ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମା ଙ୍କ ସ୍ମୃତି ରେ ସ୍ୱାଧୀନତା ଦିବସରେ ପୁସ୍ତକ ବଣ୍ଟନ।।

ରାହାମା, 20/08/2026, ଉତ୍କଳ voice news - utkalvoicenews.com( ରାହାମା ରୁ ଦେବାଶିଷ ଅକ୍ଷୟ କୁମାର ମହାନ୍ତି ଙ୍କ ରିପୋର୍ଟ ) :
Article Image
ତା - ୧୭/୦୮ ଇମିସ କୁଜଙ୍ଗ ବ୍ଲକ ଅନ୍ତର୍ଗତ ତାଳପଡା ପଞ୍ଚାୟତ ସ୍ଥିତ ଆଖଣ୍ଡଳମଣି ବିଦ୍ୟା ପିଠ ଖୁଣ୍ଟଳ ରେ ୮୦ତମ ସ୍ୱାଧୀନତା ପାଳିତ ହୋଇଯାଇଛି।ସ୍ୱାଧୀନତା ଦିବସ ଉପଲକ୍ଷେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁରେଶ ଚନ୍ଦ୍ର ଦଳାଇ ଙ୍କ ସଭାପତିତ୍ବ ରେ ଏକ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା।ଉକ୍ତ ଉତ୍ସବ ରେ ଚିତ୍ରାଙ୍କନ, ବକୃତା, ସଙ୍ଗୀତ ରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଆଜକୁ ୩୧ ବର୍ଷ ଧରି ଆଖଣ୍ଡଳମଣି ବିଦ୍ୟାଳୟରେ ଛାତ୍ର ଛାତ୍ରୀ ଙ୍କ ପଠନ ସୁବିଧା ନିମନ୍ତେ ପ୍ରମୋଦ କୁମାର ସାହୁ ଙ୍କ ମା ଗୌରୀ ଦେବୀଙ୍କ ସ୍ମୁତି ଉଦେଶ୍ୟରେ ଗୌରୀ ଦେବୀ ପାଠ୍ୟପୁସ୍ତକ ଗ୍ରନ୍ତାଘର କରି ଛାତ୍ର ଛାତ୍ରୀ ମାନଙ୍କ ବୌଦ୍ଧିକ ବିକାଶ ପାଇ ଅନେକ ଉପାଦେୟ ପୁସ୍ତକ ପ୍ରଦାନ କରିଛନ୍ତି।ତତ ସହିତ ଗୌରୀ ଦେବୀ ଙ୍କ କନିଷ୍ଠ ଅରୁଣ କୁମାର ସାହୁ ୩ ବର୍ଷ ଧରି ଗରିବ ଓ ମେଧାବୀ ଛାତ୍ର ଛାତ୍ରୀଙ୍କ ପଠନ ଉନ୍ନତି ନିମନ୍ତେ ଟେଷ୍ଟ ପେପର ଯୋଗାଇ ଆସୁଛନ୍ତି। ଏହି ସ୍ୱାଧୀନତା ଦିବସ ରେ ପ୍ରମୋଦ କୁମାର ସାହୁ ଓ ଅଭୟ କୁମାର ସାହାଣୀ ଅତିଥି ଭାବରେ ଯୋଗଦାନ କରିବା ସହିତ ଓଷ୍ଟାର ବ୍ଲକ ସମ୍ପାଦକ ବିନୋଦ ବିହାରୀ ମୁଦୁଲି, ଶିକ୍ଷକ ଶ୍ରୀମତୀ ବବିତା ନାୟକ, ହରିହର ମିଶ୍ର ଉପସ୍ଥିତ ଥିଲେ, ପରିଶେଷରେ ହିନ୍ଦୀ ଶିକ୍ଷକ ପ୍ରଶାନ୍ତ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।
4