ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜାତୀୟ ସେମିନାରରେ କୃତ୍ରିମ ବୁଦ୍ଧିମତ୍ତା ଚର୍ଚ୍ଚା

ଢେଙ୍କାନାଳ, 19/08/2026, ଉତ୍କଳ voice news - utkalvoicenews.com( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) ୧୯ ଅଗଷ୍ଟ : ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟର ନୂତନ ପାଠାଗାର ପ୍ରେକ୍ଷାଳୟରେ ପିଜି ଦର୍ଶନ ବିଭାଗ, ପିଜି କମ୍ପ୍ୟୁଟର ବିଜ୍ଞାନ ବିଭାଗ ଏବଂ ଆଇକ୍ୟୁଏସିର ମିଳିତ ଆନୁକୂଲ୍ୟରେ “Philosophical Perspective of Artificial Intelligence” ଶୀର୍ଷକ ଏକ ଜାତୀୟ ସେମିନାର ଆୟୋଜିତ ହୋଇଥିଲା।
Article Image
ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ପି. ସି. ବରାଳ ସଭାରେ ଅଧ୍ୟକ୍ଷତା କରି ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଦର୍ଶନ ବିଭାଗର ମୁଖ୍ୟ ଡ. ବି. ସି. ସାହୁ ଅତିଥି ପରିଚୟ ସହ ସେମିନାରର ଉଦ୍ଦେଶ୍ୟ ଓ ବିଷୟବସ୍ତୁ ଉପସ୍ଥାପନ କରିଥିଲେ। କମ୍ପ୍ୟୁଟର ବିଜ୍ଞାନ ବିଭାଗର ମୁଖ୍ୟ ତଥା ଆଇକ୍ୟୁଏସି ସଂଯୋଜକ ଦିଲୀପ କୁମାର ନାୟକ ମୁଖ୍ୟ ପ୍ରବନ୍ଧ ଉପସ୍ଥାପନ କରିଥିଲେ। ସମ୍ମାନିତ ଅତିଥି ଭାବେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ପୂର୍ବତନ ଦର୍ଶନ ପ୍ରଫେସର ପ୍ରଫେସର ମୋହିନ ମହମ୍ମଦ ଏବଂ ମୁଖ୍ୟ ଅତିଥି ଭାବେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳସଚିବ ପ୍ରଫେସର ସଚ୍ଚିନ୍ଦ୍ର ରାଉଳ ଉପସ୍ଥିତ ରହି କୃତ୍ରିମ ବୁଦ୍ଧିମତ୍ତାର ନୈତିକ, ସାମାଜିକ ଏବଂ ଦାର୍ଶନିକ ପ୍ରଭାବ ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ବକ୍ତା ଭାବେ ଆଇଆଇଟି ବମ୍ବେର ମାନବିକ ଓ ସାମାଜିକ ବିଜ୍ଞାନ ବିଭାଗର ଦର୍ଶନ ପ୍ରଫେସର ପ୍ରଫେସର ରାଜକିଶୋର ନାଥ କୃତ୍ରିମ ବୁଦ୍ଧିମତ୍ତାର ଦାର୍ଶନିକ ଭିତ୍ତି, ନୈତିକ ଚ୍ୟାଲେଞ୍ଜ ଓ ଭବିଷ୍ୟତ ସମ୍ଭାବନା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ସେମିନାରରେ ମହାବିଦ୍ୟାଳୟର ବିଭିନ୍ନ ବିଭାଗର ୧୫୦ରୁ ଅଧିକ ଛାତ୍ରଛାତ୍ରୀ ଓ ଅଧ୍ୟାପକ/ଅଧ୍ୟାପିକା ଉପସ୍ଥିତ ରହି ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ସମଗ୍ର କାର୍ଯ୍ୟକ୍ରମକୁ ଦର୍ଶନ ବିଭାଗର ଅଧ୍ୟାପିକା ଶ୍ରୀମତୀ ବିଷ୍ଣୁପ୍ରିୟା ସାହୁ ସୁନ୍ଦର ଓ ସୁଚାରୁ ଭାବେ ସଂଯୋଜନା କରିଥିଲେ। ଶେଷରେ କମ୍ପ୍ୟୁଟର ବିଜ୍ଞାନ ବିଭାଗର ସହକାରୀ ଅଧ୍ୟାପକ ଶ୍ରୀ ମୁରଲୀଧର ଦଳେଇ ଧନ୍ୟବାଦ ଅର୍ପଣ କରିଥିଲେ।
8