ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଶାରୀରିକ ମାନସିକ ନିର୍ଯ୍ୟାତନା କଷ୍ଟ ଦେଲେ ପରିବାର ଲୋକ।

ରାହାମା, 20/08/2026, ଉତ୍କଳ voice news - utkalvoicenews.com( ରାହାମା ରୁ ଦେବାଶିଷ ଅକ୍ଷୟ କୁମାର ମହାନ୍ତି ଙ୍କ ରିପୋର୍ଟ ) : ୧୩/୦୮ କୁଜଙ୍ଗ ବ୍ଲକ ଅନ୍ତର୍ଗତ ହଂସୁରା ପଞ୍ଚାୟତ ଅନ୍ତର୍ଗତ ଅନୋଳି ପାଟଣା ଗ୍ରାମ ର ସ୍ବର୍ଗତ ଗୋବିନ୍ଦ ମାଝିଙ୍କ ପତ୍ନୀ ରାଧା ମାଝୀ ୯୧ ବର୍ଷର ବୟସ୍କା ବୃଦ୍ଧା, ସ୍ୱାମୀ ସ୍ବର୍ଗତ ଗୋବିନ୍ଦ ମାଝି ୨୦୧୦ ମସିହାରେ ଦେହତ୍ୟାଗ କରିବା ପରେ ରାଧା ମାଝି ତାଙ୍କ ବୋହୁ ଜୋଶ୍ନା ମାଝି, ନାତି ତପନ ମାଝି, ନାତୁଣୀ ସୋନାଲି ମାଝିଙ୍କ ଦ୍ବାରା ଉଭୟ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ପାଇଆସୁଅଛନ୍ତି । ଏକ ମାତ୍ର ପୁଅ ଅଶୋକ ମାଝୀ ଗ୍ରାମୀଣ ଜଳ ପରିମଳ ମିଶନ ବିଭାଗ ଭୁବନେଶ୍ୱର ରେ ମେକାନିକାଲ ଭାବେ କାର୍ଯ୍ୟରତ ବିଶେଷ କରି ବୋହୁ ଜୋଶ୍ନା ମାଝି ଓ ନାତି ତପନ ମାଝି ଙ୍କ ନିର୍ଯ୍ୟାତନା ଅସହ୍ୟ, ଯଥା- ବୃଦ୍ଧା ମହିଳାକୁ ଉପବାସ, ଖାଇବାକୁ ନଦେବା, କୁକୁର ଭଳି ଏକ ଦଉରାରେ ବାନ୍ଧି ରଖିବା, ସବୁବେଳେ ଖରାପ ଭାଷାରେ ଗାଳି କରିବା, ଭୋକ ସହି ନପାରି ପଡିଶା ଘରେ ବୃଦ୍ଧା ମହିଳା ରାଧା ମାଝି ଖାଆନ୍ତି, ଏହାପରେ ବୋହୁ ଓ ନାତି ମିଶିକରି ବାଡେଇବା ଇତ୍ୟାଦି । ଅଧିକାଂଶ ସମୟ ଭୋକ ଉପବାସ ରହିଥାନ୍ତି।ରାଧା
Article Image
ମାଝି ଆତ୍ମହତ୍ୟା କରିବାକୁ ବହୁବାର ଚେଷ୍ଟା କରିଥିଲେ । କିନ୍ତୁ ସ୍ଥାନୀୟ ଗ୍ରାମବାସୀ ମାନେ ଦେଖନ୍ତି ଯେ ରାଧା ମାଝି ଖାଇବାକୁ ନପାଇ ଭୋକ ଉପବାସରେ ଗାଁରେ,ବାର ଦୁଆର ଦୁଆର ବୁଲାବୁଲି କରନ୍ତି । ଏହିଭଳି ଅନେକ ନିର୍ଯାତନା ବୋହୁ ଓ ନାତି ରାଧା ମାଝିଙ୍କୁ ଦେଇ ଆସୁଥିଲେ । ୨୦୧୦ ମସିହା ଠାରୁ ୧୬ ବର୍ଷ ବୃଦ୍ଧା ମହିଳାଙ୍କ ବାର୍ଦ୍ଧକ୍ୟ ଭତ୍ତାକୁ ଜୋରଜବରଦସ୍ତ ଛଡାଇ ପରିବାର ଲୋକ ଦିଅନ୍ତି ନାହିଁ । ଯଦି ରାଧା ମାଝି ଏହାର ପ୍ରତିବାଦ କରନ୍ତି, ନାତି ତପନ ଓ ବୋହୁ ଜୋଶ୍ନା ମିଶିକରି ବାଡାନ୍ତି ରାଧା ମାଝିକୁ ।ଗତ ୨୬/୦୭/୨୦୨୬ (ରବିବାର) ରାଧା ମାଝି ସକାଳ ୮ ଘଟିକା ସମୟରେ କୌଶଳ କ୍ରମେ ଏସବୁ ନିର୍ଯ୍ୟାତନାକୁ ସହିନପାରି ଆମ ବସ ରେ କୁଜଙ୍ଗ ପଳାଇ ଆସିଥିଲେ । ଭୋକ ଉପାସରେ ଆସି ବସ ଓଲ୍ହାଇଲା ପରେ ପ୍ରବଳ ବର୍ଷା ପାଣିରେ ଅନ୍ଧାର ପରିବେଶରେ ବାମ ପାଶ୍ୱରେ ଥିବା ତାଳଦଣ୍ଡା କେନାଲ ରେ ପଡିଯାଇଥିଲେ । ସ୍ଥାନୀୟ ଲୋକ ଫକୀର ମହାନ୍ତି ଶୌଚ ହେବା ସମୟରେ ବୃଦ୍ଧା ରାଧା ମାଝି ଙ୍କୁ ଉଦ୍ଧାର କରି ସଙ୍ଗେସଙ୍ଗେ କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇଆସିଥିଲେ । ପ୍ରାଥମିକ ଚିକିତ୍ସା ପରେ ବିଶେଷ ସୂତ୍ର ରୁ ଖବର କୁଜଙ୍ଗ ବଳରାମପୁର ଗ୍ରାମରେ ଥିବା ଝିଅ ପୁଷ୍ପଲତା ବେହେରା ଙ୍କ ଘରେ ଛାଡିଥିଲେ । ବର୍ତ୍ତମାନ ସେ ତାଙ୍କ ଝିଅଙ୍କ ଘରେ ରହୁଅଛନ୍ତି । ରାଧା ମାଝି ସାମାଜିକ ନ୍ୟାୟ ଭିକ୍ଷା କରି ଉପଜିଲ୍ଲାପାଳ, ଜଗତସିଂହପୁର ବରିଷ୍ଠ ନାଗରିକ ବିଭାଗ ରେ ରେ ଲିଖିତ ଭାବେ ଜଣାଇ ଏକ ୫୩/୨୦୨୬ ପଞ୍ଜିକରଣ କରି ଅଭିଯୋଗ କରିଛନ୍ତି ଏବଂ ପତ୍ର ଯୋଗେ ଓଡିଶା ମାନବ ଅଧିକାର ଆୟୋଗଙ୍କୁ ଏକ ଅଭିଯୋଗ ୩୦୭୪/୨୦୨୬ ରୁଜୁ କରିବା ସହ ମୁଖ୍ୟ ମନ୍ତ୍ରୀଅଭିଯୋଗ ପ୍ରକୋଷ୍ଠ ରେ (DG୨୦୨୬୧୭୦୬୧୭୦ )ଅଭିଯୋଗ ପଞ୍ଜିକରଣ କରାଯାଇଛି।ସେ ତାଙ୍କ ଅଭିଯୋଗରେ ଜଣାଇଛନ୍ତି କିପରି ତାଙ୍କ ବାର୍ଦ୍ଧକ୍ୟ ଭତ୍ତା ନିଜ ଗ୍ରାମ ହଂସୁରା ପଞ୍ଚାୟତ ରୁ ନ ପାଇ ବର୍ତମାନ ଆଶ୍ରୟ ନେଉଥିବା ଝିଅ ପୁଷ୍ପ ଲତା ବେହେରାଙ୍କ ବଳରାମ ପୁର ଗ୍ରାମ ଯାହାକି କୁଜଙ୍ଗ ଗ୍ରାମ ପଞ୍ଚାୟତରୁ ପାଇବେ ଓ ତାଙ୍କୁ ସାମାଜିକ ନ୍ୟାୟ କିପରି ମିଳିବ ଏବଂ ଦୋଷୀ ମାନଙ୍କ ବିରୁଦ୍ଧରେ ଜିଲ୍ଲା ପ୍ରଶାସନ ନିକଟରେ ବୃଦ୍ଧା ମହିଳା ରାଧା ମାଝିଙ୍କୁ ଉପଯୁକ୍ତ ସାମାଜିକ ନ୍ୟାୟ ପ୍ରଦାନ କରିବା ସହ ଦୋଷୀମାନଙ୍କ ବିରୋଦ୍ଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଧା ମାଝୀ ପାର୍ଥନା କରିଛନ୍ତି ।
5