ଏରସମା, 25/02/2025, ଉତ୍କଳ voice news - utkalvoicenews.com

ଆଜି ପାରାଦ୍ୱୀପ ତାରିଣିଗଡା ସ୍ଥିତ ରାମଚଣ୍ଡୀ ମଠ ପରିସରରେ ବ୍ରହ୍ମଳିନ ସନ୍ୟାସୀ ଦାଶରଥି ବାବା ଙ୍କ ର ସମାଧି ପ୍ରତିଷ୍ଠା ଓ ସାଧୁସନ୍ଥ ସମିଳନୀ ଅନୁଷ୍ଠିତ ହୋଇଯାଇଛି ! କଳ୍କୀ ଆଶ୍ରମ ର ପିଠାଧୀଶ ରମେଶ ଚନ୍ଦ୍ର ଦାସ (ବାୟା ବାବା )ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ରେ ପୂଜ୍ୟ ପୂଜକ ପଦ୍ମଶ୍ରୀ ବାବା ବଳିଆ ଙ୍କ ଶିଷ୍ୟ ତଥା ଜ୍ୟୋତିର୍ବିଦ ଡ଼ ଅରୁଣ କୁମାର ପାଣି ଙ୍କ ସଭାପତିତ୍ୱ ରେ ଆୟୋଜିତ ସଭାରେ ଶିଶୁଅନନ୍ତ ଆଶ୍ରମ ଅରିଲୋ ର ଟ୍ରଷ୍ଟି ଶ୍ରୀବାସ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ ! ମୁଖ୍ୟବକ୍ତା ଭାବେ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡ଼ ଧୃତିଧର ଦାସ, ସମ୍ମାନିତ ଅତିଥି ଭାବେ ଡ଼ ସୁନାକର ବେହେରା , ବିଜୟାନନ୍ଦ ଦାସପୁରୀ, ମହନ୍ତ ଦୟାନିଧି ଦାସ,ପ୍ରଶନାନନ୍ଦ ଅଧିକାରୀ, ସ୍ୱାମୀ ପ୍ରେମାନନ୍ଦ, ଅଧିକାରୀ ରମାକାନ୍ତ ଦାସ, ବାବା ରାମଚନ୍ଦ୍ର ଦାସ, ରାମଚଣ୍ଡୀ ମଠ ର ସଭାପତି କୈଳାଶ ଚନ୍ଦ୍ର ସ୍ୱାଇଁ, ସମ୍ପାଦକ ଜ୍ଞାନ ରଞ୍ଜନ ଦାସ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗଦାନ କରିଥିଲେ ଏବଂ ରାମାୟଣୀ ପଣ୍ଡିତ ଅଭୟ ଦାଶ (ବୁଲୁନନା )ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ! ସ୍ବର୍ଗତ ବାବା ଦାଶରଥି ଜଣେ ଅମାୟିକ ପରୋପକାରୀ ବାବା ଥିଲେ ଏବଂ ସେ ପୂଜ୍ୟ ପୂଜକ ପଦ୍ମଶ୍ରୀ ବାବା ବଳିଆ ଙ୍କ ଅନୁଗାମୀ ଥିଲେ ବୋଲି ଅତିଥି ମାନଙ୍କ ଦ୍ୱାରା ସ୍ମୃତି ଚାରଣ କରାଯାଇଥିଲା ! ଅନ୍ୟମାନଙ୍କ ମଧ୍ୟରେ କାକଟପୁର ଅଣାୟତ୍ତ ଆଶ୍ରମ ର ବାବା ବଂଶୀଧର ଦାସ, ଭୁବନେଶ୍ୱର ରୁ ରାମଦାସ ବାବାଜୀ, ବାବା ଭାବ ସାଗର ଦାସ(ଉଦୟ ବଟ ଧାମ) କଲ୍ୟାଣଦାସ ମହାରାଜ, ଶରତ ଚନ୍ଦ୍ର ଦାସ, ଗୋପୀନାଥ ଦାସ, ଆନନ୍ଦବ୍ରହ୍ମ ଦାସ, ବୃନ୍ଦାବନ ଦାସ, ଲଷ୍ମୀକାନ୍ତ ଦାସ ପ୍ରମୁଖ ରାଜ୍ୟ ଏବଂ ରାଜ୍ୟ ବାହାରୁ ଶତାଧିକ ସାଧୁସନ୍ଥ ଯୋଗଦାନ କରିଥିଲେ !
