ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପୁଣି ଜଗତସିଂହପୁର ରେ ଦେହ ବ୍ୟବସାୟ ଚାଲିଥିବା କୋଠା ଉପରେ ସଦର ପୋଲିସର ଚଢ଼ାଉ ।

ଜଗତସିଂହପୁର, 20/08/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରୀତା ସାହୁ ଙ୍କ ରିପୋର୍ଟ ) : ତା - 18/08/26
Article Image
ପୁଣି ଜଗତସିଂହପୁର ରେ ସେକ୍ସ ର୍ୟାକେଟ ଠାବ । ଗତ ସପ୍ତାହେ ତଳେ ତିର୍ତ୍ତୋଲ ପୋଲିସ ରାହାମା ବଜାର ରେ ଏକ କୋଠାରେ ଚଢ଼ାଉ କରି ରାଣୀ ମହୁମାଛି ସମେତ 5 ଜଣଙ୍କୁ ଗିରଫ କରିଥିବା ବେଳେ ଆଜି ଜଗତସିଂହପୁର ସଦର ପୋଲିସ ପୁରୋହିତପୁର ଅଞ୍ଚଳରେ ଦେହ ବ୍ୟବସାୟ ଚାଲିଥିବା ଏକ ଘରୋଇ କୋଠା ଉପରେ ଚଢ଼ାଉ କରି ଜଣେ ଯୁବତୀଙ୍କୁ ଉଦ୍ଧାର କରିବା ସହ ରାଣୀ ମହୁମାଛି ସହ ଅନ୍ୟ 4 ଜଣ ଗ୍ରାହକଙ୍କୁ ଗିରଫ କରିଛି । ପୋଲିସ ଚଢ଼ାଉ ବେଳେ ଅନ୍ୟ ଦୁଇ ଜଣ ଯୁବକ ଓ ଜଣେ ଯୁବତୀ ପୋଲିସ କୁ ଚକମା ଦେଇ ଫେରାର ହୋଇ ଯାଇଛନ୍ତି । ଦୀର୍ଘ ଦିନ ହେଲା ଗାଁ ଭିତରେ ଏକ ଭଡା ଘରେ ଦେହ ବ୍ୟବସାୟ ଚାଲି ଆସୁଥିବା ବେଳେ ପୋଲିସ ଆଜି ଅପରାହ୍ନରେ ଖବର ପାଇ ଏହି କୋଠା ଉପରେ ଚଢ଼ାଉ କରିଥିଲା । ସ୍ୱାମୀ ମରିଯିବା ପରେ ଜଗତସିଂହପୁର ଅଞ୍ଚଳର ଅନ୍ୟ ଜଣେ ବ୍ୟକ୍ତିଙ୍କୁ ବିବାହ କରି ରହିବା ସହ ପେଟ ପୋଷିବା ପାଇଁ ଏହି ଧନ୍ଦା କରୁଥିବାର ରାଣୀ ମହୁମାଛି ସ୍ୱୀକାର କରିଛି । ନିଜେ ଦେହ ବ୍ୟବସାୟରେ ଲିପ୍ତ ରହିଥିବା ସହ ବାହାରୁ ବିଭିନ୍ନ ସମୟରେ ଯୁବତୀ ମାନଙ୍କୁ ଆଣି କାମରେ ଲଗାଉଥିବାର ସେ କହିଛି । ଗ୍ରାହକ ମାନେ ଜଣ ପିଛା 500 ଟଙ୍କା ଦେଉଥିବା ବେଳେ ସେ ନିଜେ ଦୁଇଶହ ଟଙ୍କା ରଖି ତିନିସହ ଟଙ୍କା ଦେହଜୀବୀ ମାନଙ୍କୁ ଦେଉଥିବାର କହିଛି । ଜଗତସିଂହପୁର ଜିଲାରେ ବିଭିନ୍ନ ସ୍ଥାନରେ ଦେହ ବ୍ୟବସାୟ ନିଧଡ଼କରେ ଚାଲିଥିବା ବେଳେ ଏବେ ଅପରେସନ ଆଶା ଜ୍ୟୋତି ମାଧ୍ୟମରେ ପୋଲିସ ସକ୍ରିୟ ହୋଇ ଉଠିବା ସହ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି । ଗିରଫ ଅଭିଯୁକ୍ତ ମାନଙ୍କ ଠାରୁ ପୋଲିସ 10 ଟି ମୋବାଇଲ,3750 ଟଙ୍କା ଓ କିଛି ଉତେଜନା ସୃଷ୍ଟି କାରୀ ଟାବେଲେଟ ସହ ଅନ୍ୟାନ୍ୟ କିଛି ଆପତ୍ତି ଜନକ ସାମଗ୍ରୀ ଜଗତସିଂହପୁର କରିଛି । ରାଣୀ ମହୁମାଛିକୁ ତାର ଦ୍ୱିତୀୟ ସ୍ୱାମୀ ସହଯୋଗ କରୁଥିବାର ପୋଲିସ କହିଛି ।
7