମ ହୋଇଥିବା ବେଳେ ୨୦୫ ଦିବ୍ୟାଙ୍ଗ ସେମାନଙ୍କ ନାମ ପଞ୍ଜିକୃତ କରିଥଲେ। ପରେ ଭିନ୍ନକ୍ଷମ ପ୍ରମାଣପତ୍ର ପାଇ ନ ଥିବା ବ୍ୟକ୍ତି ମାନଙ୍କୁ ବିଭିନ୍ନ ବିଭାଗର ଡାକ୍ତର ମାନେ ଉପସ୍ଥିତ ରହି ବିଭିନ୍ନ ପରୀକ୍ଷା ନିରୀକ୍ଷା ଓ ଜାଞ୍ଚ କରିଥିଲେ। ଉପଯୁକ୍ତ ଯୋଗ୍ୟ ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର ସହ ବିଭିନ୍ନ ଆବଶ୍ୟକୀୟ ଉପକରଣ ପ୍ରଦାନ କରାଯାଇଥିଲା। ଏହି ଶିବିରରେ ଯାଜପୁର ଜିଲ୍ଲା ପରିଷଦ ଉପାଧକ୍ଷ ଗଣେଶ୍ୱର ବରାଳ,ବ୍ଲକ୍ ଉପାଧକ୍ଷ ବିଭାସ ଚନ୍ଦ୍ର ନନ୍ଦ,୧୯ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ଅରବିନ୍ଦ ସାମଲ, ୧୬ନଂ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ଯଚିନ୍ଦ୍ର ପ୍ରସାଦ ନାୟକ,ବଡଚଣା ବିଡିଓ ରବିନ୍ଦ୍ର କୁମାର ପ୍ରଧାନ, ସାଂସଦଙ୍କ ପ୍ରତିନିଧି ରବିନ୍ଦ୍ର କୁମାର ରାଉତ,ଖଇରା ସରପଂଚ ସଂଜୁକ୍ତା ମଲ୍ଲିକ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରିଣୀ ଜାନକୀ ହେମ୍ରମ୍ ଓ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ଅଭିନ୍ନ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ।