ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବିଶ୍ୱ ଫଟୋଗ୍ରାଫ ଦିବସ ରେ ପୁରୀ ସି ବିଚ ଫଟୋଗ୍ରାଫର ମହାସଂଘ ପକ୍ଷରୁ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ l

ପୁରୀ , 19/08/2026, ଉତ୍କଳ voice news - utkalvoicenews.com ପୁରୀ ସି ବିଚ ଫୋଟଗ୍ରାଫର ମହାସଂଘ ତରଫରୁ ସମୁଦ୍ର ବେଳାଭୂମି ରେ ଥିବା ୯ଗୋଟି ସଂଘରୁ ସଭ୍ୟ ମାନଙ୍କୁ ନେଇ ଆଜି ସକାଳ ୯ଘଟିକା ସମୟରେ ପୁରୀ ସମୁଦ୍ର ବେଳାଭୂମିରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି lଏହି କାର୍ଯ୍ୟକ୍ରମକୁ ଡ଼ଃ ଭୀମଲ କୁମାର ସାହୁ ,ମହାସଂଘ ଉପଦେଷ୍ଟା ଶ୍ରୀଯୁକ୍ତ ସିଦ୍ଧାର୍ଥ ରାୟ ଓ ଶ୍ରୀକାନ୍ତ ପରିଜା ସିବିଚ ଥାନାଧିକାରୀ ମାନସ ପ୍ରଧାନ ଏବଂ ଜିଲ୍ଲା କ୍ରୀଡାଧିକାରୀ ଚନ୍ଦନ ସାହୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ।ମହାସଂଘ ସଭାପତି ରଞ୍ଜନ କୁମାର ଦାସ,ଉପସଭାପତି ଶ୍ରୀଧର ପଣ୍ଡା ,ସମ୍ପାଦକ ସିଙ୍ଗିଲ ଶିବା ,ସହ ସମ୍ପାଦକ ଡି. ଲୋକନାଥ ବେହେରା ,ଯୁଗ୍ମ ସମ୍ପାଦକ ମାର୍କଣ୍ଡ ମିଶ୍ର, କୋଷାଧ୍ୟକ୍ଷ ପ୍ରଭାତ ସେଠି ଓ କାର୍ଯ୍ୟ ନିରୀକ୍ଷକ ଜି.ମୋହନ ଙ୍କ ସହିତ ମହାସଂଘ ରେ ଜଡିତ ସଂଘ ମାନଙ୍କର ମୁଖ୍ୟ ପ୍ରତିନିଧି ମାନେ ପରିଚାଳନା କରିଥିଲେ। ଏହି ଶୋଭାଯାତ୍ରା ଦିଗବାରେଣୀ ଖୁଣ୍ଟି ଠାରୁ ଆରମ୍ଭ ହୋଇ ଲାଇଟ ହାଉସ ଠାରେ ସମ୍ପନ୍ନ ହୋଇଥିଲା l ଏହି ଶୋଭାଯାତ୍ରା ର ମୁଖ୍ୟ ଉଦେଶ୍ୟ ଥିଲା ପ୍ଲାଷ୍ଟିକ ମୁକ୍ତ ବେଳାଭୂମି ଏବଂ ପଲିଥିନ ମୁକ୍ତ ବେଳାଭୂମି ର ବାର୍ତ୍ତାଦେଇ ହଜାର ହଜାର ଫଟୋଗ୍ରାଫର ସମୁଦ୍ରକୂଳ ସଫେଇ ସହିତ ପଦଯାତ୍ରା କରିଥିଲେ l
Article Image
5