ରାହାମା, 20/08/2026, ଉତ୍କଳ voice news - utkalvoicenews.com( ରାହାମା ରୁ ଦେବାଶିଷ ଅକ୍ଷୟ କୁମାର ମହାନ୍ତି ଙ୍କ ରିପୋର୍ଟ ) : ତା ୧୯/୦୮ ରାହାମା ଠାରେ ଥିବା ସାରଳା ମହାବିଦ୍ୟାଳୟ ରାହାମା ରେ ଛଅ ଦିନଧରି ଶକ୍ତିଶ୍ରୀ ସଶକ୍ତି କରଣ ସେଲ ପକ୍ଷରୁ +୩ ପ୍ରଥମ ବର୍ଷର ୧୩୩ଜଣ ଛାତ୍ରୀ ମାନଙ୍କୁ ନେଇ ମହାବିଦ୍ୟାଳୟ ପ୍ରାଙ୍ଗଣରେ ଆତ୍ମରକ୍ଷା ପ୍ରଶିକ୍ଷଣ କୌଶଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ପ୍ରଶିକ୍ଷିକା ସୁନିତା ସ୍ୱାଇଁ ଙ୍କ ଦ୍ୱାରା ଛାତ୍ରୀ ମାନଙ୍କୁ ଆତ୍ମରକ୍ଷା ର ଆବଶ୍ୟକୀୟ କୌଶଳ ସମ୍ପର୍କ ରେ ଜ୍ଞାନ ଏବଂ ବ୍ୟବହାରିକ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା. ଏହି କାର୍ଯ୍ୟକ୍ରମ ର ମୁଖ୍ୟଉଦେଶ୍ୟ ଥିଲା ଛାତ୍ରୀ ମାନଙ୍କ ମଧ୍ୟରେ ଆତ୍ମ ବିଶ୍ୱାସ, ସାହସ, ସଚେତନତା ଓ ଆତ୍ମନିର୍ଭରଶୀଳ ର ବିକାଶ ସୃଷ୍ଟି କରିବା. ଉକ୍ତ କାର୍ଯ୍ୟକ୍ରମ କୁ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଅରୁଣ କୁମାର ପଣ୍ଡା ଉଦଘାଟିତ କରିଥିଲା ବେଳେ ଶକ୍ତିଶ୍ରୀ ର ସଂଯୋଜିକା ଅଧ୍ୟାପିକା ଅନ୍ନପୂର୍ଣ୍ଣା ପଣ୍ଡା ସଂଯୋଜନା କରିଥିଲେ. ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପିକା ସୁମନସଂଗୀତା ନାୟକ, ଲକ୍ଷ୍ମୀପ୍ରିୟା ମଲ୍ଲ ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।